Posted inଫୁରସତ

ଭଗବାନ କାହିଁକି ଚୁପ୍‌ ରୁହନ୍ତି

ଗୋଟିଏ ମଣିଷ ସଙ୍ଗରେ କଥା ହେଲେ ସେ ଆମ କଥା ଶୁଣେ l ଦରକାର ପଡିଲେ ପ୍ରତିଉତ୍ତର ମଧ୍ୟ ଦିଏ l ମଣିଷ କଥା ଛାଡି l ଟିକେ ଇତର ଜୀବଜନ୍ତୁ କଥା ଚିନ୍ତା କଲେ l ଶୁଆ, କୁକୁର, ଛେଳି, ନେଉଳ, ବିରାଡ଼ି ଆଦି ଙ୍କୁ ଟିକେ ସ୍ନେହ ପ୍ରୀତି ପ୍ରଦାନ କରି ଡାକିଲେ ସେମାନେ ବି ପ୍ରତିକ୍ରିୟା ପ୍ରକାଶ କରନ୍ତି l ପାଖକୁ ଚାଲି ଆସନ୍ତି l ଦେହରେ ଘଷି ହୁଅନ୍ତି l କିନ୍ତୁ ଗଣେଶ, ସରସ୍ବତୀ, ହନୁମାନ, ବିଷ୍ଣୁ, ଶିବ ଆଦି ଦେବତାଙ୍କ ମନ୍ଦିରକୁ ଯାଇ ସେମାନଙ୍କୁ ପ୍ରାର୍ଥନା କଲେ ସେମାନେ କାହିଁକି ମଣିଷ ସହ କଥା ହୁଅନ୍ତି ନାହିଁ, ଚୁପ ରୁହନ୍ତି – ଏ ପ୍ରଶ୍ନ ଟି ଗୋଟିଏ ଯୁବକ ଙ୍କ ମନରେ ଘାରିଲା l କଣ କରିବ, କାହାକୁ ଏ କଥା ପଚାରିବ, କିଏ ଏହାର ଯଥାର୍ଥ ଉତ୍ତର ଦେବ – ଏ କଥା ଚିନ୍ତା କରି କରି ଯୁବକଟି ପହଂଚିଲେ ଏକ ପୂଜକଙ୍କ ନିକଟରେ l ଯୁବକଙ୍କ ଠାରୁ ଜିଜ୍ଞାସା ଟିକକ ଶୁଣି ସାରିବା ପରେ ପୂଜକ କହିଲେ – ମୁଁ ସିନା ଠାକୁରଙ୍କ ସେବା ପୂଜା କରୁଛି କିନ୍ତୁ ଏ ପ୍ରଶ୍ନଟି ବି ମୋ ମନରେ ବହୁଦିନ ହେଲା ଉଙ୍କି ମାରୁଛି l ଠିକ ଅଛି ଆଜି ଏ ପ୍ରଶ୍ନ ଇଶ୍ୱରଙ୍କୁ ପଚାରିବି l ହେ ଯୁବକ ! ତୁମେ କାଲିକି ଆସ l ଉତ୍ତର ଦେବି l
ପରଦିନ ସକାଳୁ ସକାଳୁ ଦେବନୀତି ପରେ ପରେ ପୂଜକ ପଚାରି ବସିଲେ – ହେ ଭଗବାନ ! ତୁମେ ଏମିତି ସବୁବେଳେ କେମିତି ଚୁପ ହୋଇ ବସି ପାରୁଛ? ମୁହଁ ଖୋଲୁନ କାହିଁକି??
ସେବାକାରୀ ପୂଜକର କଥା ଶୁଣି ଭଗବାନ ହଠାତ୍‌ ପ୍ରକଟିତ ହୋଇ କହିଲେ – ଚୁପ୍‌ ହୋଇ ନ ବସିଲେ ମୁଁ ସଂସାର କାର୍ଯ୍ୟ କରି ପାରିବି ନାହିଁ। ତୁମେ କ’ଣ ଭାବୁଛ ଯେ, ଗୋଟିଏ ଜାଗାରେ ଚୁପ ହୋଇ ଘଣ୍ଟା ଘଣ୍ଟା ଧରି ବସି ରହିବା ଏକ ଛୋଟିଆ କାର୍ଯ୍ୟ ବୋଲି?
– ଏହାଠାରୁ ସହଜ ଓ ସରଳ କାର୍ଯ୍ୟ ଜଗତରେ ଆଉ କ’ଣ ଅଛି ପ୍ରଭୁ। ମୋତେ ଗୋଟିଏ ଦିନ ପାଇଁ ସେ ଦାୟିତ୍ୱ ପ୍ରଦାନ କରନ୍ତୁ l ଦେଖିବା କଣ ହେଉଛି l ପୂଜକ ଉତ୍ତର ଦେଲେ l ଭକ୍ତବତ୍ସଳ ଭଗବାନ ପୂଜକକୁ କହିଲେ, ଠିକ ଅଛି ତୁମ କାମନା ଅବଶ୍ୟ ପୂରଣ ହେବ l ତୁମେ ଆଜି ଦିନଟି ମୋ ଆସନରେ ବସ l ଆଜି ମନ୍ଦିରକୁ ବହୁତ ଭକ୍ତ ଆସିବେ l କିନ୍ତୁ, ସାବଧାନ ! କୌଣସି ପରିସ୍ଥିତିରେ ବି ମୁହଁ ଖୋଲିବ ନାହିଁ l ପୁରା ଚୁପ ରହିବ l ତା ପରେ ଜାଣିବ ଯେ ମୁଁ କାହିଁକି ସବୁବେଳେ ମୌନ ରୁହେ l
ଭଗବାନଙ୍କ ଆସନରେ ଚୁପ ହୋଇ ବସିଲେ ପୂଜକ l ମନ୍ଦିରକୁ ସେଦିନ ପ୍ରଥମେ ଜଣେ ଭକ୍ତ ଆସିଲେ l ପ୍ରଥମ ଭକ୍ତ ଟି ମନ୍ଦିର ହୁଣ୍ଡୀ ରେ ଲକ୍ଷେ ଟଙ୍କା ପକାଇବା ବେଳେ ତାହା ଭୁଲରେ ହୁଣ୍ଡୀ ତଳେ ଯାଇ ପଡିଲା। ଭକ୍ତଟି ଫେରି ଯାଉଥିବା ବେଳେ ପୂଜକର ଇଚ୍ଛା ହେଉଥିଲା ଯେ ସେ ଭକ୍ତଟିକୁ ଡାକି ତଳେ ପଡି ଯାଇଥିବା ତା ଅର୍ଥ ବାବଦରେ କହିବ ବୋଲି କିନ୍ତୁ ତାକୁ ଚୁପ ରହିବା ପାଇଁ କୁହା ଯାଇଥିବାର କଥା ମନେ ପକାଇ ସେ ନିରବ ରହିଲେ l
କିଛି ସମୟ ପରେ ଦ୍ୱିତୀୟ ଜଣେ ଭକ୍ତ ଆସିଲେ l ସେ ହୁଣ୍ଡୀ ରେ ଟଙ୍କା ଟିଏ ପକାଇ ଦେଇ ଏଡ଼େ ପାଟିରେ କହିଲl – ପ୍ରଭୁ ! ମୋର ଆଜି ଲକ୍ଷେ ଟଙ୍କା ଦରକାର l ମୋତେ ଦିଅନ୍ତୁ l
ମାତ୍ର ଟଙ୍କାଟିଏ ଦେଇ ଲକ୍ଷେ ମାଗୁଥିବାର ଶୁଣି ପୂଜକର ରକ୍ତ ଗରମ ହୋଇଗଲେ ବି ସେ ଚୁପ ରହିଲେ l ଏଣେ ଏ ଦ୍ୱିତୀୟ ଭକ୍ତ ଜଣକ ଠାକୁରଙ୍କୁ ମୁଣ୍ଡିଆ ମାରୁଥିବା ବେଳେ ହୁଣ୍ଡୀ ତଳେ ପଡ଼ିଥିବା ଲକ୍ଷେ ଟଙ୍କା ପାଇ ଢେର ଖୁସି ହୋଇ ‘ଆଜି ପ୍ରଭୁ ମୋ ଡାକ ଶୁଣିଲେ’ ବୋଲି କହି ଖୁସିରେ ଲମ୍ବା ପାହୁଣ୍ଡ ପକାଇ ବାହୁଡ଼ିଲା l ପୂଜକ ଏସବୁ ଦେଖି ମନେ ମନେ ସେ ଲୋକଟି ଉପରେ କ୍ରୁଦ୍ଧ ହେଉଥିଲେ ବି ସର୍ତ୍ତ ଅନୁସାରେ ଚୁପ ରହିଲେ l
କିଛି ସମୟ ପରେ ତୃତୀୟ ଭକ୍ତ ନିଜ ପରିବାର ସହ ନାନାଦି ପ୍ରକାର ଭୋଗ ରାଗ ଧରି ଆସିଲେ l ସେ କିଛି ସମୟ ଧରି ପୂଜାର୍ଚ୍ଚନାରେ ଲାଗି ରହିଲେ l ରାତି ପାହିଲେ ଏଇ ତୃତୀୟ ଭକ୍ତ ଦୀର୍ଘ ଦିନ ପାଇଁ ଜଳଯାତ୍ରା ରେ ଯିବାର ଥିବାରୁ ସେ ଏବଂ ତାଙ୍କ ପରିବାର ଏକ ସୁଖଦ ଯାତ୍ରା ନିମନ୍ତେ ପ୍ରାର୍ଥନା କରି ମନ୍ଦିର ଛାଡିଲେ l
ଏଇ ସମୟ ମଧ୍ୟରେ ମନ୍ଦିରର ଜଣେ କର୍ମକର୍ତ୍ତା ହୁଣ୍ଡୀକୁ ଖୋଲି ଲକ୍ଷେ ଟଙ୍କା ନେବା ପାଇଁ ଚାହିଁଲେ l କାରଣ ସେତେବେଳେକୁ ପ୍ରଥମ ଭକ୍ତ ଜଣକ ଲକ୍ଷେ ଟଙ୍କା ଦାନ କରିଛି ବୋଲି ପ୍ରଚାରିତ ହୋଇ ସାରିଥାଏ। କିନ୍ତୁ ହୁଣ୍ଡୀରୁ ଆବଶ୍ୟକ ଟଙ୍କା ନ ମିଳିବାରୁ ସେ ସ୍ଥାନୀୟ ପୁଲିସକୁ ଖବର ଦେଲେ l ପୁଲିସ ତୁରନ୍ତ ପହଂଚି ସନ୍ଦେହରେ ତୃତୀୟ ଭକ୍ତକୁ ଗିରଫ କରି ନେଇ ଯାଉଥିବା ସମୟରେ ଭଗବାନଙ୍କ ଆସନରେ ବସିଥିବା ପୂଜକ ଆଉ ଚୁପ ହୋଇ ବସି ପାରିଲେ ନାହିଁ l ଦ୍ୱିତୀୟ ଭକ୍ତଟି ଲକ୍ଷେ ଟଙ୍କା ନେଇଛି ବୋଲି କହିବାରୁ ତୃତୀୟ ଭକ୍ତକୁ ଛାଡି ପୋଲିସ ଦ୍ୱିତୀୟ ଭକ୍ତଠୁଁ ସେତକ ଟଙ୍କା ଉଦ୍ଧାର କରି ତାକୁ ହାଜତକୁ ପଠାଇଦେଲl l
ତା’ ପର ଦିନ ଭଗବାନ ପୂଜକକୁ ନିଜ ଅନୁଭବ ବାବଦରେ ପଚାରିବାରୁ ପୂଜକ ବେଶ୍‌ ଖୁସି ହୋଇ ତୃତୀୟ ଭକ୍ତକୁ ପୁଲିସ କବଳରୁ ଉଦ୍ଧାର କରି ଦ୍ୱିତୀୟ ଚୋର ଭକ୍ତକୁ ଦଣ୍ଡ ଦେବା ପ୍ରସଙ୍ଗ କଥା ବେଶ୍‌ କୃତ୍ୟ କୃତ୍ୟ ହୋଇ ବର୍ଣ୍ଣନା କଲେ l ଭଗବାନ କହିଲେ, ରେ ମୂର୍ଖ ପୂଜକ! ତୁ କ’ଣ କଲୁ !!
ପ୍ରଥମ ଭକ୍ତଟି ଥିଲା ଚୋର l ସେ ଯାହା ଚୋରୀ କରେ ଅଧା ମୋତେ ଦିଏ l ଦ୍ୱିତୀୟ ଭକ୍ତର ସ୍ତ୍ରୀ ଅପରେସନ ପାଇଁ ଲକ୍ଷେ ଟଙ୍କା ଦରକାର ଥିଲା l ଲକ୍ଷେ ଟଙ୍କା ସେ ନେଇଥାନ୍ତା l ତୋ’ ଭୁଲ ପାଇଁ ସେ ଏବେ ଜେଲ୍‌ ରେ l ତା’ ରୋଗାକ୍ରାନ୍ତ ସ୍ତ୍ରୀ ଡାକ୍ତରଖାନା ଖଟିଆରେ ଏବେ ଛଟପଟ ହେଉଛି l ତୃତୀୟ ଭକ୍ତ ଜଣକ ସନ୍ଦେହରେ ଜେଲ ଯାଇଥିଲେ ଭଲ ହୋଇଥାନ୍ତା l ତା’ ଜୀବନ ସୁରକ୍ଷିତ ରହିଥାନ୍ତା l ଏବେ ସମୁଦ୍ରରେ ସୁନାମି। ତା’ ଜାହାଜଟି ଓଲଟି ଯିବା ଉପରେ l ମରଣ ସହିତ ଏବେ ସେ ସଂଗ୍ରାମ ରତ l
ଏସବୁ ଶୁଣି ପୂଜକର ହୋସ ଉଡ଼ିଗଲା l କିଛି ସମୟ ପରେ ପୂର୍ବ ଦିନର ଜିଜ୍ଞାସୁ ଯୁବକ ଟି ଉତ୍ତର ପାଇବା ପାଇଁ ପହଂଚି ଯିବାରୁ ପୂଜକ ଜଣକ ଭଗବାନ ସବୁବେଳେ କାହିଁକି ଚୁପ ରୁହନ୍ତିର ମାର୍ମିକ ଉତ୍ତର ବତାଇ ଦେଲା l
-ପ୍ରିନ୍ସିପାଲ, ଆପେକ୍ସ ଆଇ ଟି ଆଇ,
ପତ୍ରକଣା, କସର୍ଦା, କଟକ
ମୋ – ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri