ରାଜଧାନୀ ଭୁବନେଶ୍ୱର କାହିଁକି ଉତ୍ତପ୍ତ, କ’ଣ ଏହାର କାରଣ…

ଭୁବନେଶ୍ୱର,୬।୪: ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଚଳିତ ବର୍ଷର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଶୁକ୍ରବାର ରାଜଧାନୀର ତାପମାତ୍ରା ୪୩.୫ ଡିଗ୍ରୀ ଛୁଇଁଥିଲା। ଫଳରେ ସହରରେ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଭୁବନେଶ୍ୱର କାହିଁକି ଅଧିକ ଉତ୍ତପ୍ତ ହେଲା, ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ବଭାବିକ। ଗତ କିଛି ଦିନ ଧରି ନୟାଗଡ଼ ସହରରେ ତାପମାତ୍ରା ୪୧ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହେଉଥିବା ବେଳେ କଟକରେ ଗତ ଦୁଇ ଦିନ ହେଲା ଭୁବନେଶ୍ୱରଠାରୁ ଅଧିକ ତାତି ରେକର୍ଡ କରାଯାଉଥିଲା। ଏପରିକି ଜଗତସିଂହପୁର ଏବଂ କନ୍ଧମାଳରେ ମଧ୍ୟ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ହଠାତ ଭୁବନେଶ୍ୱରରେ ତାପମାତ୍ରା ବଢ଼ିଯିବା ଅସ୍ବାଭାବିକ ନୁହେଁ କି।

ଏହାର କାରଣ ଭୁବନେଶ୍ୱରର ପାଶ୍ୱବର୍ତ୍ତୀ ଅଞ୍ଚଳ ତୁଳନାରେ ସହରୀ କରଣରେ ବହୁତ ଆଗରେ। ଏଠାରେ ଅନେକ କଂକ୍ରିଟ ଜଙ୍ଗଲ, ଆଦ୍ରଭୂମି ହ୍ରାସ ତଥା ଜଳ ଉତ୍ସ ନଷ୍ଟ, ସୁଉଚ୍ଚ ଅଟ୍ଟାଳିକା ସଂଖ୍ୟା ବୃଦ୍ଧି, ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନ ସଂଖ୍ୟା ସବୁ ଅଧିକ। କିନ୍ତୁ ଏସବୁ ତ ଆଗରୁ ବି ଥିଲା ଗତ କାଲି କାହିଁକି ତାପମାତା ବୃଦ୍ଧି ହେଲା ବୋଲି ମନରେ ପ୍ରଶ୍ନ ଉଠୁଛି।

ଯେତେବେଳେ ତାପମାତ୍ରା ବୃଦ୍ଧି ପାଇଁ ପାଣିପାଗ ଅନୁକୂଳ ହୁଏ। ଏହି ସ୍ଥାନୀୟ କାରକଗୁଡିକର ଉପସ୍ଥିତି ତାପମାତ୍ରା ବୃଦ୍ଧି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ବିତ କରିଥାଏ। ଯାହା ପାଶ୍ୱବର୍ତ୍ତୀ ଅଞ୍ଚଳରେ ଦେଖା ଦେଇ ନ ଥାଏ। କହିବାକୁ ଗଲେ ଭୁବନେଶ୍ୱର ସହରୀକରଣ ପ୍ରକ୍ରିୟା ହେତୁ ଏକ ପ୍ରକାର ଉଷ୍ମଦ୍ୱୀପ ପାଲଟିଛି। ଯାହା ନିଜ ଚତୁରପାର୍ଶ୍ୱ ସମାନ ନିୟାମକରେ ଅଧିକ ଉତ୍ତପ୍ତ ହେଉଛି ।

ଭୁବନେଶ୍ୱରରେ ପବନର ଦିଗ ଗତକାଲି ମୁଖ୍ୟତଃ ଦକ୍ଷିଣ ପଶ୍ଚିମ ତଥା ପଶ୍ଚିମ ଦିଗରୁ ରହିଥିଲା, ଯାହାକି ଶୁଷ୍କ ପବନ। ଶୁଷ୍କ ପବନ ସୂର୍ଯ୍ୟ ରଶ୍ମୀର ତୀବ୍ରତା ବୃଦ୍ଧି ତଥା ସ୍ଥାନୀୟ କାରକକୁ ବୃଦ୍ଧି ପାଇଁ ସହାୟକ ହୋଇଥିଲା।

ଅନ୍ୟପକ୍ଷେ ନୟାଗଡ଼ରେ ତାପମାତ୍ରା ବୃଦ୍ଧି ପାଇଁ ପବନର ଦିଗ ଅତ୍ୟନ୍ତ ସହାୟକ ଥିଲା। ସକାଳ ସାଢେ ୮ଟା ପରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିଲା। କିନ୍ତୁ ୨ରୁ ୩ ଦିନ ଧରି ରାଜଧାନୀରୁ ନୟାଗଡ଼ରେ ଅଧିକ ରେକର୍ଡ କରୁଥିବା ତାପମାତ୍ରା କିନ୍ତୁ ୫ ତାରିଖରେ କମ୍‌ ରହିଥିଲା।

ସେହିପରି କଟକରେ ମଧ୍ୟ ଦିନ ତମାମ ଦକ୍ଷିଣ-ପଶ୍ଚିମ, ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହୋଇଥିଲା, ଯାହାକି ତାପମାତ୍ରା ବୃଦ୍ଧି ପାଇଁ ଅତ୍ୟନ୍ତ ସହାୟକ ହୋଇଥିଲା। ତାହା ସତ୍ତ୍ୱେ ଭୁବନେଶ୍ୱରଠାରୁ କଟକର ତାପମାତ୍ରା କମ୍‌ ରହିଥିଲା l


Enter your email to get our daily news in your inbox.

All Right Reserved By Dharitri.Com

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…

ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri