ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି। ଏହା ସରକାରଙ୍କ ବନ୍ଦେ ମାତରମ୍‌ ପ୍ରେମ ଉପରେ ସନ୍ଦେହ ସୃଷ୍ଟି କରୁନାହିଁ କି? ଗୋଟିଏ ପଟେ ସରକାର ନିଜେ ପ୍ରସ୍ତାବ ଦେଇ ଲୋକ ସଭା ଓ ରାଜ୍ୟ ସଭାର ଶୀତ ଅଧିବେଶନରେ ବନ୍ଦେ ମାତରମ୍‌ ଉପରେ ବିତର୍କ କରାଇ ନିଜକୁ ରାଷ୍ଟ୍ରବାଦୀ ବୋଲି ପ୍ରମାଣ କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ ରାଜ୍ୟ ସଭାରେ ଏହାର ସ୍ଲୋଗାନକୁ ବାରଣକରିବା ତାଙ୍କର ଦ୍ୱୈତ ଚରିତ୍ରକୁ ସୂଚାଉଛି।
ଏହା କେମିତିକା ନିଷ୍ପତ୍ତି, ଯେଉଁଠି ଲୋକ ସଭାର ଏକ ମହତ୍ତ୍ୱପୂର୍ଣ୍ଣ ସଦନରେ ବିରୋଧୀମାନଙ୍କୁ ବନ୍ଦେ ମାତରମ୍‌ କିମ୍ୱା ଜୟ ହିନ୍ଦ୍‌ ପରି ସ୍ଲୋଗାନ ଉଚ୍ଚାରଣ କରିବାକୁ ବାରଣ କରାଯାଉଛି! ଏହା କ’ଣ ଆମ ଗଣତନ୍ତ୍ରର ପରିଚୟ? ଗଣତନ୍ତ୍ରରେ ବିରୋଧୀ ଦଳଙ୍କ ଭୂମିକା ଶାସକ ଦଳଠାରୁ କମ୍‌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଶାସକ ଦଳର କୌଣସି ନିଷ୍ପତ୍ତି ଲୋକ ବିରୋଧୀ ହେଲେ ବିରୋଧୀମାନେ ବିରୋଧ କରିବା ସ୍ୱାଭାବିକ। ସ୍ଲୋଗାନ ଦେବା ବା ପ୍ଲାକାର୍ଡ ଦେଖାଇବା ବିରୋଧ କରିବାର ଏକ ସ୍ୱାଭାବିକ ପ୍ରକ୍ରିୟା । ଏପରି ସ୍ଥଳେ ବନ୍ଦେ ମାତରମ୍‌ କିମ୍ୱା ଜୟ ହିନ୍ଦ୍‌ ପରି ରାଷ୍ଟ୍ରବାଦୀ ସ୍ଲୋଗାନକୁ ବାରଣ କରିବା ସରକାରଙ୍କ ବିରୋଧୀଙ୍କ ପ୍ରତି ଅସହନଶୀଳତାକୁ ପ୍ରଦର୍ଶିତ କରୁଛି। ଏହା ଆମ ଗଣତନ୍ତ୍ରର ଗରିମାକୁ ନଷ୍ଟକରୁଛି। ଦେଶପ୍ରେମ ବା ରାଷ୍ଟ୍ରବାଦ କ’ଣ କେବଳ ସରକାରୀ ଦଳର ଏକଚାଟିଆ ଅଧିକାର। ସେ ଯାହା କହିବେ ବା ଯାହା କରିବେ ତାହା ଦେଶପ୍ରେମ ଓ ବିରୋଧୀ ଦଳ ଯାହା କହିବେ ତାହା ଦେଶ ବିରୋଧୀ! ଅନେକ କ୍ଷେତ୍ରରେ ବିରୋଧୀ ଦଳଙ୍କ ବିରୋଧ ସରକାରଙ୍କଠାରୁ ଅଧିକ ଦେଶପ୍ରେମ ଓ ଜନମଙ୍ଗଳ ଭାବନା ବହନ କରିଥାଏ। ତେଣୁ ରାଜ୍ୟ ସଭାରେ ସରକାରଙ୍କ କୌଣସି ନିଷ୍ପତ୍ତିକୁ ବିରୋଧୀମାନେ ବିରୋଧକରି ଯଦି ବନ୍ଦେ ମାତରମ୍‌ କିମ୍ୱା ଜୟ ହିନ୍ଦ୍‌ ପରି ସ୍ଲୋଗାନ ଦିଅନ୍ତି, ଏଥିରେ ଅସଙ୍ଗତି କେଉଁଠି? ଏହାକୁ ନେଇ ସରକାର ଏତେ ବ୍ୟତିବ୍ୟସ୍ତ କାହିଁକି? ଏହା ତ ପରାଧୀନ ଭାରତର ସମୟକୁ ମନେ ପକାଇ ଦେଉଛି। ବ୍ରିଟିଶ ରାଜୁତି ସମୟରେ ଭିନ୍ନ ଭିନ୍ନ ଜନସଭାରେ ସେମାନେ ବନ୍ଦେ ମାତରମ୍‌ର ଗାନକୁ ନିଷେଧ କରିଥିଲେ। ସଂଗ୍ରାମୀମାନଙ୍କୁ ବନ୍ଦେ ମାତରମ୍‌ ଗୀତ ଗାଇବା ଯୋଗୁ ତାଙ୍କୁ ଜେଲରେ ଭର୍ତ୍ତି କରୁଥିଲେ। କିନ୍ତୁ ବଙ୍କିମ ଚନ୍ଦ୍ରଙ୍କ ବନ୍ଦେ ମାତରମ୍‌ କେବଳ ଏକ ଗୀତ ନ ଥିଲା, ତାହା ବହୁ କୋଟି ଭାରତୀୟଙ୍କ ରକ୍ତରେ ପ୍ରବାହିତ ହେଉଥିଲା। ତେଣୁ ବ୍ରିଟିଶର ନିଷେଧ ସତ୍ତ୍ୱେ ବି ତାହା ବନ୍ଦ ହୋଇ ନ ଥିଲା କି ତା’ର ଗାନ କମ୍‌ ହୋଇ ନ ଥିଲା । ବରଂ ବହୁ କୋଟି ଭାରତୀୟଙ୍କ ମଧ୍ୟରେ ଗୁଞ୍ଜରିତ ହେଉଥିଲା ଓ ଆଜି ବି ହେଉଛି। ସେହି ବନ୍ଦେ ମାତରମ୍‌ ପଦକୁ ଆଜି ଯେତେବେଳେ ରାଜ୍ୟ ସଭାରେ ସ୍ଲୋଗାନ ଦେବା ପାଇଁ ସରକାର ନିଷେଧ କରୁଛନ୍ତି, ପୁଣି ଥରେ ବ୍ରିଟିଶ ରାଜ୍‌ କଥା ମନେପକାଇ ଦେଇଛି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ବାରମ୍ୱାର ଔପନିବେଶିକ ମାନସିକତାରୁ ମୁକ୍ତହେବା କଥା କହୁଛନ୍ତି ଓ ଇଂରେଜ ସମୟର ଭିନ୍ନ ଭିନ୍ନ ଅନୁଷ୍ଠାନର ନାମଠାରୁ ଆରମ୍ଭକରି ଇତିହାସକୁ ବଦଳେଇବାର କାମ କରୁଛନ୍ତି। କିନ୍ତୁ ତାଙ୍କ ସରକାର ନିଜେ କିପରି ସେହି ବ୍ରିଟିଶ ମାନସିକତାକୁ ବହନ କରି ବନ୍ଦେ ମାତରମ୍‌ ସ୍ଲୋଗାନ ଉପରେ ରାଜ୍ୟ ସଭାରେ ଅଙ୍କୁଶ ଲଗାଉଛନ୍ତି। କେବଳ ବନ୍ଦେ ମାତରମ୍‌ ନୁହେଁ, ସୁଭାଷ ବୋଷଙ୍କ ଜୟ ହିନ୍ଦ୍‌ ବି ବହୁ କୋଟିଙ୍କ ଛାତିରେ ସ୍ପନ୍ଦନ ସୃଷ୍ଟି କରୁଥିବା ଏକ ସ୍ଲୋଗାନ। ଦୁର୍ଭାଗ୍ୟଜନକ ଭାବେ ତାହା ବି ସରକାରଙ୍କ ଗଳାରେ କଣ୍ଟା ପରି ଲାଗୁଛି
ଦୁର୍ଭାଗ୍ୟର ବିଷୟ, ମୁଖ୍ୟ ସ୍ରୋତର ଗଣମାଧ୍ୟମର ଚର୍ଚ୍ଚାରୁ ଏସବୁ ବାଦ୍‌ ପଡ଼ିଯାଉଛି। ଗଣମାଧ୍ୟମମାନେ କ’ଣ କେବଳ ସରକାରଙ୍କ ସ୍ତୁତିଗାନରେ ନିଜର ମୁକ୍ତି ଦେଖୁଛନ୍ତି। ଦେଶର ଅସଲ ସ୍ୱାର୍ଥ, ଅସଲ ଦେଶପ୍ରେମ ଓ ଜନଗଣଙ୍କ ମଙ୍ଗଳ ଆଉ ତାଙ୍କ ପ୍ରାଥମିକତାରେ ନାହିଁ। ତା’ର ପ୍ରମାଣ ହେଉଛି, ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଉଚ୍ଚାରଣକୁ ନେଇ ଏହି ନୋଟିସ ବିଷୟରେ ଅତ୍ୟନ୍ତ କ୍ଷୀଣ ଚର୍ଚ୍ଚା ବା ଜମା ବି ଚର୍ଚ୍ଚା ନାହିଁ। ଦେଶର ପ୍ରାୟ ପ୍ରତ୍ୟେକ ଗଣମାଧ୍ୟମ ଲୋକ ସଭା ଓ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ର ବିତର୍କକୁ ନେଇ ପ୍ରବଳ ମୁଖର ହୋଇଥିବା ବେଳେ ଏପରି ଏକ ଗଣତନ୍ତ୍ର ବିରୋଧୀ ନୋଟିସକୁ କିପରି ଆଖି ବୁଜିଦେଇପାରିଲେ!
ସରକାର ଯେପରି ଭାବେ ଏହି ସ୍ଲୋଗାନ ଦ୍ୱୟର ଉଚ୍ଚାରଣକୁ ରାଜ୍ୟ ସଭାରେ ନିଷେଧ କରିଛନ୍ତି, ସତେ ଯେମିତି ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ଉପରେ ତାଙ୍କର ଏକଚାଟିଆ ଅଧିକାର। ବିରୋଧୀମାନେ ଯଦି ଏପରି ସ୍ଲୋଗାନ ଉଚ୍ଚାରଣ କରିବେ, ତେବେ ତାଙ୍କର ଦେଶପ୍ରେମୀ ମୁଖା ଖସିଯିବାର ଭୟ ବୋଧେ ତାଙ୍କୁ ଏପରି ହୀନ କାମ କରିବାକୁ ପ୍ରେରିତ କରିଥାଇପାରେ। କିନ୍ତୁ ସୂଚନାଯୋଗ୍ୟ ଯେ, ସରକାରରେ ଥିବା ଦଳର ପୃଷ୍ଠପୋଷକ ସଂଗଠନ ଅନେକ ଦିନ ଯାଏ ନା ଜାତୀୟ ସଙ୍ଗୀତ, ଜାତୀୟ ପତାକା ନା ବନ୍ଦେ ମାତରମ୍‌କୁ ଗ୍ରହଣ କରିଥିଲେ। ଆଜି ଯଦିଓ ସେଇମାନେ ହିଁ ବନ୍ଦେ ମାତରମ୍‌ ଉପରେ ଭାଷଣ ଦେଉଛନ୍ତି, କିନ୍ତୁ ସେମାନଙ୍କର ଇତିହାସ ଠିକ୍‌ ଏହାର ବିପରୀତ ଥିଲା।
ବନ୍ଦେ ମାତରମ୍‌ର ଉଚ୍ଚାରଣ ହେଉଛି, ଭାରତ ମାତା ପ୍ରତି ପ୍ରେମର ଏକ ଭାବପୂର୍ଣ୍ଣ ପ୍ରଦର୍ଶନ। ସେହିପରି ଜୟ ହିନ୍ଦ୍‌ ହେଉଛି, ଭାରତର ବିଜୟକୁ ମନ ପ୍ରାଣ ଦେଇ ଚାହିଁବା ଓ ଆଗକୁ ମାଡ଼ି ଚାଲିବା ପାଇଁ ଏକ ଆହ୍ୱାନ। ବ୍ରିଟିଶମାନଙ୍କୁ ଏହା ଭଲ ନ ଲାଗିବା ସ୍ୱାଭାବିକ, କିନ୍ତୁ ଆମ ଦେଶୀୟ ସରକାର ଏହାକୁ ନିଷେଧ କରିବେ ଏହା ହଜମର ବାହାରେ। ବ୍ରିଟିଶମାନେ ଯେପରି ବନ୍ଦେ ମାତରମ୍‌କୁ ନିଷେଧ କରିବା ସମୟରେ ତାହା ବହୁ କୋଟି ଭାରତୀୟଙ୍କ ପ୍ରାଣରେ ବଞ୍ଚିକରି ଥିଲା, ଠିକ୍‌ ସେହିପରି ସରକାର ବର୍ତ୍ତମାନ ରାଜ୍ୟ ସଭାରେ ଯେତେ ବନ୍ଦେ ମାତରମ୍‌ ସ୍ଲୋଗାନକୁ ନିଷେଧ କଲେ ବି ତାହା ଭାରତର ଜନତା ଓ ତାଙ୍କ ପ୍ରତିନିଧିଙ୍କ ଓଠରେ ଉଚ୍ଚାରତି ହେବ ହିଁ ହେବ । ବ୍ରିଟିଶମାନେ ଏହାକୁ ନିଷେଧକରି ଯେମିତି ନୀରବ କରିପାରି ନ ଥିଲେ, ସେମିତି ଏବେର ସରକାର ବି ଏହାର ସ୍ଲୋଗାନ ଉଚ୍ଚାରଣକୁ ନିଷେଧକରି ଏହାକୁ ମଜଭୁତ ସିନା କରିବେ, କିନ୍ତୁ ଦୁର୍ୱଳ କରିପାରିବେ ନାହିଁ।
ବିରୋଧ ଗଣତନ୍ତ୍ରର ମୂଳ ଭିତ୍ତି। ଯଦି ବିରୋଧ ପ୍ରତି ଅସହନଶୀଳତା ପ୍ରଦର୍ଶନ କରାଯିବ, ତେବେ ଏହା ଗଣତନ୍ତ୍ର ଉପରେ ଅବିଶ୍ୱାସକୁ ଦର୍ଶାଇବ; ଯାହା ଆଜିର ସମୟରେ ଅତ୍ୟଧିକ ଦେଖାଯାଉଛି। ବିରୋଧୀଙ୍କୁ ଦେଶଦ୍ରୋହୀ ଭାବେ ଚିତ୍ରଣକରି ନିଜକୁ ତଥା ସରକାରଙ୍କୁ ଦେଶପ୍ରେମୀ ଦେଖାଇବାର ହୀନ ଓ ନିଷ୍ଫଳ ପ୍ରୟାସ କରାଯାଉଛି। ଏହା ନିଶ୍ଚିତ ଭାବେ ବେଶିଦିନ ତିଷ୍ଠିବ ନାହିଁ। ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନକୁ ନିଷେଧକରିବା କେବଳ ସରକାରଙ୍କ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପାଳନର ଛଳନାତ୍ମକ ଆଭିମୁଖ୍ୟକୁ ଦର୍ଶାଉନାହିଁ, ବରଂ ତାଙ୍କର ଭୀରୁତାକୁ ବି ସୂଚାଉଛି ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା: ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପରେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌: କେମିତି ଜୀବନ ବଞ୍ଚାଇବାକୁ ତଣ୍ଟି ଧରି ଦୌଡୁଛନ୍ତି ସତ୍ୟ, ପଛରେ…

ଭୁବନେଶ୍ୱର,୧୦।୨: ସାମ୍ନାକୁ ଆସିଲା ସତ୍ୟବ୍ରତ ହତ୍ୟା ମାମଲରେ CCTV ସତ। ସିସିଟିଭିରେ କଏଦ୍‌ ହୋଇଛି ସତ୍ୟଙ୍କ ମଡର ମିଷ୍ଟ୍ରି। ବେକ କଟିଯିବା ପରେ ସିସିଟିଭିରେ ସତ୍ୟବ୍ରତ ଦୌଡ଼ି…

ଆସନ୍ତାକାଲି ପଡିଥାନ୍ତା ହାତଗଣ୍ଡି, ଆଜି ଚାଲିଗଲା ଜୀବନ: ଗଛ କାଟିବାବେଳେ…

ରାଜଗାଙ୍ଗପୁର,୧୦।୨: ଆସନ୍ତାକାଲି ଥିଲା ବାହାଘର, ଆଜି ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲାଞ୍ଜିବନା ଗାଁରେ। ଗଛ କାଟିବା ବେଳେ ୩୩ କେଭି ତାରରେ…

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଘଟଣା: ବଡ଼ ନିଷ୍ପତ୍ତି ନେଲେ ନିଶା, କୋର୍ଟରେ କରିବେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ଧର୍ମଘଟକୁ ମଧ୍ୟାହ୍ନଭୋଜନ ପାଚିକା, ସହାୟିକାଙ୍କ ସମର୍ଥନ

ଭୁବନେଶ୍ୱର,୧୦ା୨: ଆସନ୍ତା ୧୨ ତାରିଖରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ନାମ ପରିବର୍ତ୍ତନକୁ ବିରୋଧ କରିବା ସହ ଶ୍ରମିକ ବିରୋଧୀ…

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri