Posted inଜାତୀୟ

ସର୍ବଦା ନୀଳ ରଙ୍ଗର ପଗଡ଼ି କାହିଁକି ପିନ୍ଧୁଥିଲେ ମନମୋହନ ସିଂ? ନିଜେ କହିଥିଲେ କାରଣ…

ନୂଆଦିଲ୍ଲୀ,୨୭।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କ ଗୁରୁବାର ପରଲୋକ ଘଟିଛି। ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଶୋକର ଲହର ଖେଳିଯାଇଛି। ଗୁରୁବାର ରାତିରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ସମୟ ପରେ ସେ ଆଖି ବୁଜିଥିଲେ।

ମନମୋହନ ସିଂ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଥିଲେ। ସେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୨ ଥର ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ।ଏହାଛଡ଼ା ସେ ଅନେକ କାରଣକୁ ନେଇ ମନେ ରହିବେ। ଯଦି କେବେ ଆଖି ବନ୍ଦ କରି ତାଙ୍କ କଥା କେହି ଚିନ୍ତା କରେ ତେବେ ସର୍ବପ୍ରଥମେ ତାଙ୍କର ନୀଳ ରଙ୍ଗର ପଗଡ଼ି ନଜର ଆସିବ।

ଅଧିକାଂଶ ସମୟରେ କେବଳ ନୀଳ ରଙ୍ଗର ପଗଡ଼ି ପିନ୍ଧୁଥିଲେ ମନମୋହନ। ଏହା ପଛରେ ରହିଥିଲା ବଡ଼ କାରଣ। ଏକଦା ସେ କହିଥିଲେ ଯେ ଏହି ରଙ୍ଗର ପଗଡ଼ି ତାଙ୍କ ଲାଗି ସ୍ବତନ୍ତ୍ର। ୨୦୦୬ରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ଡକ୍ଟରେଟ୍‌ ଅଫ୍‌ ଲ’ରେ ସମ୍ମାନିତ କରାଯାଇଥିଲା। ଏହି ସମୟରେ ସେ ଯେବେ ଷ୍ଟେଜ୍‌କୁ ଯାଉଥିଲେ , ସେତେବେଳେ ଡ୍ୟୁକ୍‌ ଅଫ୍‌ ଆଡିନ୍‌ବର୍ଗ ପ୍ରିନ୍ସ ଫିଲିପ୍‌ ତାଙ୍କ ପଗଡ଼ି ଆଡ଼କୁ ଇଙ୍ଗିତ କରି, ଦେଖ ତାଙ୍କ ପଗଡ଼ିର ରଙ୍ଗ ବୋଲି କହିଥିଲେ। ଏହି ଟିପ୍ପଣୀ ପରେ ହାଲକା ନୀଳ ରଙ୍ଗ ତାଙ୍କର ପ୍ରିୟ ରଙ୍ଗ ବୋଲି ସେ କହିଥିଲେ। ଏହି ରଙ୍ଗ ତାଙ୍କୁ କ୍ରେମ୍ବ୍ରିଜ ସମୟକୁ ମନେ ପକାଇ ଦେଉଥିଲା।

ଯେତେବେଳେ ମନମୋହନ କେମ୍ବ୍ରିଜରେ ପଢ଼ୁଥିଲେ, ସେତେବେଳେ ନୀଳ ରଙ୍ଗର ପଗଡ଼ି ପିନ୍ଧୁଥିଲେ। ତାଙ୍କୁ ବନ୍ଧୁମାନେ ‘ବ୍ଲୁ ଟର୍ବନ’ ନାମରେ ଡାକୁଥିଳେ। ଏହା ତାଙ୍କ ନିକ୍‌ନେମ୍‌ ପାଲଟିଥିଲା। ଏହି କାରଣରୁ ନୀଳ ରଙ୍ଗର ପଗଡ଼ି ତାଙ୍କ ପରିଚୟର ବଡ଼ ଅଂଶ ଥିଲା।

କହିରଖୁଛୁ, ମନମୋହନଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟଦା ସହ ନିଗମବୋଧ ଘାଟରେ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri