ମହିଳାଙ୍କଠାରେ ୟୁରିନ୍‌ ଇନ୍‌ଫେକ୍ସନ କ’ଣ? ଜାଣନ୍ତୁ କାରଣ, ଲକ୍ଷଣ ଏବଂ ଉପଚାର ନେଇ ସବିଶେଷ…

ମୂତ୍ରନଳୀ ସଂକ୍ରମଣ (Urinary Tract Infection – UTI) ଏକ ଏପରି ସଂକ୍ରମଣ, ଯାହା ମୂତ୍ରନଳୀ, ମୂତ୍ରାଶୟ କିମ୍ବା ବୃକକ୍‌ରେ ବ୍ୟାକ୍ଟେରିଆର ପ୍ରବେଶ ଓ ବୃଦ୍ଧି ଯୋଗୁଁ ହୁଏ। ଏହି ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ ଅଧିକ ଦେଖାଯାଏ। ଏହା ସାମାନ୍ୟ ହୋଇପାରେ, କିନ୍ତୁ ଯଦି ସମୟଥାଇ ଚିକିତ୍ସା ନ ହୁଏ, ତେବେ ଏହା ବୃକକ୍‌ ପର୍ଯ୍ୟନ୍ତ ବ୍ୟାପି ଗୁରୁତର କ୍ଷତି ଘଟାଇପାରେ। ମହିଳାମାନେ ବାରମ୍ବାର ମୂତ୍ରତ୍ୟାଗ, ମୂତ୍ର ସମୟରେ ଜାଳାପୋଡ଼ା, ପେଟର ନିମ୍ନ ଅଂଶରେ ଯନ୍ତ୍ରଣା, ଥକ୍କାପଣ ଏବଂ ଏପରିକି ଜ୍ୱର ଅନୁଭବ କରିପାରନ୍ତି। ଦୀର୍ଘ ସମୟ ଧରି UTI ରହିଲେ ବୃକକ୍‌ କ୍ଷତିଗ୍ରସ୍ତ ହେବା ସହ ପ୍ରଜନନ ତନ୍ତ୍ର ସହ ଜଡ଼ିତ ସମସ୍ୟା ମଧ୍ୟ ହୋଇପାରେ।

ମହିଳାଙ୍କ ମଧ୍ୟରେ UTIର କାରଣ
ମହିଳାଙ୍କ ମୂତ୍ରନଳୀ ଛୋଟ ହେବା କାରଣରୁ ବ୍ୟାକ୍ଟେରିଆ ସହଜରେ ମୂତ୍ରନଳୀରେ ପ୍ରବେଶ କରିପାରେ। ଏହା ବ୍ୟତୀତ, ଋତୁସ୍ରାବ ସମୟରେ ସ୍ବଚ୍ଛତାର ଅଭାବ, ଅପରିଷ୍କାର ଶୌଚାଳୟର ବ୍ୟବହାର, ଦୀର୍ଘ ସମୟ ମୂତ୍ର ଅଟକାଇ ରଖିବା କିମ୍ବା କମ ପାଣି ପିଇବା ମଧ୍ୟ UTIର କାରଣ ହୋଇପାରେ। ଯୌନ ସମ୍ପର୍କ ସମୟରେ ବ୍ୟାକ୍ଟେରିଆ ମୂତ୍ରନଳୀରେ ପ୍ରବେଶ କରିପାରେ। ଗର୍ଭବତୀ ମହିଳା, ମଧୁମେହ ରୋଗୀ କିମ୍ବା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ମହିଳାଙ୍କୁ ଏହାର ଆଶଙ୍କା ଅଧିକ ଥାଏ। କେତେକ ମହିଳାଙ୍କୁ ବାରମ୍ବାର UTI ହୁଏ, ଯାହାକୁ ରିକରେଣ୍ଟ UTI କୁହାଯାଏ, ଯାହା ଶାରୀରିକ ଅସୁବିଧା ସହ ଦୈନଦିନ ଜୀବନ ଓ କାର୍ଯ୍ୟକୁ ପ୍ରଭାବିତ କରେ।

ଲକ୍ଷଣ କ’ଣ?
ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ମତରେ, UTIର ଲକ୍ଷଣ ସଂକ୍ରମଣର ଗମ୍ଭୀରତା ଉପରେ ନିର୍ଭର କରେ। ସାଧାରଣ ଲକ୍ଷଣ ମଧ୍ୟରେ ମୂତ୍ରତ୍ୟାଗ ସମୟରେ ଜାଳାପୋଡ଼ା କିମ୍ବା ଯନ୍ତ୍ରଣା, ବାରମ୍ବାର ମୂତ୍ରତ୍ୟାଗର ଆବଶ୍ୟକତା କିନ୍ତୁ କମ ମୂତ୍ର ବାହାରିବା, କିମ୍ବା ରହି ରହି ମୂତ୍ରତ୍ୟାଗ ହେବା ଅନ୍ତର୍ଭୁକ୍ତ। କେତେକ ମହିଳାଙ୍କୁ ମୂତ୍ରାଶୟ ପୂରା ଖାଲି ହୋଇ ନ ଥିବା ପରି ଅନୁଭବ ହୁଏ। ମୂତ୍ରରେ ଦୁର୍ଗନ୍ଧ, ଗାଢ଼ ରଙ୍ଗ କିମ୍ବା ରକ୍ତ ଦେଖାଯାଇପାରେ। ପେଟର ନିମ୍ନ ଅଂଶ କିମ୍ବା ପିଠିରେ ହାଲୁକା ଯନ୍ତ୍ରଣା, ଥକ୍କାପଣ, ଜ୍ୱର ଓ କମ୍ପ ପରି ଲକ୍ଷଣ ମଧ୍ୟ ଦେଖାଦେଇପାରେ। ଯଦି ସଂକ୍ରମଣ ବୃକକ୍‌ ପର୍ଯ୍ୟନ୍ତ ପହଞ୍ଚେ, ତେବେ ଲକ୍ଷଣ ଆହୁରି ଗମ୍ଭୀର ହୁଏ, ଯେପରିକି ତୀବ୍ର ଜ୍ୱର, ବାନ୍ତି ଓ ପିଠିର ଉପର ଅଂଶରେ ତୀବ୍ର ଯନ୍ତ୍ରଣା। ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କଲେ ଗୁରୁତର କ୍ଷତି ହୋଇପାରେ, ତେଣୁ ସମୟଥାଉ ଚିକିତ୍ସା ଜରୁରୀ।
କିପରି କରିବେ ପ୍ରତିରୋଧ?
– ଦିନକୁ ଅତି କମ୍‌ରେ ୭-୮ ଗ୍ଲାସ ପାଣି ପିଅନ୍ତୁ।
-ମୂତ୍ରତ୍ୟାଗକୁ କେବେ ଅଟକାନ୍ତୁ ନାହିଁ, ଏହା ବ୍ୟାକ୍ଟେରିଆର ବୃଦ୍ଧି ଘଟାଇପାରେ।
-ଶୌଚାଳୟ ବ୍ୟବହାର ପରେ ନିଜ ଅଙ୍ଗର ସଫେଇ ଆଗରୁ ପଛକୁ କରନ୍ତୁ, ଯାହା ବ୍ୟାକ୍ଟେରିଆର ବ୍ୟାପକୁ ରୋକିବ।
-ଶାରୀରିକ ସମ୍ପର୍କ ପରେ ମୂତ୍ରତ୍ୟାଗ କରନ୍ତୁ, ଏହା ସଂକ୍ରମଣର ଆଶଙ୍କା ହ୍ରାସ କରେ।
-ଋତୁସ୍ରାବ ସମୟରେ ନିଜ ଅଙ୍ଗର ସ୍ବଚ୍ଛତାର ବିଶେଷ ଧ୍ୟାନ ରଖନ୍ତୁ।
-ସିନ୍ଥେଟିକ କିମ୍ବା ଟାଇଟ ଅନ୍ତଃବସ୍ତ୍ର ପରିବର୍ତ୍ତେ ସୂତା ଓ ଢିଲା ପୋଷାକ ପିନ୍ଧନ୍ତୁ।

ଏହି ସତର୍କତା ଅବଲମ୍ବନ କରି ମହିଳାମାନେ UTIର ଆଶଙ୍କାକୁ କମାଇ ସୁସ୍ଥ ଜୀବନଯାପନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri