ସର୍ଭାଇକାଲ ଯନ୍ତ୍ରଣା କାହିଁକି ହୁଏ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…

ଆଜିକାଲି ସର୍ଭାଇକାଲ ଯନ୍ତ୍ରଣା ବା ବେକ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟିଛି। ଏହି ଯନ୍ତ୍ରଣା ବେକ ହାଡ଼, ମାଂସପେଶୀ, ସ୍ନାୟୁରେ ହୋଇଥାଏ। ବେକର ମେରୁଦଣ୍ଡ, ଯାହାକୁ ‘ସର୍ଭିକାଲ ସ୍ପାଇନ’ କୁହାଯାଏ, ଯାହା ଆମ ମୁଣ୍ଡକୁ ସପର୍ଟୋ ଏବଂ ଘୂର୍ଣ୍ଣନ କାମ କରେ। ଯେତେବେଳେ ଏହା ଫୁଲିଯାଏ କିମ୍ବା ଚାପ ପଡ଼ିଥାଏ, ସେତେବେଳେ ଯନ୍ତ୍ରଣା ଆରମ୍ଭ ହୁଏ, ଯାହାକୁ ସର୍ଭାଇକାଲ ପେନ୍‌ କୁହାଯାଏ।

ଏହି ଯନ୍ତ୍ରଣା କେବଳ ବେକରେ ନୁହେଁ, ବରଂ କାନ୍ଧ, ବାହୁ ଏବଂ କେତେକ ସମୟରେ ଆଙ୍ଗୁଠିରେ ମଧ୍ୟ ହୋଇଥାଏ। କେତେକ ସମୟରେ ଗଳା ମାଂସପେଶୀରେ ଚାପ କିମ୍ବା ଆଘାତ, ଯେପରିକି ହଠାତ୍‌ ଝଟକା ଯାହାକୁ ଆମେ ରକା ପଶିଯିବା କହିଥାଉ। ଏହା ମଧ୍ୟ ସର୍ଭାଇକାଲ ଯନ୍ତ୍ରଣାକୁ ବୃଦ୍ଧି କରିପାରେ। କିଛି କ୍ଷେତ୍ରରେ ମାନସିକ ଚାପ ମଧ୍ୟ ସର୍ଭାଇକାଲ ଯନ୍ତ୍ରଣାର କାରଣ ହୋଇଥାଏ।

ସର୍ଭାଇକାଲର ଲକ୍ଷଣ:

ମୁଣ୍ଡ ପଛପଟେ କିମ୍ବା ମୁଣ୍ଡବିନ୍ଧା ଆକାରରେ ଯନ୍ତ୍ରଣା, କାନ୍ଧ, ବାହୁ କିମ୍ବା ହାତରେ ଯନ୍ତ୍ରଣା, ବେକ ମୋଡ଼ିବାରେ କଷ୍ଟ, କେତେବେଳେ ହାତରେ ଝିମ୍‌ଝିମ୍‌ କିମ୍ବା ଦୁର୍ବଳତା। ଉଠିବା ଏବଂ ଚାଲିବା ସମୟରେ ମୁଣ୍ଡ ବୁଲାଇବା କିମ୍ବା ସନ୍ତୁଳନ ସମସ୍ୟା ପରି ଲକ୍ଷଣ, ଥକ୍କାପଣ କିମ୍ବା ମୁଣ୍ଡ ଭାରୀଭାରୀ ଲାଗିବା ଭଳି ଲକ୍ଷଣ ଅଧିକାଂଶ କ୍ଷେତ୍ରରେ ଦେଖାଯାଏ।

୧. ଭୁଲ ଶୈଳୀରେ ବସିବା କିମ୍ବା କାମ କରିବା

୨. କମ୍ପ୍ୟୁଟର ପାଖରେ ନିରନ୍ତର ବଙ୍କା ହୋଇ ବସିବା

୩. ଘଣ୍ଟା ଘଣ୍ଟା ଧରି ତଳକୁ ଚାହିଁ ମୋବାଇଲ ବ୍ୟବହାର କରିବା

୪.ସମର୍ଥନ ବିନା ବେକ ବଙ୍କା କରି ଶୋଇବା

୫. ଉଚ୍ଚ କିମ୍ବା ଅତ୍ୟଧିକ କଠିନ ତକିଆ ମଧ୍ୟ ବେକ ଯନ୍ତ୍ରଣାର ଏକ କାରଣ

୬. ଏହା ଏକ ବୟସ ସମ୍ବନ୍ଧୀୟ ରୋଗ ଯେଉଁଥିରେ ବେକର ହାଡ଼ କ୍ଷୟ ହୋଇଯାଏ

ଏହି ଅଭ୍ୟାସଗୁଡ଼ିକ ବେକର ମାଂସପେଶୀ ଏବଂ ସ୍ନାୟୁ ଉପରେ ଅତିରିକ୍ତ ଚାପ ପକାଇଥାଏ। ସମୟ ସହିତ, ଏହି ଚାପ ଗୁରୁତର ହୋଇପାରେ, ଯାହା ମେରୁଦଣ୍ଡର ହାଡ଼ ଏବଂ ସନ୍ଧିଗୁଡ଼ିକର ଧୀରେ ଧୀରେ କ୍ଷତି ପହଞ୍ଚାଇଥାଏ।

ଯଦି ଏହି ସମସ୍ୟା ଦୀର୍ଘ ସମୟ ଧରି ରହିଥାଏ କିମ୍ବା ଲକ୍ଷଣଗୁଡ଼ିକ ଗୁରୁତର ହୋଇଯାଏ, ତେବେ ଏହାକୁ ଅଣଦେଖା କରିବା ବିପଜ୍ଜନକ ହୋଇପାରେ। ସଠିକ ସମୟରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା, MRI କିମ୍ବା X-ray ଭଳି ପରୀକ୍ଷା କରାଇବା ଏବଂ ଉପଯୁକ୍ତ ଚିକିତ୍ସା ଆରମ୍ଭ କରିବା ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ, ଚିକିତ୍ସା ପାଇଁ ଫିଜିଓଥେରାପି, ବେକ୍‌ ବ୍ୟାୟାମ, ଗରମ କମ୍ପ୍ରେସ, ଯନ୍ତ୍ରଣା ନିବାରଣ ଔଷଧ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରମର୍ଶ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri