Categories: ଫୁରସତ

କଲ୍‌ ଉଠାଇଲେ କାହିଁକି କୁହାଯାଏ ‘ହେଲୋ’

ସେ ଲ୍ୟାଣ୍ଡଲାଇନ୍‌ ଫୋନ୍‌ ହେଉ ଅବା ମୋବାଇଲ, ରିଂ ହେଲେ ତାକୁ ଉଠାଇବାମାତ୍ରେ ପାଟିରୁ ଆପେ ବାହାରିଯାଏ ‘ହେଲୋ’। ସେ ଧନୀ ହୁଅନ୍ତୁ ଅବା ଗରିବ, ଶିକ୍ଷିତ ହୁଅନ୍ତୁ ଅବା ଅଶିକ୍ଷିତ, ସହରୀ ହୁଅନ୍ତୁ ଅବା ଗାଉଁଲି ଫୋନ୍‌ ଉଠାଇବା ମାତ୍ରେ ‘ହେଲୋ’ ହିଁ କୁହନ୍ତି। ଏହି ଇଂରାଜୀ ଶବ୍ଦକୁ ପୃଥିବୀର ବିଭିନ୍ନ ସ୍ଥାନରେ ଫୋନ୍‌ ରିସିଭ୍‌ କରିବାବେଳେ କୁହାଯାଏ। ତେବେ ଜାଣନ୍ତି କି ଏଇ ଶବ୍ଦକୁ ହିଁ କାହିଁକି ଚୟନ କରାଯାଇଥିଲା?

ଟେଲିଫୋନ୍‌ର ଜନକ କୁହାଯାଏ। ହେଲେ ପ୍ରାରମ୍ଭିକ ସମୟରେ ଫୋନ୍‌ ରିସିଭ୍‌ କରୁ କରୁ ଯେଉଁଶବ୍ଦ କୁହାଯିବା ଲାଗି ସେ ଚୟନ କରିଥିଲେ ତାହା ହେଲୋ ନ ଥିଲା। ରିଡର୍ସ ଡାଇଜେଷ୍ଟ ଓ୍ବେବସାଇଟ୍‌ ଅନୁସାରେ ଗ୍ରାହାମ ବେଲ ସ୍ଥିର କରିଥିଲେ ଯେ, ଫୋନ୍‌ ଉଠାଇବା ପରେ ଲୋକେ ଯେଉଁ ଶବ୍ଦ କୁହିବେ ତାହା ହେଉଛି ‘ଅହୋୟ’। ଏହା ଡଚ୍‌ ଶବ୍ଦ ହାୟରୁ ଉଦ୍ଧୃତ ହୋଇଥିଲା, ଯାହାକୁ ଜାହାଜ କିମ୍ବା ଡଙ୍ଗାକୁ ଡକାଇବାର ଏକ କୋଡଓ୍ବାଡ୍‌ ଥିଲା। ଏହି ଶବ୍ଦକୁ ଅଭିନନ୍ଦନ ଜଣାଇବା, ସତର୍କ ରହିବା ପାଇଁ ବ୍ୟବହାର କରାଯାଉଥିଲା। ତେବେ ଉକ୍ତ ଶବ୍ଦଟି ହେଲୋ ଶବ୍ଦଠାରୁ ୧୦୦ ବର୍ଷ ପୁରୁଣା ଥିଲା। ସେ ଏହି ଶବ୍ଦକୁ ସାରା ଜୀବନ ବ୍ୟବହାର କରିବାକୁ ପ୍ରସ୍ତୁତ ଥିଲେ। ଅନ୍ୟପକ୍ଷେ ସେତେବେଳେ ହେଲୋ ଶବ୍ଦକୁ ଗ୍ରିଟ୍‌ କରିବା ତଥା ଅଭିନନ୍ଦନ ଜଣାଇବା ପାଇଁ ବ୍ୟବହାର କରାଯାଉ ନ ଥିଲା, ବରଂ ଧ୍ୟାନ ଆକର୍ଷିତ କରିବା ଲାଗି ବ୍ୟବହାର କରାଯାଉଥିଲା। ଆଉ ଟେଲିଫୋନ୍‌କୁ ପ୍ରାରମ୍ଭିକ ସମୟରେ ଓ୍ବାକିଟକି ଭଳି ବ୍ୟବହାର କରାଯାଉଥିଲା। କଥାବାର୍ତ୍ତା ତ ହେଉଥିଲା ହେଲେ ଜଣାପଡୁ ନଥିଲା କେତେବେଳେ କଥା ଆରମ୍ଭ ହେଉଥିଲା ଓ କେବେ ସଜାଗ ହୋଇ ଶୁଣିବାକୁ ହେବ। ଏହି କାରଣରୁ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଥୋମାସ୍‌ ଏଡିସନ୍‌ ‘ହେଲୋ’ ଶବ୍ଦକୁ ବାଛିଥିଲେ। ସେ ନିଜର ପ୍ରତିଦ୍ୱନ୍ଦ୍ୱୀ ବୈଜ୍ଞାନିକ ଗ୍ରାହାମ ବେଲ୍‌ ବାଛିଥିବା ଶବ୍ଦ ସ୍ଥାନରେ ‘ହେଲୋ’କୁ ପ୍ରପୋଜ କରିଥିଲେ। ଆଉ ପିଟ୍‌ସବର୍ଗରେ ଥିବା ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଆଣ୍ଡ ପ୍ରିଣ୍ଟିଂ ଟେଲିଗ୍ରାଫ କମ୍ପାନୀର ପ୍ରେସିଡେଣ୍ଟଙ୍କୁ ଚିଠି ଲେଖି ‘ହେଲୋ’ ଶବ୍ଦର ବ୍ୟବହାର କରିବା ଲାଗି ପ୍ରସ୍ତାବ ପଠାଇଥିଲେ, ଯାହାକି ପରେ ମଞ୍ଜୁର ହୋଇଥିଲା। ଆଉ ସେ ସମୟରେ ପ୍ରଥମ ଟେଲିଫୋନ୍‌ ବୁକ୍‌ଗୁଡିକରେ ବି ହେଲୋକୁ ଆଧିକାରିକ ଗ୍ରିଟିଂ ଶବ୍ଦ ଭାବେ ଗ୍ରହଣ କରାଯାଇଥିଲା। ସେବେଠାରୁ ଫୋନ୍‌ ଉଠାଇବାପରେ ‘ହେଲୋ’ ଶବ୍ଦ ପ୍ରୟୋଗ ହେଉଛି।

Share