Posted inଫୁରସତ

କାହିଁକି ଅଧିକ ବର୍ଷ ବଞ୍ଚନ୍ତି ଏହି ଲୋକେ

କିଛି ଗବେଷଣାରୁ ଜଣାପଡ଼ିଛି ଯେ,ଜାପାନର ଲୋକେ ଦୀର୍ଘ ବର୍ଷ ବଞ୍ଚନ୍ତି।ସେମାନଙ୍କ ଦୀର୍ଘାୟୁ ହେବା ପଛରକାରଣ କ’ଣ ଜାଣନ୍ତୁ ସେ ସମ୍ପର୍କରେ…
ଜାପାନର ଲୋକଙ୍କୁ ଦେଖି ସେମାନଙ୍କ ବୟସ ଅନୁମାନ କରିବା ସହଜ ନୁହେଁ। କାରଣ ଏଠାକାର ଅନେକ ବୟସ୍କ ଲୋକ ବହୁତ ୟଙ୍ଗ୍‌ ଓ ଫିଟ୍‌ ଦେଖାଯାଆନ୍ତି। ଆଉ ଏହାପଛର କାରଣ ହେଉଛି ସେମାନଙ୍କ ଲାଇଫ୍‌ ଷ୍ଟାଇଲ୍‌ ଓ ଫିଟ୍‌ନେସ୍‌ ସିକ୍ରେଟ୍‌। କିଛି ଗବେଷଣା କହେ ଏଠାକାର ପ୍ରାୟ ୫୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ଏମିତି ଅଛନ୍ତି, ଯାହାଙ୍କ ବୟସ ୧୦୦ ବର୍ଷରୁ ଊର୍ଦ୍ଧ୍ୱ। ସାଧାରଣତଃ ଭାରତ ଓ ଅନ୍ୟ ଦେଶରେ ଲୋକଙ୍କ ହାରାହାରି ବୟସ ୬୦-୭୦ ବର୍ଷ ହୋଇଥାଏ। କିନ୍ତୁ ଜାପାନ ଲୋକ ଅଧିକ ବର୍ଷ ଜିଅନ୍ତି। ଏହା ପଛର କାରଣସବୁ ହେଉଛି…
ଡାଏଟ୍‌ ଉପରେ ଫୋକସ୍‌: ପାରମ୍ପରିକ ଜାପାନୀ ମିଲ୍ସରେ ତାଜା ଫଳ, ପନିପରିବା, ଲିନ୍‌ ପ୍ରୋଟିନ୍‌ ଓ ଶସ୍ୟ ଆଦିର ସନ୍ତୁଳନ ଥାଏ। ସେମାନେ ପ୍ରୋସେସ୍‌ଡ ଫୁଡ, ଟ୍ରାନ୍ସ ଫ୍ୟାଟ୍‌ ଓ ଚିନିର ବ୍ୟବହାର ବହୁତ କମ୍‌ କରନ୍ତି। ଆଉ ପୋଷକ ତତ୍ତ୍ୱରେ ଭରପୂର ଖାଦ୍ୟ ଅଧିକ ଖାଆନ୍ତି। ହେଲେ କାର୍ବୋହାଇଡ୍ରେଟ୍‌ସଯୁକ୍ତ ଖାଦ୍ୟ କମ୍‌ ଖାଆନ୍ତି।
ସି’ଫୁଡ୍‌ ବ୍ୟବହାର: ଜାପାନୀମାନେ ଯେମିତି ବି ହେଉ ସି’ ଫୁଡ୍‌କୁ ନିଜ ଡାଏଟ୍‌ରେ ସାମିଲ କରନ୍ତି। କାରଣ ସି’ଫୁଡ୍‌ରେ ଓମେଗା ୩, ଫ୍ୟାଟି ଏସିଡ୍‌ ସହ ଆହୁରି ଅନେକ ପୋଷକ ତତ୍ତ୍ୱ ଭରପୂର ଥାଏ। ଯାହା ଶରୀରକୁ ଅନ୍ୟ ମାଂସ ତୁଳନାରେ ୧୦ ଗୁଣ ଅଧିକ ଶକ୍ତି ପ୍ରଦାନ କରିଥାଏ। ତେଣୁ କୁହାଯାଏ ସି’ ଫୁଡ ଖାଇଲେ ଲୋକେ ୟଙ୍ଗ୍‌ ରୁହନ୍ତି।
ଗ୍ରୀନ ଟି: ଜାପାନ ଲୋକଙ୍କୁ ଚା’ ପିଇବା ବହୁତ ପସନ୍ଦ। ଏଠାରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଚା’ ମିଳିଥାଏ। ହେଲେ ଏଠାକାର ଲୋକେ ଗ୍ରୀନ ଟି’ ପିଇବାକୁ ଅଧିକ ପସନ୍ଦ କରନ୍ତି। ଏହାବାଦ୍‌ ମାଚା ଗ୍ରୀନ ଟି’ର ବି ବହୁତ ବ୍ୟବହାର ହୁଏ। ଯେଉଁଥିରେ ପଲିଫେନାଲ୍ସ ଅଧିକ ମାତ୍ରାରେ ଥାଏ। ଏହା ଓଜନ କମାଇବାରେ ସାହାଯ୍ୟ କରେ। ତା’ସହ ଏହା ଶରୀରରୁ ଟକ୍ସିନ୍‌ ସଫା କରେ। ପେଟ ଓ ଲିଭର୍‌ର କାମକୁ ସହଜ କରେ। ଏହାବାଦ୍‌ ଏଠାକାର ଲୋକେ ଚା’ରେ କ୍ଷୀର ଓ ଚିନିର ବ୍ୟବହାର କରନ୍ତି ନାହିଁ। ତେଣୁ ତାଙ୍କ ଚା’ ହେଲ୍‌ଦି ହୋଇଥାଏ ଓ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ବଢାଏ।
ଚାଲିବା ପସନ୍ଦ: ଜାପାନର ଲୋକେ ଗାଡ଼ି ଚଳାଇ ଯିବା ଅପେକ୍ଷା ନିକଟସ୍ଥ ସ୍ଥାନକୁ ଚାଲିକି ଯିବାକୁ ପସନ୍ଦ କରନ୍ତି। ସ୍କୁଲ, କଲେଜ, ଅଫିସ, ଲାଇବ୍ରେରୀ, ପାର୍କ, ଜିମ୍‌ ଆଦି ସ୍ଥାନକୁ ଯିବା ପାଇଁ ସାଇକେଲ ବ୍ୟବହାର କରନ୍ତି ଅବା ଚାଲିକି ଯାଆନ୍ତି। ଯାହାଦ୍ୱାରା ବ୍ୟାୟାମ ହୋଇଯାଏ, ଖାଦ୍ୟ ଆରାମରେ ହଜମ ହୁଏ ଏବଂ ଓଜନ ନିୟନ୍ତ୍ରଣରେ ରହେ।
ମିଠା ଖାଆନ୍ତି ନାହିଁ: ଜାପାନ ଲୋକ ଅଧିକ ବୟସ ବଞ୍ଚତ୍ବାର ମୁଖ୍ୟ କାରଣ ହେଉଛି ସେମାନେ ମିଠା ଆଦୌ ଖାଆନ୍ତି ନାହିଁ। ଫଳରେ ମେଦବହୁଳତା, ହୃଦ୍‌ରୋଗ ଭଳି ରୋଗ ହୁଏ ନାହିଁ।
ଫରେଷ୍ଟ ବାଥିଂ: ଜାପାନର ଲୋକେ ଫରେଷ୍ଟ ବାଥିଂ ଉପରେ ବହୁତ ବିଶ୍ୱାସ ରଖନ୍ତି। ଅର୍ଥାତ୍‌ ଜଙ୍ଗଲରେ ସମୟ ବିତାଇବା। ଜଙ୍ଗଲରେ ବୁଲିବା, ଚାଲିବା, ପ୍ରାକୃତିକ ଜିନିଷକୁ ଉପଭୋଗ କରିବା ଓ ତା’ର ଆନନ୍ଦ ନେବା ପ୍ରକୃତରେ ନେଚର ଥେରାପି ଅଟେ।
ଜାପାନକୁ ସୂର୍ଯ୍ୟ ଉଦୟର ଦେଶ ବୋଲି କୁହାଯାଏ। ଆଉ ଏଠି ଶୀଘ୍ର ଉଠିବା ଏକ ପ୍ରଥା। ଏଠାକାର ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ସୂର୍ଯ୍ୟୋଦୟ ଦେଖିବାରୁ ଆରମ୍ଭ କରନ୍ତି, ଯାହାକି ସେମାନଙ୍କୁ ଚାପମୁକ୍ତ ଜୀବନ ଜିଇବାରେ ସାହାଯ୍ୟ କରିଥାଏ।
ଛୋଟ ପ୍ଲେଟ୍‌ର ବ୍ୟବହାର: ଏଠାରେ ଖାଦ୍ୟ ଖାଇବା ଲାଗି ଛୋଟ ପ୍ଲେଟ୍‌ର ବ୍ୟବହାର କରାଯାଏ, ଯାହାକି ପ୍ରାୟ ଚାରିରୁ ଛଅ ଇଞ୍ଚ୍‌ ଆକାରର ହୋଇଥାଏ। ଏହା ମାଧ୍ୟମରେ ଜାପାନୀମାନେ ନିଜ ଖାଦ୍ୟର ମାତ୍ରାକୁ ସୀମିତ କରନ୍ତି। ଅର୍ଥାତ୍‌ ତାଙ୍କର ଚିନ୍ତାଧାରା ହେଉଛି କମ୍‌ ଖାଅ ଓ ଲମ୍ବା ସମୟ ପର୍ଯ୍ୟନ୍ତ ଜିଅ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri