ଚାଇନାରେ ଭୂକମ୍ପ ହେଲେ କାହିଁକି ଅଧିକ ଲୋକଙ୍କର ମୃତ୍ୟୁ ଘଟେ, କାରଣ କ’ଣ…

ବେଜିଂ,୧୯।୧୨ : ଚାଇନାର ଉତ୍ତର-ପଶ୍ଚିମାଞ୍ଚଳରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ବହୁ ଧ୍ୱଂସ ଘଟାଇଛି। ଏଥିରେ ୧୧୧ ଲୋକଙ୍କ ଜୀବନ ଯାଇଛି। ଅନେକ ଅଟ୍ଟାଳିକା ଭୁଶୁଡି ପଡିଛି। ଚାରିଆଡେ ଭଙ୍ଗାରୁଜା ଆବର୍ଜନା ପାଲଟିଛି। ବିଦ୍ୟୁତ ଏବଂ ଜଳ ଯୋଗାଣ ବ୍ୟାହତ ହୋଇଛି। ପ୍ରଥମେ ଗାନସୁ ପ୍ରଦେଶରେ ଏକ ଭୂକମ୍ପ ଘଟିଥିଲା। କିଛି ଘଣ୍ଟା ପରେ ପଡୋଶୀ ସହର ଜିନଜିଆଙ୍ଗରେ ମଧ୍ୟ ଏକ ଭୂକମ୍ପ ହୋଇଥିଲା। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ  ଏବଂ ଭୂକମ୍ପ ପ୍ରଭାବିତ ଲୋକଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଅନେକ ଥର ଚାଇନାରେ ଭୂକମ୍ପ ଘଟିଛି। କିନ୍ତୁ  ଚାଇନାରେ ଭୂକମ୍ପ କାହିଁକି ଏତେ ଧ୍ୱଂସ ଘଟାଏ ସେ ବିଷୟରେ ଭୂକମ୍ପ ବିଶେଷଜ୍ଞମାନେ କ’ଣ କୁହନ୍ତି?

ଗାନସୁ ତିବ୍ଦତୀୟ ଓ ଲୋସ ମାଳଭୂମି ମଧ୍ୟରେ ଅବସ୍ଥିତ ଏବଂ ଏହା ମଙ୍ଗୋଲିଆର ସୀମାକୁ ଲାଗିଛି। ଚାଇନା ପୃଥିବୀର ଅଧିକ ଟେକ୍ଟୋନିକ ପ୍ଲେଟ ଅଞ୍ଚଳରେ ରହିଛି। ବିଶେଷ ଭାବେ ୟୁରାସିଆନ, ଭାରତୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ପ୍ଲେଟ ଧକ୍କା ହୋଇ ଚାଇନାରେ ଭୂକମ୍ପ ସୃଷ୍ଟି କରିଥାଏ। ଏହା ବ୍ୟତୀତ ଚାଇନାରେ ଭୂକମ୍ପ ହେବାର ଅନେକ କାରଣ ଅଛି, ଯେପରି ଚାଇନାର ଅଧିକାଂଶ ଅଞ୍ଚଳ ପାହାଡ଼ିଆ। ଯେଉଁଠାରେ ଖରାପ ପରିବହନ ବ୍ୟବସ୍ଥା ଏବଂ ନିମ୍ନ ମାନର ଅଟ୍ଟାଳିକା ନିର୍ମାଣ କରାଯାଇଛି । ନିର୍ମାଣରେ ବିଲଡିଂ କୋଡ ଉଲ୍ଲଂଘନ କରାଯାଇଛି । ୨୦୦୮ ମସିହାରେ ହୋଇଥିବା ଭୂକମ୍ପ ଦକ୍ଷିଣ-ପଶ୍ଚିମ ସିଚୁଆନ ପ୍ରଦେଶରେ ବିପର୍ଯ୍ୟୟ ଘଟାଇଥିଲା। ତାହା ନିର୍ମାଣ କୋଡ ଉଲ୍ଲଂଘନ ଯୋଗୁ ଘଟିଥିଲା। ଯଦିଓ ନିର୍ମାଣ କୋଡ ଉଲ୍ଲଂଘନ ଚାଇନାରେ ଏକ ଆଇନଗତ ଅପରାଧ ଅଟେ।

୧୫୫୬ ମସିହାରେ ଚାଇନାରେ ପୃଥିବୀର ସବୁଠାରୁ ବିନାଶକାରୀ ଭୂକମ୍ପ ଘଟିଥିଲା। ଏହି କାରଣରୁ ଉତ୍ତର ଶାନସି ପ୍ରଦେଶରେ ୮ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଚାଇନାର ଗାନସୁ ଅଞ୍ଚଳ ଭୂକମ୍ପ ପ୍ରତି ସମ୍ବେଦନଶୀଳ। ୧୯୨୦ ରେ ଏହି ପ୍ରଦେଶରେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ୨ ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ୧୯୨୭ ମସିହାରେ, ଏହି ସହରରେ ୭.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଯୋଗୁଁ ୪୧ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଗତ ବର୍ଷ ସେପ୍ଟେମ୍ବରରେ ଦକ୍ଷିଣ-ପଶ୍ଚିମ ସିଚୁଆନ ସହରରେ ୬.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ୬୦ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଏପ୍ରିଲ୨୦୧୦ ରେ, କିଙ୍ଗହାଇର ତିବ୍ଦତୀୟ ଅଞ୍ଚଳରେ ୬.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ୨୭୦୦ଲୋକଙ୍କ ମୃତ୍ୟୁ ହୋଇଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri