Posted inଫୁରସତ

ଗାଡି ପଛରେ କାହିଁକି ଦୌଡନ୍ତି କୁକୁର

ବାଇକ ଅବା କାର୍‌ ଯାଉଥିବା ସମୟରେ ଦେଖିଥିବେ ଗଳିର କିଛି କୁକୁର ସେଇ ଗାଡି ପଛେ ପଛେ ଭୁକି ଭୁକି ଗୋଡାଇଥାନ୍ତି। ଫଳରେ କୁକୁରଙ୍କ ଭୟରେ ଅନେକ ସମୟରେ ଗାଡି ଚାଳକ ସନ୍ତୁଳନ ହରାଇ ବସନ୍ତି ଓ ଦୁର୍ଘଟଣା ଘଟିଯାଏ। ତେବେ କୁକୁର ଏଭଳି କାହିଁକି କରନ୍ତି ଜାଣନ୍ତି କି?

ସାଧାରଣତଃ କୁକୁରକୁ ବିଶ୍ୱସ୍ତ ପ୍ରାଣୀ କୁହାଯାଏ। ଏମାନେ ମଣିଷ ସହ ବହୁତ ଭଲରେ ରୁହନ୍ତି। ହେଲେ ଗାଡିରେ ବସି ଯାଉଥିବା ବ୍ୟକ୍ତିଙ୍କର ଏମାନେ କାହିଁକି ଶତ୍ରୁ ପାଲଟି ଯାଆନ୍ତି କେବେ ଭାବିଛନ୍ତି? ଡଗ୍‌ ଏକ୍ସପର୍ଟଙ୍କ ମୁତାବକ କୁକୁରଙ୍କର ଶତ୍ରୁତା ମଣିଷ ସହ ନ ଥାଏ। ବରଂ ଗାଡିର ଟାୟରରେ ନିଜର ଗନ୍ଧ ଛାଡିଥିବା ଅନ୍ୟ କୁକୁର ସହ ଥାଏ। କୁକୁରଙ୍କ ଘ୍ରାଣଶକ୍ତି ତୀବ୍ର ହୋଇଥାଏ। ସେମାନେ ଅନ୍ୟ କୁକୁରର ଗନ୍ଧ ତୁରନ୍ତ ଜାଣି ଯାଆନ୍ତି। ବେଳେବେଳେ କିଛି କୁକୁର ଗାଡିର ଚକରେ ପରିସ୍ରା କରି ଦେଇଥାନ୍ତି। ଆଉ ସେଇ ଗାଡି ଯେବେ ଅନ୍ୟ କୌଣସି ସାହି, ଗଳିକୁ ଯାଏ, ସେଠାରେ ଥିବା କୁକୁର ଟାୟାରରେ ଥିବା ଅନ୍ୟ କୁକୁରର ଗନ୍ଧକୁ ବାରି ଦିଅନ୍ତି। ଆଉ ଭାବନ୍ତି ତାଙ୍କ ଏରିଆକୁ କୌଣସି ନୂଆ କୁକୁର ଆସି ଯାଇଛି। ତେଣୁ ସେଠାକାର କୁକୁର ମେଳି ହୋଇ ଗାଡି ପଛେ ପଛେ କାମୁଡି ଗୋଡାନ୍ତି। କାରଣ କୁକୁରଙ୍କୁ ନିଜ ଅଞ୍ଚଳରେ ଅନ୍ୟ କୁକୁରର ପ୍ରବେଶ ଆଦୌ ପସନ୍ଦ ନୁହେଁ। କୁକୁରମାନେ ଏତେ ଜୋର୍‌ରେ ରାଗି ଗାଡିକୁ ଆକ୍ରମଣ କରନ୍ତି ଯେ, ଅନେକ ସମୟରେ ଗାଡି ଚାଳକ ଡରିଯାଇ ଗାଡି ଜୋର୍‌ରେ ଚଲାନ୍ତି। ଆଉ ସନ୍ତୁଳନ ହରାଇ ବେଳେବେଳେ ଦୁର୍ଘଟଣା ଘଟିଯାଏ। ତେବେ ବିଶେଷଜ୍ଞଙ୍କ ମତରେ ଏଭଳି କ୍ଷେତ୍ରରେ ଡରିଯାଇ ତୀବ୍ର ଗତିରେ ଗାଡି ନ ଚଳାଇ ବରଂ କିଛି ସମୟ ସ୍ଥିର ରହିଯିବା ଭଲ। ଯେମିତିକି କୁକୁରମାନେ ଜାଣିପାରିବେ ଯେ ତାଙ୍କ ଅଞ୍ଚଳକୁ ଅନ୍ୟ କୌଣସି କୁକୁର ପ୍ରବେଶ କରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରେ କେମିତି ପାଇବେ ଚାକିରି? ଜାଣନ୍ତୁ କ’ଣ ପଢ଼ିଲେ ମିଳିବ ଏହି ସୁଯୋଗ, କେତେ ପାଇବେ ଦରମା…

ନୂଆଦିଲ୍ଲୀ,୨୯ା୩: ବିମାନବନ୍ଦରରେ ଚାକିରି ପାଇବା ଅନେକ ଯୁବତୀ ଯୁବକଙ୍କ ସ୍ବପ୍ନ। ବିମାନବନ୍ଦରରେ କାମ କଲେ ଅନେକ ସୁବିଧା ମିଳିଥାଏ। ଯେଉଁଥିରେ ଭଲ ଦରମା, ବୃତ୍ତିଗତ ପରିବେଶ, ସ୍ମାର୍ଟ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

ସକାଳୁ ସକାଳୁ ଭଞ୍ଜନଗରରେ ଘଟିଛି ଏମିତି କିଛି ଅଘଟଣ: ଜଣଙ୍କୁ ହାଣିଲେ, ଆଉ ଜଣଙ୍କୁ…

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲବା ନିକଟରେ ଜଣେ ଯୁବକଙ୍କୁ ରବିବାର ପ୍ରତ୍ୟୁଷରେ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ…

ଶେଷ ହେବ ଯୁଦ୍ଧ! ନିଜ ଦେଶ ସହ ୟୁରୋପରେ ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କୁ କରାଗଲାଣି ଘୋର ବିରୋଧ

ଓ୍ବାଶିଂଟନ,୨୯।୩: ଗତ ୩୦ ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଚାଲିଛି। ସମଗ୍ର ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବୁଡ଼ି ରହିଛି। ସାରା ବିଶ୍ୱରେ ଉତ୍ତେଜନାର ବାତାବରଣ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ନିର୍ବାଚନ କେଶରୀ ଭୋଇ…

ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ…

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri