Categories: ଫୁରସତ

ବାପାଙ୍କ ମୃତ୍ୟୁ ପରେ କାହିଁକି ଖେଳ ଛାଡ଼ି ଦେଇଥିଲେ ନମ୍ବର ଓ୍ବାନ୍‌ ଫାଇଟର

ମିକ୍ସଡ୍‌ ମାର୍ସାଲ ଆଟର୍‌ସ(ଏମ୍‌ଏମ୍‌ଏ)ରେ ‘ଦି ଇଗଲ’ ଭାବେ ପରିଚିତ ରୁଷିଆନ ଫାଇଟର ଖବିବ୍‌ ନୁରମାଗୋମେଡୋଭ। ଏହି ୩୨ ବର୍ଷୀୟ ଫାଇଟର ନିଜ କ୍ୟାରିୟରର ଶୀର୍ଷରେ ଥିବାବେଳେ ଗତବର୍ଷ ହଠାତ୍‌ ଅବସର ଘୋଷଣା କରିଥିଲେ। ତେବେ ତାଙ୍କ ଅବସର ପଛର କାରଣ ଥିଲା ମା’ଙ୍କୁ ଦେଇଥିବା କଥା। କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବାପା ତଥା କିମ୍ବଦନ୍ତୀ କୋଚ୍‌ ଅବଦୁଲମାନାପ ନୁରମାଗୋମେଡୋଭଙ୍କ ଅନୁପସ୍ଥିତିରେ ଲଢ଼ିବେ ନାହିଁ ମା’ଙ୍କୁ କଥା ଦେଇଥିଲେ। ଗତବର୍ଷ ଜୁଲାଇରେ ଖବିବ୍‌ଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ସେ ମାତ୍ର ଥରେ ପେଶାଦାର ଏମ୍‌ଏମ୍‌ଏ ଫାଇଟରେ ଭାଗନେଇଥିଲେ। ସେହି ମ୍ୟାଚ୍‌ରେ ମଧ୍ୟ ତାଙ୍କୁ ବିଜୟ ମିଳିଥିଲା। ୩୨ ବର୍ଷୀୟ ଫାଇଟର କ୍ୟାରିୟରରେ ୨୯ ମ୍ୟାଚ୍‌ ଖେଳିଥିଲେ ମଧ୍ୟ କଦାପି ପରାଜୟର ମୁହଁ ଦେଖି ନାହାନ୍ତି। ଉଲ୍ଲେଖଯୋଗ୍ୟ, ତାଙ୍କୁ ପିଲା ଦିନରୁ ଟ୍ରେନିଂ ଦେଉଥିଲେ ବାପା ଅବଦୁଲମାନାପ। ଏପରି କି ତାଙ୍କୁ ୯ ବର୍ଷ ହୋଇଥିଲାବେଳେ ତାଙ୍କ ବାପା ଭାଲୁ ସହ ଲଢ଼େଇ କରାଉଥିଲେ।

Share