Posted inଜାତୀୟ

କାହିଁକି ପଛରେ ପଡ଼ିଲେ ଡିକେଏସ୍‌

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୯ା୫: ଉଭୟ ସିଦ୍ଦାରାମାୟା ଏବଂ ଡି.କେ. ଶିବକୁମାର (ଡିକେଏସ୍‌) କର୍ନାଟକ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ। କିନ୍ତୁ ସିଦ୍ଦାରାମାୟାଙ୍କ ପଲା ଭାରି ଥିବା ଫଳାଫଳ ଆସିବା ପରଠୁ ଏକପ୍ରକାର ସ୍ପଷ୍ଟ ଥିଲା। କର୍ନାଟକ କଂଗ୍ରେସ ସଭାପତି ଶିବକୁମାର କଠିନ ପରିଶ୍ରମ କରି ଦଳ ପାଇଁ ଆଶାତୀତ ସଫଳତା ଆଣିଦେବା ସତ୍ତ୍ୱେ ତାଙ୍କୁ ବଡ଼ ପଦବୀ ପାଇବା ଲାଗି ୨୦୨୪ ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲେ ହେଁ ଶିବକୁମାରଙ୍କ ଡିଲ୍‌ ମଧ୍ୟ କମ୍‌ ଲାଭଜନକ ନୁହେଁ। ଦୁହିଙ୍କୁ ହାଇକମାଣ୍ଡ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ରୂପେ ଚୟନ କରିବା ପଛର କେତେକ କାରଣ ସମ୍ପର୍କରେ ଉଲ୍ଲେଖ କରାଗଲା।
ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଥିବାରୁ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ପଛରେ ପଡ଼ିଛି। କେନ୍ଦ୍ରରେ କ୍ଷମତାସୀନ ଭାଜପା ସରକାର ଏହି ମାମଲାଗୁଡ଼ିକୁ ଆଗକୁ ବଢ଼ାଇବା ନେଇ ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା କଂଗ୍ରେସ ପାଇଁ ଅଡ଼ୁଆ ସ୍ଥିତି ଉପୁଜାଇପାରେ। ବିଶେଷକରି କର୍ନାଟକର ବିଦାୟୀ ବୋମାଇ ସରକାର ବିରୋଧରେ କଂଗ୍ରେସ ‘୪୦ ପ୍ରତିଶତ କମିଶନ ସରକାର’ ସ୍ଲୋଗାନ ଦେଇ ଜିତିଥିବାରୁ ଭାଜପା ଶିବକୁମାରଙ୍କ ଆଳରେ କଂଗ୍ରେସକୁ ଦୁର୍ନୀତିଗ୍ରସ୍ତ ବୋଲି ସାବ୍ୟସ୍ତ କରିବାକୁ ଉଦ୍ୟମ କରିପାରେ। ଶିବକୁମାରଙ୍କ ବିରୋଧରେ ସିବିଆଇ ମଧ୍ୟ ତଦନ୍ତ ଚଳାଇଛି। ଏହା ଉପରେ କର୍ନାଟକ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଥିବାବେଳେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସର୍ବୋଚ୍ଚ ଅଦାଲତ ଜୁଲାଇରେ ଏହାର ଶୁଣାଣି କରିବେ। ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ନ କରାଇବା ପଛରେ ଏହାକୁ ସବୁଠୁ ବଡ଼ କାରଣ ବୋଲି କୁହାଯାଉଛି।
ହେଉଛନ୍ତି କର୍ନାଟକ ବିଧାୟକମାନଙ୍କ ମଧ୍ୟରେ ସର୍ବାଧିକ ଗ୍ରହଣଯୋଗ୍ୟ ଜନନେତା। ରାଜ୍ୟର ସବୁ ଅଞ୍ଚଳରେ ତାଙ୍କ ଅପିଲକୁ ଶୁଣାଯାଇଥାଏ। ସଂଖ୍ୟାଧିକ କଂଗ୍ରେସ ବିଧାୟକ ମଧ୍ୟ ସିଦ୍ଦାରାମାୟାଙ୍କୁ ସମର୍ଥନ କରୁଛନ୍ତି। ଦଳରେ ତାଙ୍କ ସ୍ଥିତି ଓ ପୂରା ୫ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଅଭିଜ୍ଞତା ସିଦ୍ଦାରାମାୟାଙ୍କ ସପକ୍ଷରେ କାମ କରିଛି। ଜଣେ ପ୍ରଶାସକ ଭାବେ ସିଦ୍ଦାରାମାୟାଙ୍କୁ ତାଙ୍କ ପୂର୍ବ କ୍ୟାବିନେଟ ସହଯୋଗୀମାନେ ମଧ୍ୟ ପସନ୍ଦ କରନ୍ତି।
ଓବିସି ଭୋକାଲିଙ୍ଗା ଜାତିର। ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲେ ଅନ୍ୟ ଜାତିଗୁଡ଼ିକର ଲୋକେ କଂଗ୍ରେସକୁ ନାପସନ୍ଦ କରିଥାନ୍ତେ। ନିର୍ବାଚନରେ ମିଳିଥିବା ୪୨% ଭୋଟ ସବୁ ବର୍ଗର। ତେଣୁ ଅଣଭୋକାଲିଙ୍ଗା ଭୋଟରଙ୍କୁ ହାତଛଡ଼ା କରିବା ଭଳି ରିସ୍କ ନେବାକୁ କଂଗ୍ରେସ ଚାହିଁ ନ ଥିବ।
ସିଦ୍ଦାରାମାୟାଙ୍କ ସପକ୍ଷରେ ଥିବା ସତ୍ତ୍ୱେ ଶିବକୁମାରଙ୍କ ଦୃଢ଼ ମୂଲଚାଲ କଂଗ୍ରେସକୁ ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତିରୁ ବିଚ୍ୟୁତ କରିଛି। ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦରେ ଥାଇ ପିସିସି ସଭାପତି ରହିବେ। ଫଳରେ ଦଳରେ ତାଙ୍କ ଦଖଲ ରହିବା ସହ କ୍ୟାବିନେଟ ଉପରେ ମଧ୍ୟ ବିଶେଷ ପ୍ରଭାବ ରହିବ।
ଓ ତାଙ୍କ ଅନୁଗତ ବିଧାୟକମାନଙ୍କୁ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ଆଶା କରାଯାଉଛି। ମନ୍ତ୍ରିମଣ୍ଡଳରେ କ୍ଷମତା ସନ୍ତୁଳନ ଯେମିତି ନ ବିଗିଡ଼େ ଏହା ତାକୁ ସୁନିଶ୍ଚିତ କରିବ।
ନିଜ ପୂର୍ବ ସରକାର (୨୦୧୩-୨୦୧୮) ଅମଳରେ ପ୍ରଥମ ବର୍ଷରେ ଶିବକୁମାରଙ୍କୁ କ୍ୟାବିନେଟରେ ସାମିଲ କରି ନ ଥିଲେ। ଏପରି କି ବର୍ତ୍ତମାନର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମଧ୍ୟ ସେ ଅଣଦେଖା କରିଥିଲେ। ଏହାକୁ ନେଇ ସେତେବେଳେ ସିଦ୍ଦାରାମାୟା ଜଣେ ଏକଚ୍ଛତ୍ରବାଦୀ ବୋଲି ଅନେକେ ମନେକରିଥିଲେ। ତେଣୁ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇ କଂଗ୍ରେସ ଏକ ଭିନ୍ନ ବାର୍ତ୍ତା ଦେବାକୁ ଉଦ୍ୟମ କରିଛି। ଭାରତୀୟ ରାଜନୀତିରେ ୧ ବର୍ଷ ହେଉଛି ଲମ୍ବା ସମୟ। ୨୦୨୪ ନିର୍ବାଚନ ପରେ କଂଗ୍ରେସ ଶିବକୁମାରଙ୍କଠାରୁ ପିସିସି ମୁଖ୍ୟ ପଦ ନେଇ ତାଙ୍କୁ କେବଳ ମୁଖ୍ୟମନ୍ତ୍ରୀ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri