Posted inଜାତୀୟ

କାହିଁକି ପ୍ରାର୍ଥୀ ତାଲିକା ପ୍ରତ୍ୟାହାର କଲା ଭାଜପା, ଜାଣନ୍ତୁ ଅନ୍ଦର ମହଲରେ କ’ଣ ହେଲା

ନୂଆଦିଲ୍ଲୀ,୨୬।୮: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ଭାଜପା ପ୍ରଥମେ ୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ହେଲେ କିଛି ସମୟ ପରେ ଦଳ ଏହି ତାଲିକାକୁ ପ୍ରତ୍ୟାହର କରି ୧୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ କାହିଁକି ଏହି ପଦକ୍ଷେପ ନେବାକୁ ପଡିଲା ସେନେଇ ରାଜନୈତିକ ମହଲରେ ଗୁରୁତର ଆଲୋଚନା ଚାଲିଛି। ସାଧାରଣତଃ ଭାରତୀୟ ଜନତା ପାର୍ଟି ଏଭଳି ପଦକ୍ଷେପ ନେଇ ନ ଥାଏ। ଏହା ମଧ୍ୟ କୁହାଯାଉଛି ଯେ ଏହାକୁ ଧରି ଦଳ ଉତ୍ତରପ୍ରଦେଶ ଲୋକ ସଭା ନିର୍ବାଚନରେ ହୋଇଥିବା ତ୍ରୁଟିର ପୁନରାବୃତ୍ତିରୁ ନିଜକୁ ରକ୍ଷା କରିଛି।

ଭାଜପା ତିନୋଟି ପର୍ଯ୍ୟାୟ ପାଇଁ ୪୪ଜଣ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଏହାର ଅଫିସିଆଲ ୱେବସାଇଟରେ ଅପଲୋଡ କରିସାରିଥିଲା। ବର୍ତ୍ତମାନ ଏହି ତାଲିକାକୁ ସେଠାରୁ ହଟାଇ ଦିଆଯାଇଛି। ୱେବସାଇଟରେ କେବଳ ପ୍ରଥମ ପର୍ଯ୍ୟାୟର ୧୫ଜଣ ପ୍ରାର୍ଥୀଙ୍କ ନାମ ଦୃଶ୍ୟମାନ ହେଉଛି। ଅବଶିଷ୍ଟ ପ୍ରାର୍ଥୀଙ୍କ ନାମ ପ୍ରତ୍ୟାହାର କରାଯାଇଛି। ଦଳ ସୂତ୍ରରୁ ପ୍ରକାଶ ଯେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ନାମ ଭୁଲରେ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ଉପରେ ଆଲୋଚନା କରାଯାଇଛି ଏବଂ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ମଧ୍ୟ ସ୍ଥିର ହୋଇଛି କିନ୍ତୁ ଏହା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।
ସୂଚନାଯୋଗ୍ୟ ପାର୍ଟି ସୂତ୍ର ଅନୁଯାୟୀ, ପ୍ରାର୍ଥୀଙ୍କ ନାମ ଘୋଷଣା ଦ୍ୱାରା ବିରୋଧୀ ଦଳ ଉପକୃତ ହୋଇପାରନ୍ତି। ପ୍ରାର୍ଥୀ ଚୟନ ରଣନୀତି ପରିବର୍ତ୍ତନ କରି ଭାଜପା ତାଲିକା ଦେଖି ସେମାନେ ଏହାର ଲାଭ ଉଠାଇ ପାରନ୍ତି। ଏହାକୁ ଏଡାଇବା ପାଇଁ ଦଳ କେବଳ ଶେଷ ମୁହୂର୍ତ୍ତରେ ତାଲିକା ପ୍ରକାଶ କରିବାକୁ ଚେଷ୍ଟା କରୁଛି ବୋଲି କୁହାଯାଉଛି। ବିରୋଧୀ ଦଳର ପ୍ରାର୍ଥୀଙ୍କୁ ଦେଖି ଭାଜପା ଏହାର ଫାଇଦା ନେଇପାରିବ ବୋଲି ମଧ୍ୟ ପ୍ରୟାସ କରାଯାଇଛି। ତେବେ ଏହା ମଧ୍ୟ ସତ୍ୟ ଯେ ଠି ସମୟରେ ତାଲିକା ପ୍ରକାଶ କରୁଥିବା ଏକ ଦଳ ଭାବରେ ଭାଜପା ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଗ୍ୟାସ୍‌ ସଙ୍କଟ ମଧ୍ୟରେ ସରକାର ନେଲେ ବଡ଼ ପଦକ୍ଷେପ: ଏଣିକି ଅଧିକରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୨୫ା୩: ଏଲପିଜି ସଙ୍କଟ ମଧ୍ୟରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବର ଗୁଜବକୁ ମଧ୍ୟ ସ୍ପଷ୍ଟ କରାଯାଇଛି। ଲୋକଙ୍କୁ ଏଥିପ୍ରତି ଧ୍ୟାନ…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri