୨ ବିଧାୟକଙ୍କୁ ଦଳରୁ କାହିଁକି ତଡ଼ିଲା ବିଜେଡି: ଫିଟିଲା ବଡ଼ ଗୁମର

ଭୁବନେଶ୍ୱର,୧୯।୧: ବିଜେଡିରୁ ବିଧାୟକ ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଏବେ ଜୋର୍‌ ଧରିଛି। ଏହାକୁ ନେଇ ବିଭିନ୍ନ ମହଲରେ ରାଜ୍ୟ ସଭା ଅଙ୍କ ପାଇଁ ଏତେ ସବୁ ନାଟ ବୋଲି କୁହାଯାଉଥିବାବେଳେ ବିଜେଡିରେ କାଦୁଅଫିଙ୍ଗା ରାଜନୀତି ଥମୁନାହିଁ। ନିଲମ୍ବନକୁ ନେଇ ଦଳ ପକ୍ଷରୁ ପ୍ରତିଦିନ ଗଣମାଧ୍ୟମ ଆଗରେ ମୁଖପାତ୍ରମାନେ ବିବୃତି ରଖୁଥିବାବେଳେ ନିଲମ୍ବିତ ସଦସ୍ୟମାନେ ଏହାର କାରଣ ସହିତ ସମ୍ପୂର୍ଣ୍ଣ ଉତ୍ତର ଦେବାକୁ ପ୍ରସ୍ତୁତ ବୋଲି କହୁଛନ୍ତି।
ଏହି ପରିପ୍ରେକ୍ଷୀରେ ରବିବାର ବିଜେଡି ପକ୍ଷରୁ ଶଙ୍ଖଭବନଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ତଥା ପାଟକୁରାର ଯୁବ ସଂଗଠକ ଅମରେଶ ପତ୍ରୀ କହିଛନ୍ତି, ଦଳକୁ ଦୁର୍ବଳ କରିବା ଏବଂ ବିଶ୍ୱାସଘାତକ ପାଇଁ ଉଭୟ ନିଲମ୍ବିତ ହୋଇଛନ୍ତି। ସେ କହିଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁଯୋଗ ପାଇ ବିଧାୟକ ହେବା ପରଠାରୁ ପାଟକୁରାର ଦଳୀୟ କର୍ମୀଙ୍କୁ ଅରବିନ୍ଦ ଅଣଦେଖା କରି ନିଜସ୍ବ ସଂଗଠନ କରିଆସୁଥିଲେ। ୨୫ ବର୍ଷ ଧରି ଯେଉଁ ଦଳୀୟ କର୍ମୀମାନେ ପାଟକୁରାରେ ବିଜେଡି ସଙ୍ଗଠନକୁ ସଶକ୍ତ କରି ରଖିଥିଲେ, ସେହି ପୁରୁଖା ନେତା ଓ କର୍ମୀଙ୍କୁ ଜାଣିଶୁଣି ଉପେକ୍ଷା କରି ନିଜର ଚାଟୁକାରମାନଙ୍କୁ ପଞ୍ଚାୟତ ଦାୟିତ୍ୱ ଦେଇ ସେମାନଙ୍କ ଜରିଆରେ ବିଧାୟକ ପାଣ୍ଠି ବିନିଯୋଗ କରୁଥିଲେ। ଗତ ସାଧାରଣ ନିର୍ବାଚନରେ ଟିକେଟ ପାଇଲା ପରେ ଦଳର ସାଂସଦ ପ୍ରାର୍ଥୀଙ୍କୁ ଅସହଯୋଗ କରିଥିଲେ। ପାଟକୁରାରେ ବାପା ପୁଅ ଦଳ ଚାଲିଥିଲା । ବାପାଙ୍କ ଇସାରାରେ ସବୁ କାମ କରୁଥିଲେ ଅରବିନ୍ଦ। ଅତୀତରେ ସ୍ବର୍ଗତ ବିଜୁବାବୁଙ୍କ ବିରୋଧରେ ଅରବିନ୍ଦ ମହାପାତ୍ରଙ୍କ ପିତା ଯେଭଳି ଷଡ଼ଯନ୍ତ୍ର କରିଥିଲେ, ଏବେ ନବୀନ ପଟ୍ଟନାୟକଙ୍କ ବିରୋଧରେ ସେହିଭଳି ବିଶ୍ୱାସଘାତକତା କରିବା ଯୋଜନାରେ ସାମିଲ ହୋଇ ବିଜେଡିକୁ ଦୁର୍ବଳ କରିବା ଅପଚେଷ୍ଟାରେ ଲିପ୍ତ ଥିଲେ। ଠିକ୍‌ ସମୟରେ ଏହା ସଭାପତିଙ୍କ ଦୃଷ୍ଟିକୁ ଆସିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। କିଛି ମାସ ଧରି ଷଡ଼ଯନ୍ତ୍ରର ସୁରାକ ବିଜେଡି ସଭାପତି ପାଇଥିଲେ ମଧ୍ୟ ତ୍ରୁଟି ସୁଧାରିବା ପାଇଁ ଉଭୟଙ୍କୁ ସୁଯୋଗ ଦେଇଥିଲେ। କିନ୍ତୁ ସୁଧୁରିବା ବଦଳରେ ଉଭୟ ଅରବିନ୍ଦ ଓ ସନାତନ ଦଳ ବିରୋଧୀ କାର୍ଯ୍ୟ ଜାରି ରଖିଥିଲେ। ଦଳର ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଥିଲେ, ଅରବିନ୍ଦ ସୁଯୋଗର ସଦ୍‌ବ୍ୟବହାର କରି ଲୋକଙ୍କ ସେବା କରିବା ପରିବର୍ତ୍ତେ ବିଶୃଙ୍ଖଳିତ ଆଚରଣ ଦୁର୍ଭାଗ୍ୟଜନକ।

ଅନ୍ୟପକ୍ଷରେ ବିଧାୟକ ଅରବିନ୍ଦ ମହାପାତ୍ର ଏହାର ଉତ୍ତରରେ କହିଛନ୍ତି, ଦଳର ସଭାପତି ନବୀନବାବୁଙ୍କ ସହ କଥା ହୋଇ ଉତ୍ତର ରଖିବି। ସେ କହିଛନ୍ତି, ବିଜେଡିର ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ସବୁ ଦିନ ମୋ ବିରୋଧରେ ଦଳ ନୂଆ ନୂଆ ଅଭିଯୋଗ ଆଣୁଛି। ମୋ ବିରୋଧରେ ଯାହାସବୁ ତଥ୍ୟ ପ୍ରମାଣ ରହିଛି ତାକୁ ଗୋଟିଏ କାଗଜ ଫର୍ଦ୍ଦରେ ଲେଖିକି ଆଣନ୍ତୁ ଏବଂ ମିଡିଆରେ ରଖନ୍ତୁ। ମୁଁ ସବୁ ଅଭିଯୋଗର ଉତ୍ତର ଦେଇଦେବି। ମୁଁ ଏବେ ଦିଲ୍ଲୀ ଗସ୍ତରେ ବାହାରିଛି, ଫେରିଲେ ଖବରଦାତା ସମ୍ମିଳନୀ କରି ସବୁ ଅଭିଯୋଗର ଉତ୍ତର ରଖିବି ବୋଲିି ଅରବିନ୍ଦ କହିଛନ୍ତି।

ସେହିପରି ବିଧାୟକ ସନାତନ ମହାକୁଡ଼ କହିଛନ୍ତି, ମୁଁ ଦଳର କୌଣସି କ୍ଷତି କରିନାହିଁ। ମାତ୍ର ଜିଲାବାସୀଙ୍କ ଉନ୍ନତି ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟରେ ସାମିଲ ହୋଇଛି। ତେଣୁ କିଏ ବିଶ୍ୱାସଘାତକ କରିଛି ତା’ର ପ୍ରମାଣ ସହ ଗଣମାଧ୍ୟମକୁ ଦଳ ଦେଉ ବୋଲି ସେ ଆହ୍ବାନ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri