Posted inଜାତୀୟ

କାହିଁକି ରାଜନୀତି, କାହିଁକି ଆପ୍‌? ଶିକ୍ଷକରୁ ନେତା ହୋଇଥିବା ଅବଧ କହିଲେ…

ନୂଆଦିଲ୍ଲୀ,୩।୧୨: ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିଏସ୍‌ସିର ଖ୍ୟାତନାମା ଶିକ୍ଷକ ଅବଧ ଓଝା ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଦିନକ ପୂର୍ବରୁ ସେ ଆମ୍‌ ଆଦ୍‌ମୀ ପାର୍ଟୀ(ଆପ୍‌)ରେ ଯୋଗ ଦେଇଛନ୍ତି। ଏହାପରଠାରୁ ଦିଲ୍ଲୀର ରାଜନୀତି ପାଣିପାଗ ସରଗରମ ରହିଛି। ଦଳ ତାଙ୍କୁ ନିର୍ବାଚନରେ ଛିଡ଼ା କରିବାକୁ ଚାହୁଁଛି ବୋଲି କୁହାଯାଉଛି।

ଆପ୍‌ରେ ଯୋଗ ଦେବା ପରେ ଅବଧ ନିଜର ଭବିଷ୍ୟତର ଯୋଜନା ବିଷୟରେ କହିଛନ୍ତି। ରାଜନେତା ଭାବେ ନୂଆ ଭୂମିକା ବିଷୟରେ ସେ କହିଛନ୍ତି ଯେ, ଯେତେବେଳେ କେହି ଉଠିବାକୁ ଚେଷ୍ଟା କରନ୍ତି ତାଙ୍କୁ ଟାର୍ଗେଟ କରାଯାଏ। ଦୋଷ ଲଦି ଦିଆଯାଏ। ସେମିତି ବିଭିନ୍ନ ଦଳ ପକ୍ଷରୁ ଏବେ ଶୁଣୁଛି। କେବେ କୌଣସି ରିକ୍ସା ନଚେତ ଶ୍ରମିକଙ୍କ ଉପରେ କେହି ଅଭିଯୋଗ କରିଥିବା ଶୁଣିଛନ୍ତି। ନା। ଏବେ ମୋତେ ସେସବୁ ଶୁଣିବାକୁ ହେବ। ପୂର୍ବରୁ ଅନେକ କାର୍ଯ୍ୟକ୍ରମରେ କହିଥିଲି ଯେ ଆଜିର ମହାଭାରତରେ ଯେ କେହି ମୋତେ ନିମନ୍ତ୍ରଣ କରିବ ତା ପକ୍ଷରୁ ଲଢ଼ିବି। ଆପ୍‌ ପକ୍ଷରୁ ମୋତେ ମେସେଜ୍‌ ଆସିଥିଲା ଯେ ଆମର ଶିକ୍ଷା କ୍ଷେତ୍ରର ବିକାଶରେ ସହଯୋଗୀ ହୁଅନ୍ତୁ। ଏହି ପଦେ କଥା ପ୍ରଭାବିତ କରିଥିଲା। ମୁଁ କହିଥିଲି ଠିକ୍‌ ଅଛି ସହଯୋଗ ନିଶ୍ଚିତ କରିବି।

ଭ୍ରଷ୍ଟାଚାର ଅଭିଯୋଗକୁ ନେଇ ବିବାଦରେ ଥିବା ଆପ୍‌କୁ କାହିଁକି ବାଛିଲେ ପ୍ରସଙ୍ଗରେ ଅବଧ କହିଛନ୍ତି, ଭଗବାନ ରାମଙ୍କ ଉପରେ ଅଭିଯୋଗ ଲାଗିଥିଲା। ଏଥିଲାଗି ତାଙ୍କ ପତ୍ନୀ ଅଗ୍ନି ପରୀକ୍ଷା ଦେଇଥିଲେ। ଆପଣଙ୍କ ଜୀବନର ଅଙ୍ଗ। ଯେବେ ଆପଣ ରାଜନୀତିକୁ ଯାଉଛନ୍ତି ସେତେବେଳେ ଆପଣ କାହା ନଜରରେ ଆସିବେ, ନଚେତ କାହା ନଜରରୁ ତଳେ ରହିବେ। ଏହି ଦୌଡ଼ରେ ଅଭିଯୋଗ ତ ସାଧାରଣ କଥା ବୋଲି ସେ କହିଛନ୍ତି।

ଏହାଛଡ଼ା ଦଳ ଯଦି ତାଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଏ ତେବେ ସେ ନିଶ୍ଚିତ ଲଢ଼ିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri