Posted inଫୁରସତ

କାହିଁକି ସଜାଯାଏ କ୍ରିସ୍‌ମସ୍‌ ଟ୍ରି? ଜାଣନ୍ତୁ…

ଖ୍ରୀଷ୍ଟଧର୍ମରେ କ୍ରିସ୍‌ମସ୍‌କୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଏହିଦିନକୁ ପ୍ରଭୁ ଯୀଶୁଙ୍କ ଜନ୍ମଦିବସଭାବେ ପାଳନ କରାଯାଏ। ତେଣୁ ଏହିଦିନକୁ ଖ୍ରୀଷ୍ଟଧର୍ମର ଲୋକେ ବର୍ଷସାରା ଅପେକ୍ଷା କରି ରହିଥାନ୍ତି। ଏହିଦିନ ଲୋକେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ କେକ୍‌ କାଟନ୍ତି, ଉପହାର ପ୍ରଦାନ କରନ୍ତି ଓ କ୍ରିସ୍‌ମସ୍‌ ଟ୍ରିକୁ ସଜାନ୍ତି। କ୍ରିସ୍‌ମସ୍‌ରେ କ୍ରିସ୍‌ମସ୍‌ ଟ୍ରିର ମହତ୍ତ୍ୱ ଢେର ଥାଏ। ତେଣୁ ଏହାକୁ ଖୁବ୍‌ ସୁନ୍ଦରଭାବେ ଫୁଲ, ଖେଳଣା, ଘଣ୍ଟି, ରଙ୍ଗବେରଙ୍ଗ ଲାଇଟ୍‌ ଆଦିରେ ସଜାଯାଏ। ତେବେ ଜାଣନ୍ତି କି କ୍ରିସ୍‌ମସ୍‌ରେ କ୍ରିସମସ୍‌ ଟ୍ରିକୁ କାହିଁକି ସଜାଯାଏ? ଜାଣନ୍ତୁ ସେ ସମ୍ପର୍କରେ…

ସୁସଜ୍ଜିତ କ୍ରିସ୍‌ମସ୍‌ ଟ୍ରି କ୍ରିସ୍‌ମସ୍‌ର ପ୍ରମୁଖ ଆକର୍ଷଣ ସାଜିଥାଏ। ତେବେ ଏହା କେବଳ ଏକ ଡେକେରେଟିଭ୍‌ ସାମଗ୍ରୀ ନୁହେଁ ବରଂ ଏହାର ମହତ୍ତ୍ୱ ବହୁତ ରହିଛି। ଖ୍ରୀଷ୍ଟଧର୍ମରେ ଏହାକୁ ଜୀବନର ନିରନ୍ତରତାର ପ୍ରତିକ ଭାବେ ଗ୍ରହଣ କରାଯାଏ। ଏହାବାଦ ଏହାକୁ ପ୍ରଭୁ ଯୀଶୁଙ୍କ ଆଶୀର୍ବାଦଭାବେ ମଧ୍ୟ ଦେଖାଯାଇଥାଏ। ଲୋକ ବିଶ୍ୱାସ ଏହାବି ଅଛି ଯେ, କ୍ରିସ୍‌ମସ୍‌ ଟ୍ରି ସଜାଇଲେ ପିଲାଙ୍କ ପରମାୟୁ ବଢେ। ତେଣୁ ଲୋକେ ବେଶ୍‌ ଖୁସିମନରେ କ୍ରିସମସ୍‌ ଟ୍ରି ସଜାନ୍ତି। ଏହି ବୃକ୍ଷ ପଛରେ କିଛି ଇତିହାସ ମଧ୍ୟ ଜଡ଼ିତ ଅଛି। କୁହାଯାଏ କ୍ରିସମସ୍‌ ଟ୍ରିର ଆରମ୍ଭ ଷୋଡ଼ଶ ଶତାବ୍ଦିରେ ଖ୍ରୀଷ୍ଟଧର୍ମ ସୁଧାରକ ମାର୍ଟିନ ଲୁଥର ଆରମ୍ଭ କରିଥିଲେ। ଥରେ ଡିସେମ୍ବର ୨୪ ତାରିଖର ଏକ ସନ୍ଧ୍ୟା ସମୟରେ ସେ ବରଫାବୃତ୍ତ ଜଙ୍ଗଲ ଦେଇ ଯାଉଥାନ୍ତି। ସେତେବେଳେ ସେ ଏକ ପାଇନ୍‌ ଗଛ ଦେଖିଲେ। ସେହି ଗଛର ଡାଳଗୁଡିକ ରୁପା ପରି ଚମକୁଥାଏ।ଏହାପରେ ମାର୍ଟିନ ଲୁଥର ନିଜ ଘରେ ଏକ ପାଇନ ଗଛ ଲଗାଇଲେ। ଆଉ ତାକୁ ଛୋଟ ଛୋଟ କ୍ୟାଣ୍ଡେଲରେ ସଜାଇଲେ। ଏହାପରେ ସେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ ମଧ୍ୟ ପ୍ରଭୁ ଯୀଶୁଙ୍କ ସମ୍ମାନରେ ପାଇନ ଗଛକୁ ସଜାଇଥିଲେ। ଓ ଗଛକୁ କ୍ୟାଣ୍ଡେଲ ଆଲୋକରେ ଆଲୋକିତ କରିଥିଲେ। କ୍ରିସମସ୍‌ ଟ୍ରିକୁ ନେଇ ଆଉ ଏକ ମାନ୍ୟତାନୁସାରେ କୁହାଯାଏ କ୍ରସମସ୍‌ ଟ୍ରି ସଜାଇବା ପରମ୍ପରା ସର୍ବପ୍ରଥମେ ଜର୍ମାନୀରେ ଆରମ୍ଭ ହୋଇଥିଲା। ଏକଦା ଜର୍ମାନୀର ସେଣ୍ଟ ବୋନିଫେସ୍‌ ଖବର ପାଇଲେ ଯେ, କିଛି ଲୋକ ବିଶାଳ ଓକ୍‌ ଗଛ ତଳେ ଏକ ଶିଶୁର ବଳୀ ଦେବାକୁ ଯାଉଛନ୍ତି। ଏହି ଖବର ମିଳିବାମାତ୍ରେ ବୋନିଫେସ୍‌ ପିଲାଟିକୁ ବଞ୍ଚାଇବା ଲାଗି ସେହି ଓକ୍‌ ଗଛକୁ କାଟିଦେଲେ। ତେବେ ଆଶ୍ଚର୍ଯ୍ୟର କଥା କିଛିଦିନ ପରେ ସେହି ଓକ୍‌ ଟ୍ରିରଚେରରୁ ଏକ ଫିର୍‌ ଟ୍ରି ହେଲା। ଲୋକେ ସେହି ଗଛକୁ ଚମତ୍କାରୀ ବୋଲି ମଣିଲେ। ସେଣ୍ଟ ବୋନିଫେସ୍‌ ସେହି ବୃକ୍ଷକୁ ପବିତ୍ର ଦିବ୍ୟ ବୃକ୍ଷ ବୋଲି କହିଲେ। ଯାହାର ଡ଼ାଳ ସ୍ବର୍ଗକୁ ସଙ୍କେତ କରୁଛି। ବିଶ୍ୱାସ କରାଯାଏ ସେବେଠାରୁ ସେହି ଗଛକୁ ପ୍ରତିବର୍ଷ ପ୍ରଭୁ ଯୀଶୁଙ୍କ ଜନ୍ମଦିବସ ଅବସରରେ ସଜାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri