Posted inଫୁରସତ

କାହିଁକି ସଜାଯାଏ କ୍ରିସ୍‌ମସ୍‌ ଟ୍ରି? ଜାଣନ୍ତୁ…

ଖ୍ରୀଷ୍ଟଧର୍ମରେ କ୍ରିସ୍‌ମସ୍‌କୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଏହିଦିନକୁ ପ୍ରଭୁ ଯୀଶୁଙ୍କ ଜନ୍ମଦିବସଭାବେ ପାଳନ କରାଯାଏ। ତେଣୁ ଏହିଦିନକୁ ଖ୍ରୀଷ୍ଟଧର୍ମର ଲୋକେ ବର୍ଷସାରା ଅପେକ୍ଷା କରି ରହିଥାନ୍ତି। ଏହିଦିନ ଲୋକେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ କେକ୍‌ କାଟନ୍ତି, ଉପହାର ପ୍ରଦାନ କରନ୍ତି ଓ କ୍ରିସ୍‌ମସ୍‌ ଟ୍ରିକୁ ସଜାନ୍ତି। କ୍ରିସ୍‌ମସ୍‌ରେ କ୍ରିସ୍‌ମସ୍‌ ଟ୍ରିର ମହତ୍ତ୍ୱ ଢେର ଥାଏ। ତେଣୁ ଏହାକୁ ଖୁବ୍‌ ସୁନ୍ଦରଭାବେ ଫୁଲ, ଖେଳଣା, ଘଣ୍ଟି, ରଙ୍ଗବେରଙ୍ଗ ଲାଇଟ୍‌ ଆଦିରେ ସଜାଯାଏ। ତେବେ ଜାଣନ୍ତି କି କ୍ରିସ୍‌ମସ୍‌ରେ କ୍ରିସମସ୍‌ ଟ୍ରିକୁ କାହିଁକି ସଜାଯାଏ? ଜାଣନ୍ତୁ ସେ ସମ୍ପର୍କରେ…

ସୁସଜ୍ଜିତ କ୍ରିସ୍‌ମସ୍‌ ଟ୍ରି କ୍ରିସ୍‌ମସ୍‌ର ପ୍ରମୁଖ ଆକର୍ଷଣ ସାଜିଥାଏ। ତେବେ ଏହା କେବଳ ଏକ ଡେକେରେଟିଭ୍‌ ସାମଗ୍ରୀ ନୁହେଁ ବରଂ ଏହାର ମହତ୍ତ୍ୱ ବହୁତ ରହିଛି। ଖ୍ରୀଷ୍ଟଧର୍ମରେ ଏହାକୁ ଜୀବନର ନିରନ୍ତରତାର ପ୍ରତିକ ଭାବେ ଗ୍ରହଣ କରାଯାଏ। ଏହାବାଦ ଏହାକୁ ପ୍ରଭୁ ଯୀଶୁଙ୍କ ଆଶୀର୍ବାଦଭାବେ ମଧ୍ୟ ଦେଖାଯାଇଥାଏ। ଲୋକ ବିଶ୍ୱାସ ଏହାବି ଅଛି ଯେ, କ୍ରିସ୍‌ମସ୍‌ ଟ୍ରି ସଜାଇଲେ ପିଲାଙ୍କ ପରମାୟୁ ବଢେ। ତେଣୁ ଲୋକେ ବେଶ୍‌ ଖୁସିମନରେ କ୍ରିସମସ୍‌ ଟ୍ରି ସଜାନ୍ତି। ଏହି ବୃକ୍ଷ ପଛରେ କିଛି ଇତିହାସ ମଧ୍ୟ ଜଡ଼ିତ ଅଛି। କୁହାଯାଏ କ୍ରିସମସ୍‌ ଟ୍ରିର ଆରମ୍ଭ ଷୋଡ଼ଶ ଶତାବ୍ଦିରେ ଖ୍ରୀଷ୍ଟଧର୍ମ ସୁଧାରକ ମାର୍ଟିନ ଲୁଥର ଆରମ୍ଭ କରିଥିଲେ। ଥରେ ଡିସେମ୍ବର ୨୪ ତାରିଖର ଏକ ସନ୍ଧ୍ୟା ସମୟରେ ସେ ବରଫାବୃତ୍ତ ଜଙ୍ଗଲ ଦେଇ ଯାଉଥାନ୍ତି। ସେତେବେଳେ ସେ ଏକ ପାଇନ୍‌ ଗଛ ଦେଖିଲେ। ସେହି ଗଛର ଡାଳଗୁଡିକ ରୁପା ପରି ଚମକୁଥାଏ।ଏହାପରେ ମାର୍ଟିନ ଲୁଥର ନିଜ ଘରେ ଏକ ପାଇନ ଗଛ ଲଗାଇଲେ। ଆଉ ତାକୁ ଛୋଟ ଛୋଟ କ୍ୟାଣ୍ଡେଲରେ ସଜାଇଲେ। ଏହାପରେ ସେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ ମଧ୍ୟ ପ୍ରଭୁ ଯୀଶୁଙ୍କ ସମ୍ମାନରେ ପାଇନ ଗଛକୁ ସଜାଇଥିଲେ। ଓ ଗଛକୁ କ୍ୟାଣ୍ଡେଲ ଆଲୋକରେ ଆଲୋକିତ କରିଥିଲେ। କ୍ରିସମସ୍‌ ଟ୍ରିକୁ ନେଇ ଆଉ ଏକ ମାନ୍ୟତାନୁସାରେ କୁହାଯାଏ କ୍ରସମସ୍‌ ଟ୍ରି ସଜାଇବା ପରମ୍ପରା ସର୍ବପ୍ରଥମେ ଜର୍ମାନୀରେ ଆରମ୍ଭ ହୋଇଥିଲା। ଏକଦା ଜର୍ମାନୀର ସେଣ୍ଟ ବୋନିଫେସ୍‌ ଖବର ପାଇଲେ ଯେ, କିଛି ଲୋକ ବିଶାଳ ଓକ୍‌ ଗଛ ତଳେ ଏକ ଶିଶୁର ବଳୀ ଦେବାକୁ ଯାଉଛନ୍ତି। ଏହି ଖବର ମିଳିବାମାତ୍ରେ ବୋନିଫେସ୍‌ ପିଲାଟିକୁ ବଞ୍ଚାଇବା ଲାଗି ସେହି ଓକ୍‌ ଗଛକୁ କାଟିଦେଲେ। ତେବେ ଆଶ୍ଚର୍ଯ୍ୟର କଥା କିଛିଦିନ ପରେ ସେହି ଓକ୍‌ ଟ୍ରିରଚେରରୁ ଏକ ଫିର୍‌ ଟ୍ରି ହେଲା। ଲୋକେ ସେହି ଗଛକୁ ଚମତ୍କାରୀ ବୋଲି ମଣିଲେ। ସେଣ୍ଟ ବୋନିଫେସ୍‌ ସେହି ବୃକ୍ଷକୁ ପବିତ୍ର ଦିବ୍ୟ ବୃକ୍ଷ ବୋଲି କହିଲେ। ଯାହାର ଡ଼ାଳ ସ୍ବର୍ଗକୁ ସଙ୍କେତ କରୁଛି। ବିଶ୍ୱାସ କରାଯାଏ ସେବେଠାରୁ ସେହି ଗଛକୁ ପ୍ରତିବର୍ଷ ପ୍ରଭୁ ଯୀଶୁଙ୍କ ଜନ୍ମଦିବସ ଅବସରରେ ସଜାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri