ଦ୍ୱିତୀୟ ସୁପର୍‌ ଓଭରରେ କାହିଁକି ବୋଲିଂ କରିପାରିଲେନି ବୁମ୍‌ରା, ସାମି

ଦୁବାଇ, ୨୦।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ରବିବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଐତିହାସିକ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ପଞ୍ଜାବ ୨ୟ ସୁପର୍‌ ଓଭରରେ ମୁମ୍ବାଇକୁ ପରାସ୍ତ କରିଥିଲା। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୬ ଉଇକେଟ୍‌ରେ ୧୭୬ ରନ୍‌ ସଂଗ୍ରହ କରିଥିଲା। ଜବାବରେ କିଙ୍ଗ୍ସ ଇଲେଭେନ (୧୭୬/୬) ମଧ୍ୟ ସମାନ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ତେବେ ମ୍ୟାଚ୍‌ର ରୋମାଞ୍ଚ ଏତିକିରେ ଶେଷ ହୋଇ ନ ଥିଲା। ଫଳାଫଳ ପାଇଁ ସୁପର୍‌ ଓଭର ଖେଳାଯାଇଥିଲା। ସୁପର ଓଭରରେ ମଧ୍ୟ ଆହୁରି ରୋମାଞ୍ଚ ଦେଖିବାକୁ ମିଳିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ ପକ୍ଷରୁ ଯଥାକ୍ରମେ ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସାମି ବୋଲିଂ କରି ୫-୫ ରନ୍‌ ବ୍ୟୟ କରିଥିଲେ। ଫଳରେ ସୁପର୍‌ ଓଭର ମଧ୍ୟ ଟାଇ ରହିଯାଇଥିଲା। ଏହାପରେ ୨ୟ ସୁପର୍‌ ଓଭର ଖେଳାଯାଇଥିଲା। ଏଥିରେ କିନ୍ତୁ ପଞ୍ଜାବ ବାଜିମାତ୍‌ କରିନେଇଥିଲା। ତେବେ ଦ୍ୱିତୀୟ ସୁପର୍‌ ଓଭରରେ ବୁମ୍‌ରା ଓ ସାମିଙ୍କୁ ବୋଲିଂ କରିବାର ସୁଯୋଗ ମିଳି ନ ଥିଲା। ସୁପର୍‌ ଓଭର ସହ ଜଡ଼ିତ ଥିବା କିଛି ନିୟମ ସମ୍ପର୍କରେ ଆସନ୍ତୁ ଜାଣିବା।


ବୋଲର ସୁପର୍‌ ଓଭରରେ ଥରେ ବୋଲିଂ କଲେ ତାଙ୍କୁ ୨ୟ ସୁପର୍‌ ଓଭରରେ ବୋଲିଂ କରିବାର ସୁଯୋଗ ଦିଆଯାଇ ନ ଥାଏ। ଏହି ନିୟମ କାରଣରୁ ବୁମ୍‌ରା ଓ ସାମି ୨ୟ ସୁପର୍‌ ଓଭରରେ ବୋଲିଂ କରିବାରୁ ବଞ୍ଚିତ ରହିଥିଲେ। ସେହିଭଳି ପ୍ରଥମ ସୁପର୍‌ ଓଭରରେ ଆଉଟ୍‌ ହୋଇଥିବା ବ୍ୟାଟ୍ସମ୍ୟାନମାନେ ୨ୟ ସୁପର୍‌ ଓଭରରେ ମଧ୍ୟ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥାନ୍ତି। ଅପରପକ୍ଷରେ ସୁପର୍‌ ଓଭରରେ ସେହି ଟିମ୍‌ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥାଏ, ଯିଏ ମ୍ୟାଚ୍‌ ଶେଷ ହେଲାବେଳକୁ ବ୍ୟାଟିଂ କରୁଥାଏ। ଏହି କାରଣରୁ ପଞ୍ଜାବ ପ୍ରଥମ ସୁପର୍‌ ଓଭରରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲା। ସେହିଭଳି ପ୍ରଥମ ସୁପର୍‌ ଓଭର ଶେଷରେ ମୁମ୍ବାଇ ବ୍ୟାଟିଂ କରୁଥିଲା। ତେଣୁ ମୁମ୍ବାଇକୁ ୨ୟ ସୁପର୍‌ ଓଭରରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ଦିଆଗଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri