କାହିଁକି ଭର୍ତ୍ତୁହରିଙ୍କୁ ହେଉଛି ବିରୋଧ, ସମ୍ବିଧାନର ନିୟମ ହେଉଛି…

ନୂଆଦିଲ୍ଲୀ,୨୧।୬: ଆସନ୍ତା ସୋମବାରଠାରୁ ହେବାକୁ ଯାଉଛି ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ । ଯାହା ଉପରେ ରହିଛି ସାରା ଦେଶର ନଜର । ନବ ନିର୍ବାଚିତ ଏମପିମାନେ ଶପଥ ନେବାକୁ ଯାଉଛନ୍ତି । ପ୍ରୋଟେମ ସ୍ପିକର୍‌ ତାଙ୍କୁ ଶପଥ ପାଠ କରାଇବେ । ପ୍ରୋଟେମ ସ୍ପିକର୍‌ ମଧ୍ୟ ବାଚସ୍ପତି ନିର୍ବାଚନ ହେବା ପରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ । ତାଙ୍କ ଅଧ୍ୟକ୍ଷତାରେ ହିଁ ସ୍ଥାୟୀ ବାଚସ୍ପତିଙ୍କୁ ନିଯୁକ୍ତି ଦିଆଯିବ । ଦରକାର ପଡ଼ିଲେ ଏହା ସହମତି ଆଧାରରେ ହୋଇପାରେ କିମ୍ବା ନିର୍ବାଚନ ମାଧ୍ୟମରେ । ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ପୂର୍ବରୁ ଭାଜପାର କଟକ ଏମପି ଭର୍ତ୍ତୃହରି ମହତାବଙ୍କୁ ପ୍ରୋଟେମ ସ୍ପିକର୍‌ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯାହାକୁ ନେଇ କଂଗ୍ରେସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଗୋଟେ ପରେ ଗୋଟେ ସାମ୍ବିଧାନିକ ପରମ୍ପରା ଭଙ୍ଗ ହେଉଥିବା କହିଛି କଂଗ୍ରେସ । ଏହାର କ’ଣ। କ’ଣ ରହିଛି ସମ୍ବିଧାନର ନିୟମ।

ଭର୍ତ୍ତୃହରି ମହତାବ ହେଉଛନ୍ତି ୭ ଥରର ଏମପି । ପୂର୍ବରୁ ସେ ବିଜେଡିରେ ଥିଲେ । ନିର୍ବାଚନର କିଛି ଦିନ ପୂର୍ବରୁ ଭାଜପାରେ ଯୋଗ ଦେଇଛନ୍ତି । ତେବେ ପ୍ରୋଟେମ ସ୍ପିକର୍‌ ଭାବେ ଭର୍ତ୍ତୃହରିଙ୍କ ନିଯୁକ୍ତିକୁ ନେଇ ତୀବ୍ର ଅସନ୍ତୋଷ ଲାଗି ରହିଛି। ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗୋଟେ ପରେ ଗୋଟେ ସାମ୍ବିଧାନିକ ପରମ୍ପରା ଭଙ୍ଗ କରି ଚାଲିଥିବା କହିଛନ୍ତି କଂଗ୍ରେସ ନେତା କେ. ସି. ବେଣୁଗୋପାଳ । ପରମ୍ପରା ଅନୁଯାୟୀ ଲୋକ ସଭାର ସବୁଠାରୁ ବରିଷ୍ଠ ସାଂସଦ ହିଁ ପ୍ରୋଟେମ ସ୍ପିକର୍‌ ହୋଇଥାନ୍ତି । ଭର୍ତ୍ତୃହରି ମହତାବ ୭ ଥରର ଏମପି ହୋଇଥିବା ବେଳେ କଂଗ୍ରେସର କେ. ସୁରେଶ ୮ ଥରର ଏମପି । ତେଣୁ କେ. ସୁରେଶ ହିଁ ପ୍ରୋଟେମ ସ୍ପିକର୍‌ ନିଯୁକ୍ତି ହେବା କଥା ବୋଲି ଟ୍ବିଟ କରିଛନ୍ତି କେସି ବେଣୁଗୋପାଳ । ଅନ୍ୟତମ କଂଗ୍ରେସ ନେତା ମାନିକମ ଟାଗୋର୍‌ ମଧ୍ୟ ବେଣୁଗୋପାଳଙ୍କ ସ୍ବର ସହ ସ୍ବର ମିଳାଇଛନ୍ତି ।

କଂଗ୍ରେସ ନେତା ଜୟରାମ ରମେଶଙ୍କ କହିବା କଥା, ବର୍ତ୍ତମାନ ଲୋକ ସଭାରେ ଦୁଇ ଜଣ ବରିଷ୍ଠ ଏମପି ଅଛନ୍ତି । କଂଗ୍ରେସର କେ. ସୁରେଶ ଅଷ୍ଟମ ଥର ପାଇଁ ନିର୍ବାଚିତ ହୋଇଥିବା ବେଳେ ଭାଜପାର ବୀରେନ୍ଦ୍ର କୁମାର ମଧ୍ୟ ଅଷ୍ଟମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ବୀରେନ୍ଦ୍ର କୁମାର ମନ୍ତ୍ରୀ ହୋଇଛନ୍ତି । ଏଭଳି ସ୍ଥିତିରେ କେ. ସୁରେଶ ହିଁ ପ୍ରୋଟେମ ସ୍ପିକର୍‌ ହେବା କଥା । କିନ୍ତୁ ଭାଜପା ପ୍ରୋଟେମ ସ୍ପିକର୍‌ ପଦବୀ ନିଜ ହାତକୁ ନେଇଥିବା କହିଛନ୍ତି ଜୟରାମ ରମେଶ ।

ପ୍ରୋଟେମ ସ୍ପିକର୍‌ ଭାବେ ଭର୍ତ୍ତୃହରି ମହତାବଙ୍କ ନିଯୁକ୍ତିକୁ କଂଗ୍ରେସ ବିରୋଧ କରିଥିବା ବେଳେ ଭାଜପା ଦେଇଛି ରିଲାକ୍ସ ଜବାବ। ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ, କଂଗ୍ରେସକୁ ଦେଇଛନ୍ତି ଏହି ରିଲାକ୍ସ ଜବାବ । କହିଛନ୍ତି, ଗ୍ରାଣ୍ଡ ଓଲ୍ଡ ପାର୍ଟି ଟିକେ ରିଲାକ୍ସ ହେଉ ଏବଂ ନିଜର ଲଗାତାର ତୃତୀୟ ପରାଜୟ ଉପରେ ଫୋକସ କରୁ ।

ସାମ୍ବିଧାନିକ ପରମ୍ପରା କହୁଛି, ଲୋକ ସଭାର ସବୁଠାରୁ ବରିଷ୍ଠ ଏମପି ହିଁ ପ୍ରୋଟେମ ସ୍ପିକର୍‌ ନିଯୁକ୍ତ ହେବା କଥା । ୧୯୫୬ ମସିହାରୁ ଏହି ପରମ୍ପରା ରହି ଆସିଥିଲା । କିନ୍ତୁ କିଛି ସମୟରେ ଏହାର ଉଲ୍ଲଂଘନ ହୋଇଛି । ୧୯୭୭ରେ ଡି. ଏନ. ତିୱାରୀ ହୋଇଥିଲେ ପ୍ରୋଟେମ ସ୍ପିକର୍‌ । କିନ୍ତୁ ସେତେବେଳେ ସେ ସବୁଠାରୁ ବରିଷ୍ଠ ଏମପି ନ ଥିଲେ । ୨୦୧୯ରେ ୭ ଥରର ଏମପି ବୀରେନ୍ଦ୍ର କୁମାର ହୋଇଥିଲେ ପ୍ରୋଟେମ ସ୍ପିକର୍‌ । ସେତେବେଳେ ସେ ମଧ୍ୟ ସବୁଠାରୁ ବରିଷ୍ଠ ନ ଥିଲେ । ସେତେବେଳେ ୮ ଥରର ଏମପି ଥିବା ମେନକା ଗାନ୍ଧୀଙ୍କୁ ମଧ୍ୟ ଅଣଦେଖା କରାଯାଇଥିଲା । ଠିକ ଏଥର ଯେମିତି କେ. ସୁରେଶଙ୍କୁ ଅଣଦେଖା କରାଯାଇଛି ।

ଯେତେବେଳେ କୌଣସି ଦଳକୁ ଏକର ସଂଖ୍ୟା ଗରିଷ୍ଠତା ମିଳି ନ ଥାଏ, ସେତେବେଳେ ପ୍ରୋଟେମ ସ୍ପିକରଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ରହିଥାଏ । ଯାହା ସାମ୍ବିଧାନିକ ପରମ୍ପରାର ଉଲ୍ଲଂଘନ କରାଯାଇ ଏଥର ଭର୍ତ୍ତୃହରି ମହତାବଙ୍କ ଉପରେ ନ୍ୟସ୍ତ କରାଯାଇଛି । ମନ୍ତ୍ରୀ ପଦକୁ ନେଇ ଅସନ୍ତୁଷ୍ଟ ଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି, ବାଚସ୍ପତି ପଦ ଉପରେ ନଜର ରଖିଛି । କିନ୍ତୁ ଭାଜପା ଛାଡ଼ିବା ମୁଡରେ ନାହିଁ । ସେପଟେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ଭର୍ତ୍ତୃହରିଙ୍କ ନିଯୁକ୍ତିକୁ ବିରୋଧ କରୁଥିବାବେଳେ ଯଦି ଟିଡିପି ପ୍ରାର୍ଥୀ ଛିଡ଼ା କରାଏ, ତେବେ କଥା ସରିଲା । ଯଦି ଟିଡିପି ପ୍ରାର୍ଥୀଙ୍କ ପଛରେ ପୁରା ଇଣ୍ଡିଆ ମେଣ୍ଟ ଛିଡ଼ା ହୋଇଯାଏ, ତେବେ ବିଜେପିର ସବୁ ଆଶା ହୁଏତ ପାଣି ଫୋଟକା ଭଳି ମିଳାଇ ଯାଇପାରେ । ଆଉ ପ୍ରଥମ ଥର ପାଇଁ ଦେଶରେ ହୋଇପାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ।

୧୯୯୬ରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ସରକାରରେ ବାଚସ୍ପତି ଥିଲେ କଂଗ୍ରେସ ନେତା ପି. ଏ. ସାଙ୍ଗମା । ସହମତି ଆଧାରରେ ସାଙ୍ଗମା ହୋଇଥିଲେ ବାଚସ୍ପତି । ପୁଣି ସେହିଭଳି ୧୯୯୮ରେ ବାଜପେୟୀଙ୍କ ଦ୍ବିତୀୟ ଟର୍ମରେ ଟିଡିପି ନେତା ଜିଏମସି ବାଲୟୋଗୀ ହୋଇଥିଲେ ବାଚସ୍ପତି । ୨୦୧୮ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କୌଣସି ରାଜନୈତିକ ଦଳକୁ ଏକକ ସଂଖ୍ୟା ଗରିଷ୍ଠତା ମିଳି ନ ଥିଲା । କମଲନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କଂଗ୍ରେସ ବିଧାୟକ ଦୀପକ ସକ୍ସେନା ହୋଇଥିଲେ ପ୍ରୋଟେମ ସ୍ପିକର୍‌ । କିନ୍ତୁ ବାଚସ୍ପତି ନିଯୁକ୍ତି ବେଳକୁ ଭାଜପା, ତାର ବିଧାୟକ ବିଜୟ ଶାହଙ୍କୁ ଛିଡ଼ା କରାଇଲା । କଂଗ୍ରେସ ଏନ. ପି. ପ୍ରଜାପତିଙ୍କୁ ବାଚସ୍ପତି ପଦ ପାଇଁ ଛିଡ଼ା କରାଇଥିଲା । ଏଭଳି ସ୍ଥିତିରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବା କଥା । କିନ୍ତୁ ପ୍ରୋଟେମ ସ୍ପିକର୍‌ ଦୀପକ ସକ୍ସେନା ରୁଲ-୫ର କଥା କହି ଭୋଟିଂ କରାଇ ନ ଥିଲେ । ବରଂ କଂଗ୍ରେସ ନେତା ଏନ. ପି. ପ୍ରଜାପତିଙ୍କୁ ବାଚସ୍ପତି ଭାବେ ନିଯୁକ୍ତି ଦେଇଥିଲେ । ତେଣୁ ଏଭଳି ସ୍ଥିତିରେ ବୋଧ ହୁଏ, ମଧ୍ୟପ୍ରଦେଶ ଏପିସୋଡ ରିପିଟ ନ ହେବାକୁ ଆଗୁଆ ସତର୍କ ହୋଇଯାଇଛି ଭାଜପା ।

ପରମ୍ପରା କହୁଛି ବାଚସ୍ପତି ପଦ ଯଦି ଶାସକ ଦଳ ପାଖରେ ରହିବ, ତେବେ ଉପ ବାଚସ୍ପତି ପଦ ବିରୋଧୀଙ୍କୁ ମିଳିବା ଦରକାର । କିନ୍ତୁ ଗତ ୫ ବର୍ଷରେ ଲୋକ ସଭାରେ ଉପ ବାଚସ୍ପତି ନ ଥିଲେ । ତେବେ ସେତେବେଳେ ବିରୋଧୀଙ୍କ ପାଖରେ ସଂଖ୍ୟା ନ ଥିବା ବେଳେ ଏବେ ବିରୋଧୀ କିନ୍ତୁ ବଳବାନ ହୋଇଛନ୍ତି । ତଥାପି ବିରୋଧୀଙ୍କୁ ଉପ ବାଚସ୍ପତି ପଦ ଦେବା ମୁଡରେ ଭାଜପା ଥିଲା ଭଳି ଲାଗୁନି । ପାରିବାରିକ ସମ୍ପର୍କର ସମୀକରଣ ପ୍ରୟୋଗ କରି ଚନ୍ଦ୍ରବାବୁ ନାଇଡୁଙ୍କ ଶାଳୀ ତଥା ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି. ପୁରନ୍ଦେଶ୍ବରୀଙ୍କୁ ଉପ ବାଚସ୍ପତି କରିବାକୁ ବିଜେପି ଯୋଜନା ଚଳାଇଥିବା ଶୁଣିବାକୁ ମିଳୁଛି । କିନ୍ତୁ ସବୁକିଛି ନାଇଡୁଙ୍କ ମୁଡ ଉପରେ ର୍ନିଭର କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri