ଆପଲ୍‌ର ଲୋଗୋ ଅଧା ଖାଇବା ସେଓ ଭଳି କାହିଁକି ହୋଇଥାଏ: ଜାଣନ୍ତୁ କ’ଣ ରହିଛି କାରଣ

ଟେକ୍ନୋଲୋଜି ଦୁନିଆରେ ଆପଲ କମ୍ପାନୀର ନାମ ଅତ୍ୟନ୍ତ ସ୍ବତନ୍ତ୍ର। ଏହାର ବିଶେଷ ଉତ୍ପାଦ ହେତୁ କମ୍ପାନୀ ମୋବାଇଲ, କମ୍ପ୍ୟୁଟର ସମ୍ବନ୍ଧୀୟ ଜିନିଷ ବଜାରରେ ବହୁ ନାମ ଅର୍ଜନ କରିଛି। କମ୍ପାନୀର ନାମ ଯେତେ ଅନନ୍ୟ, ଏହାର ଲୋଗୋ ସେତେ ଅନନ୍ୟ ଅଟେ। ଆପଲ୍‌ କମ୍ପାନୀର ଲୋଗୋ ଅଧା ସେଓ ଭଳି। ଏହା ପଛରେ ଏକ କାରଣ ରହିଛି।
ପ୍ରାୟତଃ ଲୋଗୋଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଦେଖାଯାଏ, ଯାହା ଦ୍ୱାରା ସେମାନଙ୍କର ସୌନ୍ଦର୍ଯ୍ୟ ଏବଂ କମ୍ପାନୀର ନାମ ପ୍ରସିଦ୍ଧ ହୁଏ, କିନ୍ତୁ ଅସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ଆପଲ ସାରା ବିଶ୍ୱରେ ଲୋକପ୍ରିୟ ହୋଇଛି। ୧୯୭୬ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବାପରେ ଏହାର ଲୋଗୋ ଏହିପରି ନ ଥିଲା। ଲୋଗୋରେ ଆଇଜାକ ନ୍ୟୁଟନ ତିଆରି କରାଯାଇଥିଲା ଏବଂ ଏହା ଉପରେ ଏକ ସେଓ ଝୁଲୁଥିଲା। କିନ୍ତୁ ୧୯୭୭ ମସିହାରେ, କମ୍ପାନୀର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସ ରବ୍‌ ଜାନୋଫ ନାମକ ଏକ ଗ୍ରାଫିକ ଡିଜାଇନଙ୍କୁ ନୂତନ ଲୋଗୋ ଡିଜାଇନ କରିବାର ଦାୟିତ୍ୱ ଦେଇଥିଲେ। ସେ ଅଧା ଖିଆଯାଇଥିବା ସେଓର ଲୋଗୋ ଡିଜାଇନ କରିଥିଲେ, ଯାହାର ରଙ୍ଗ ଇନ୍ଦ୍ରଧନୁ ଭଳି ଥିଲା। ରନ୍‌ ଏକ ସାକ୍ଷାତକାରରେ ଏମିତି ଡିଜାଇନ୍‌ର ରହସ୍ୟ ଖୋଲିଥିଲେ। ସେ କହିଥିଲେ ଯେ, ସେଓ କାଟିବାର କାରଣ ହେଉଛି ଯେ ଲୋକମାନେ ସହଜରେ ବୁଝିପାରିବେ ଯେ ଏହା ଏକ ସେଓ, ଚେରି କିମ୍ବା ଟମାଟୋ ନୁହେଁ। ଆପଲର ପ୍ରଥମ ଆପଲ ଲୋଗୋ ଇନ୍ଦ୍ରଧନୁ ରଙ୍ଗର ଥିଲା। ଏହାର କାରଣ ହେଉଛି ଷ୍ଟିଭ ଜବ୍ସ ଚାହୁଁଥିଲେ ଯେ କମ୍ପାନୀକୁ ମାନବିକ ଦୃଷ୍ଟିକୋଣରୁ ମଧ୍ୟ ଦେଖାଯାଉ।

Share