ରାଜେନ୍ଦ୍ର ଢୋଲକିଆ କାହାର, ବିଜେଡି ନା ଭାଜପାର

ନୂଆପଡ଼ା,୫ା୧୧(ପୀତାମ୍ବର ସାହୁ):ନୂଆପଡ଼ାରୁ ୪ଥର ବିଧାୟକ ହୋଇଥିବା ରାଜେନ୍ଦ୍ର ଢୋଲକିଆ (ରାଜୁ ଭାଇ)ଙ୍କ ମୃତ୍ୟୁ ପରେ ଏବେ ହେଉଛି ଉପନିର୍ବାଚନ। ଏଥିପାଇଁ ୩ ପ୍ରମୁଖ ଭାଜପା, ବିଜେଡି ଓ କଂଗ୍ରେସ ସମେତ ଅନ୍ୟଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି। ବିଜେଡିରୁ ଲଗାତର ଭାବେ ବିଧାୟକ ହୋଇଥିବା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଜୟ ଢୋଲକିଆ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ସ୍ଥିର ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସେ ଭାଜପାରେ ଯୋଗଦେଇ ଦଳର ପ୍ରାର୍ଥୀ ହୋଇଛନ୍ତି। ଏହାପରେ ବିଜେଡିର ସବୁ ଅଙ୍କ ବଦଳି ଯାଇଥିଲା। ଦଳ ଆଉ ସ୍ଥାନୀୟ ନେତାଙ୍କ ଉପରେ ଭରସା ନ କରି ପୂର୍ବତନ ମନ୍ତ୍ରୀ ତଥା ଅତାବିରା ଅଞ୍ଚଳର ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ଆସନ୍ତା ୧୧ ତାରିଖରେ ଏହି ଉପନିର୍ବାଚନ ହେବ। ଏଣୁ ପ୍ରଚାର ମୈଦାନରେ ଏବେ ସବୁ ଦଳ ମସଗୁଲ ଅଛନ୍ତି। ପ୍ରତ୍ୟହ ନିର୍ବାଚନକୁ ନେଇ ବିଭିନ୍ନ ଦଳ ମଧ୍ୟରେ ଲାଗି ରହିଛି ଆରୋପ ପ୍ରତ୍ୟାରୋପ। ତେବେ ଗୋଟିଏ ଘଟଣାକୁ ନେଇ ଏବେ ନୂଆପଡ଼ା ରାଜନୀତିରେ ରୋଚକ ସ୍ଥିତି ଦେଖାଦେଇଛି। ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାର ଲୋକପ୍ରିୟ ନେତା ଥିଲେ। ତେଣୁ ଏବେ ପ୍ରଚାର ବେଳେ ଉଭୟ ଭାଜପା ଓ ବିଜେଡି ସେମାନଙ୍କ ବ୍ୟାନର, ପୋଷ୍ଟର ଓ ସଭାସମିତିରେ ରାଜେନ୍ଦ୍ରଙ୍କ ଫଟୋ ବ୍ୟବହାର କରୁଛନ୍ତି। ଏହାକୁ ନେଇ ଭୋଟର ଓ ସାଧାରଣ ଲୋକେ ଦ୍ୱନ୍ଦ୍ୱରେ ଥିବା ଦେଖିବାକୁ ମିଳୁଛି। ପ୍ରକୃତରେ ରାଜେନ୍ଦ୍ର କାହାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ବିଜେଡି ତା’ର ସଭାସମିତି ଓ ବ୍ୟାନର, ପୋଷ୍ଟରରେ ଦଳର ଦିବଂଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ପ୍ରଚାର ସମୟରେ ବିଜେଡି ପ୍ରାର୍ଥତ୍ନୀ ଓ ଅନ୍ୟ ନେତାମାନେ ରାଜେନ୍ଦ୍ର ବିଜେଡିର ବୋଲି କହୁଛନ୍ତି। ସେ ବିଜେଡି ବିଧାୟକ ଥିଲେ। ଏପରି କି ବିଜେଡିର ବିଧାୟକ ଥିଲା ବେଳେ ସେ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ ଥିଲେ। ସେ ଦଳରେ ଥାଇ ନବୀନ ପଟ୍ଟନାୟକଙ୍କ ସହ ମିଶି ନୂଆପଡ଼ା ପାଇଁ ଅନେକ ଲୋକାଭିମୁଖୀ କାମ କରିଛନ୍ତି। ନିର୍ବାଚନ ମଣ୍ଡଳୀ ପ୍ରତି ତାଙ୍କ ଅବଦାନ ବହୁତ ବୋଲି କହୁଛନ୍ତି। ତେଣୁ ରାଜେନ୍ଦ୍ର ବିଜେଡିର ବୋଲି ସେମାନେ ଦାବି କରୁଛନ୍ତି। ଅନ୍ୟପକ୍ଷରେ ଜୟ ଢୋଲକିଆ ଭାଜପାରେ ଯୋଗଦେଇ ପ୍ରାର୍ଥୀ ହେଲା ଦିନଠାରୁ ଭାଜପା ତା’ର ପ୍ରତି କାର୍ଯ୍ୟକ୍ରମରେ ଏପରି କି ଦଳର ନିର୍ବାଚନୀ ପ୍ରଚାରରେ ଲାଗିଥିବା ବ୍ୟାନର, ପୋଷ୍ଟରରେ ରାଜେନ୍ଦ୍ରଙ୍କ ଫଟୋ ବ୍ୟବହାର କରୁଛି। ସାଧାରଣତଃ ଲୋକେ ରାଜେନ୍ଦ୍ରଙ୍କୁ ବିଜେଡିର ବୋଲି ଜାଣିଥିଲେ। ଏବେ ପୁଣି ଭାଜପା ତାଙ୍କ ଫଟୋ ବ୍ୟବହାର କରୁଛି। ତେଣୁ ବିଶେଷକରି ଗାଁ ଗହଳିର ଲୋକେ ରାଜେନ୍ଦ୍ର କେଉଁ ଦଳର ବୋଲି ପ୍ରଶ୍ନ କରୁଛନ୍ତି। କିଛିଦିନ ପୂର୍ବରୁ ନୂଆପଡ଼ା ଜିଲାପାଳ ବିଜେଡି ନିର୍ବାଚନୀ ପ୍ରଚାରରେ ରାଜେନ୍ଦ୍ରଙ୍କ ଫଟୋ ବ୍ୟବହାର ନ କରିବାକୁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ବିଜେଡି ଏହାକୁ ବିରୋଧ କରିଥିଲା। ଏହାକୁ ଅବମାନନା କରି ବିଜେଡି ଏବେ ମଧ୍ୟ ରାଜେନ୍ଦ୍ରଙ୍କ ଫଟୋ ବ୍ୟବହାର କରୁଛି।
ଗତ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବାକୁ କୋମନାର ତରବୋଡକୁ ଆସିଥିଲେ। ସେହି ସଭାରେ ଖଡ଼ିଆଳର ବିଧାୟକ ଅଧିରାଜ ପାଣିଗ୍ରାହୀ ଏହି ପ୍ରସଙ୍ଗ ଉଠାଇଥିଲେ। ରାଜୁଭାଇ ଦୀର୍ଘଦିନ ଧରି ବିଜେଡିରେ ଥିଲେ। ସେ କେବେ ହେଲେ ଭାଜପାକୁ ଯାଇ ନ ଥିଲେ। ବିଜେଡି ତାଙ୍କୁ ମନ୍ତ୍ରୀ କରିଥିଲା। ଏପରି କି ତାଙ୍କ ମର ଶରୀରରେ ବିଜେଡିର ପତାକା ଦିଆଯାଇଥିଲା। ବିଜେଡି ତାଙ୍କ ଶ୍ରଦ୍ଧାଞ୍ଜଳି ସଭା ମଧ୍ୟ ଆୟୋଜନ କରିଥିଲା। ତେଣୁ ରାଜୁ ଭାଇ ଢୋଲକିଆ ବିଜେଡିର ବୋଲି କହିବା ସହିତ ତାଙ୍କ ଫଟୋକୁ କେବଳ ବିଜେଡି ହିଁ ବ୍ୟବହାର କରିବାର ଅଧିକାର ଅଛି ବୋଲି କହିଥିଲେ। ନବୀନ ପ୍ରଚାର କରି ଫେରିଯିବାର ଦିନକ ପରେ ରାଜେନ୍ଦ୍ରଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ ବିଜେଡି ପ୍ରତି ଆରୋପ ଲଗାଇଛନ୍ତି। ରାଜେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଖରାପ ଥିବା ସମୟରେ ବିଜେଡି ନେତାମାନେ କେବେ ଦିନେ ବି ପଚାରିଲେ ନାହିଁ। ଏପରି କି ସ୍ବାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ଫୋନଟିଏ ମଧ୍ୟ କଲେ ନାହିଁ କି ଡାକ୍ତରଖାନାର ଚିକିତ୍ସା କଥା ମଧ୍ୟ ବୁଝିଲେ ନାହିଁ। ବିଜେଡିର ଅଣଦେଖା ତାଙ୍କ ସ୍ବାମୀ ରାଜୁ ଭାଇଙ୍କ ମୃତ୍ୟୁର ଅନ୍ୟତମ କାରଣ ବୋଲି ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ଯେଉଁ ଦଳରେ ତାଙ୍କ ସ୍ବାମୀ ୨୪ ବର୍ଷ ଧରି ରହିଥିଲେ ସେହି ଦଳ ଏବେ ତାଙ୍କ ପୁଅକୁ ଅଙ୍ଗୁଳି ଉଠାଇବା ସମ୍ବେଦନଶୀଳ ରାଜନୀତି ନୁହେଁ। ରାଜୁ ଭାଇ ଢୋଲକିଆଙ୍କ ଫଟୋ କିଏ ଓ କେଉଁଠି ବ୍ୟବହାର କରିବ ତାହା କେବଳ ତାଙ୍କ ପରିବାରର ଅଧିକାର। ରାଜୁ ଭାଇଙ୍କ ମୃତ୍ୟୁ ପରେ ତାଙ୍କ ଫଟୋ ବ୍ୟବହାର କରିବା ବିଜେଡିର ନୈତିକ ଭାବେ ଭୁଲ। ଏହାକୁ ଆମେ ବିରୋଧ କରୁଛୁ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri