‘୬ଇ ଟ୍ରେଡ୍‌ମାର୍କ କାହାର’

ନୂଆଦିଲ୍ଲୀ,୭।୧୨:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ମହିନ୍ଦ୍ରା) ଏବଂ ଇଣ୍ଟରଗ୍ଲୋବ୍‌ ଆଭିଏଶନ (ଇଣ୍ଡିଗୋ ଏୟାରଲାଇନ୍ସ) ମଧ୍ୟରେ ତିକ୍ତତା ବୃଦ୍ଧିପାଇଛି। ନିକଟରେ ମହିନ୍ଦ୍ରା ଅଟୋର ଇଲେକ୍ଟ୍ରି ଭେହିକଲ (ଇଭି) ମଡେଲ ‘ବିଇ ୬ଇ’ କୁ ନେଇ ଟ୍ରେଡ୍‌ମାର୍କ ବିବାଦ ଦେଖାଦେଇଛି। ଗୋଟିଏପଟରେ ମହିନ୍ଦ୍ରା ‘୬ଇ’ ଟ୍ରେଡ୍‌ମାର୍କକୁ ନେଇ ଦୃଢ ଭାବେ ଦାବି କରୁଥିବାବେଳେ ଅପରପକ୍ଷରେ ଇଣ୍ଡିଗୋ ମଧ୍ୟ ଏହି ଟ୍ରେଡ୍‌ମାର୍କକୁ ନିଜ ବ୍ରାଣ୍ଡିଂ ଡିଜାଇନ ବୋଲି ଯୁକ୍ତି ବାଢିଛି। ଏ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ଓ ତିକ୍ତତା ବଢୁଥିବାବେଳେ ‘୬ଇ’ ଟ୍ରେଡ୍‌ମାର୍କ କାହାର ବୋଲି ଏକ ଆପୋସ ସମାଧାନ ଦାବି (ଆମକେବୁଲ ସଲ୍ୟୁଶନ)ଉଭୟଙ୍କ ପକ୍ଷରୁ କରାଯାଉଛି।
ସେହିଭଳି ମହିନ୍ଦ୍ରା ଇଭି ମଡେଲ ବିଇ୬ଇର ଡିଜାଇନ ସମ୍ପୂର୍ଣ୍ଣ ଭାବେ ଇଣ୍ଡିଗୋର ‘୬ଇ’ ଡିଜାଇନଠାରୁ ଭିନ୍ନ ରହିଛି। ଏ ନେଇ କମ୍ପାନୀ ମନରେ ଯଦି କୌଣସି ଦ୍ୱନ୍ଦ୍ୱ ଓ ସନ୍ଦେହ ରହିଛି, ତା’ହେଲେ ସେମାନେ ତୃତୀୟ ପକ୍ଷର ଆଶ୍ରୟ ନେଇପାରିବେ। ଏପରିକି ଆମର କୌଣସି ପ୍ରକାର ଅଭିଯୋଗ କିମ୍ବା ବ୍ରାଣ୍ଡର ମୂଲ୍ୟବୋଧକୁ ହ୍ରାସ କରିବାର ଉଦ୍ଦେଶ୍ୟ ନାହିଁ। ସେହିପରି ଇଣ୍ଡିଗୋର କହିବା ଅନୁଯାୟୀ ଦୀର୍ଘ ୧୬ ବର୍ଷ ତଳେ ଆମେ ଏହି ବ୍ରାଣ୍ଡ ଡିଜାଇନ ‘୬ଇ’କୁ ବାଣିଜ୍ୟକ ପଞ୍ଜୀକରଣ ସହ ବୈଶ୍ୱିକ ସ୍ବୀକୃତି ମଧ୍ୟ ହାସଲ କରିଛୁ। ଦୀର୍ଘ ବର୍ଷ ହେବ ଏହି ଡିଜାଇନରେ ଆମେ ସେବା ଯୋଗାଇ ଆସିଛୁ। ଆମେ ଏହି ଡିଜାଇନ ସହ ଉଭୟ ସେବା ଓ ଯାତ୍ରୀଙ୍କ ବିଶ୍ୱାସଭାଜନ ହୋଇପାରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri