Posted inଜାତୀୟ

ଶ୍ରୀରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବମୁଖର ସମଗ୍ର ଦେଶ, ଅଯୋଧ୍ୟାରେ ପହଞ୍ଚିଲେଣି ଅନେକ ବ୍ୟକ୍ତିବିଶେଷ

ନୂଆଦିଲ୍ଲୀ,୨୧।୧: ଅଯୋଧ୍ୟାରେ ଶ୍ରୀରାମଲାଲା ବିରାଜମାନର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଐତିହାସିକ କରିବାପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ଭବ୍ୟ ଉତ୍ସବକୁ ଦେଖିବାପାଇଁ ହଜାର ହଜାର ସଂଖ୍ୟାରେ ରାମଭକ୍ତ ଅଯୋଧ୍ୟାରେ ପହଞ୍ଚିଛନ୍ତି। ମନ୍ଦିର ପରିସରରେ କୀର୍ତ୍ତନ, ଭଜନ, ରାମାୟଣ ଓ ରମଚରିତ ମାନସ ଚାଲିଛି। ବିଭିନ୍ନ ନଦୀର ପବିତ୍ର ଜଳରେ ରାମଲାଲାଙ୍କ ବିଗ୍ରହକୁ ସ୍ନାନ କରାଯାଇଛି। ଏଥିସହ ସାହିୟା ଅଧିବାସ, ଅଘୋର ହୋମ ଏବଂ ରାତ୍ରି ଜାଗରଣ ତଥା ବାସ୍ତୁ ଶାନ୍ତି ଅନୁଷ୍ଠାନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଗତକାଲି ମନ୍ଦିର ପରିସରରେ ୮୧ଟି କଳସ ସ୍ଥାପନା କରାଯାଇଥିଲା। ଏହା ପୂର୍ବରୁ ଗତ ଗୁରୁବାର ଦିନ ରାମଲାଲାଙ୍କ ମୂର୍ତ୍ତିକୁ ସାର୍ବଜନୀନ କରାଯାଇଥିଲା। ଆସନ୍ତାକାଲି ପୌଷ ଶୁକ୍ଳ ଦ୍ୱାଦଶୀ ତିଥିରେ ଅପରାହ୍ଣ ୧୨ଟା ୨୦ମିନିଟ୍‌‌ ସମୟରେ ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣପ୍ରତିଷ୍ଠା କରାଯିବା ସହ ମନ୍ଦିରର ଗର୍ଭଗୃହରେ ଶ୍ରୀବିଗ୍ରହ ରୂପେ ସ୍ଥାପନ ପୂର୍ବକ ପୂଜା କରାଯିବ। ଏହି କାର୍ଯ୍ୟକ୍ରମରେ ୫ ଜଣ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳଦାସ ଜୀ ମହାରାଜ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଉପସ୍ଥିତ ରହିବେ। ଏହା ବ୍ୟତୀତ ଅନେକ ସିନେତାରକା, କ୍ରିକେଟର ଏବଂ ବିଭିନ୍ନ କ୍ଷେତରୁ ବଡ଼ ବ୍ୟକ୍ତିବିଶେଷ ଆସି ଅଯୋଧ୍ୟାରେ ପହଞ୍ଚିଲେଣି।

ସୂଚନା ଅନୁସାରେ, ୧୨୫ ଜଣ ଭାରତୀୟ ପରମ୍ପରାର ସନ୍ଥ ଏବଂ ବିଭିନ୍ନ କ୍ଷେତ୍ରରୁ ୨ ହଜାର ୫୦୦ ବ୍ୟକ୍ତିବିଶେଷଙ୍କୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି। ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସବୁ ମନ୍ଦିର ଓ ତୀର୍ଥକ୍ଷେତ୍ରଗୁଡ଼ିକରେ ସ୍ୱଚ୍ଛତା ଅଭିଯାନ ଚାଲିଛି। ପାରମ୍ପରିକ ନଗର ଢାଞ୍ଚାରେ ନିର୍ମିତ ଏହି ମନ୍ଦିର ୨ ଦଶମିକ ୭ ଏକର ଜମି ଉପରେ ନିର୍ମାଣ କରାଯାଇଛି। ତିନିମହଲା ବିଶିଷ୍ଟ ମନ୍ଦିରର ଉଚ୍ଚତା ୧୬୧ ଫୁଟ ଥିବାବେଳେ ପୂର୍ବରୁ ପଶ୍ଚିମକୁ ଲମ୍ବ ୩୮୦ ଫୁଟ ଏବଂ ଉତ୍ତରରୁ ଦକ୍ଷିଣକୁ ଓସାର ୨୫୦ ଫୁଟ ରହିଛି। ମନ୍ଦିରରେ ୫ଟି ମଣ୍ଡପ ଯଥା ନୃତ୍ୟ ମଣ୍ଡପ, ରଙ୍ଗମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ ଏବଂ କୀର୍ତ୍ତନ ମଣ୍ଡପ ନିର୍ମାଣ କରାଯାଇଛି।

ବିଭିନ୍ନ ଘଟଣାକ୍ରମରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପୂର୍ବରୁ ଗତକାଲିଠାରୁ ଦେଶବ୍ୟାପୀ ପ୍ରାୟ ୨୫ ହଜାର ଛୋଟବଡ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅନ୍ୟପକ୍ଷରେ ଅଯୋଧ୍ୟାର ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ କେତେକ ଭୁଲ୍‌‌ ଖବର ପ୍ରସାରିତ ହେଉଥିବା ସରକାରଙ୍କ ନଜରକୁ ଆସିଛି। ଏହି କ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଭୁଲ୍‌‌ ଖବର ଠାରୁ ଦୂରେଇ ରହିବା ପାଇଁ ଗଣମାଧ୍ୟମଗୁଡ଼ିକୁ ସତର୍କ କରାଯାଇଛି। ଯାଞ୍ଚ ନ ହୋଇଥିବା ଏବଂ ଉତ୍ତେଜନା ସୃଷ୍ଟିକାରୀ ମିଛ ଖବର ପ୍ରସାରଣ ନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯିବା ସହ ରାମମନ୍ଦିରକୁ ନେଇ ମିଥ୍ୟା ଖବର ଯେପରି ପ୍ରସାରଣ ନ ହୁଏ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଇସ୍ରାଏଲ ଉପରେ ମିଶାଇଲ୍ ଆଟାକ୍ କଲା ଇରାନ, ତେହରାନ୍‌ ଆମେରିକା ସହ ଆଲୋଚନା ପାଇଁ ମନାକରିବାରୁ ପୁଣି ବଢ଼ିଲା ତେଲ ଦର

ତେହରାନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ପାଇଁ ପ୍ରୟାସ ତୀବ୍ର ହୋଇଛି । ତଥାପି, ପରିସ୍ଥିତି ସ୍ୱାଭାବିକ…

ଇରାନ-ଆମେରିକା ଯୁଦ୍ଧରେ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ଖପ୍ପା ହେଲାଣି କଂଗ୍ରେସ

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଏଡାଇବା ପାଇଁ ଇରାନ ଏବଂ ଆମେରିକା ଆଲୋଚନାରେ ସାମିଲ ହେବାକୁ ରାଜି ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଦାବି କରିଛନ୍ତି ଯେ ତିନୋଟି ଦେଶ ଏହି…

‘ହଁ ଆମେ ଯୁଦ୍ଧ ଶେଷ କରିବୁ…’, ଆମେରିକାକୁ ଇରାନର ସିଧା ଜବାବ, ସାମ୍ନାରେ ରଖିଲା ୨ ବଡ଼ ସର୍ତ୍ତ

ତେହରାନ୍‌,୨୪।୩: ଆମେରିକା ଏବେ ଇରାନ ସହିତ ସଂଘର୍ଷ ସମାପ୍ତ କରିବାକୁ ପ୍ରସ୍ତୁତ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଆଉ ଯୁଦ୍ଧ କରିବାକୁ…

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri