Posted inଜାତୀୟ

ୟୁପିରେ ଏବେ ବିଧାନସଭା ନିର୍ବାଚନ ହେଲେ କିଏ ଗଢିବ ସରକାର, ତାଜୁବ କରିଦେବ ଆକଳନ

ନୂଆଦିଲ୍ଲୀ,୨୧।୬: ଚଳିତ ନିର୍ବାଚନରେ ଉତ୍ତରପ୍ରଦେଶରେ ଇଣ୍ଡିଆ ଆଲାଇନ୍ସ ଅତୁଳନୀୟ ସଫଳତା ହାସଲ କରିଛି। ୟୁପିର ୮୦ଟି ଲୋକ ସଭା ଆସନ ମଧ୍ୟରୁ ଇଣ୍ଡିଆ ୪୩ଟି ଆସନ ଜିତିଥିବାବେଳେ ଭାଜପା ଖାତାକୁ କେବଳ ୩୩ଟି ଆସନରେ ଯାଇଛି। ଏଥର ୟୁପିରେ ଇଣ୍ଡିଆ ମେଣ୍ଟର କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଏହାର ଫଳାଫଳ କେବଳ ଭାଜପାକୁ ନୁହେଁ ଜାତୀୟ ରାଜନୀତିକୁ ମଧ୍ୟ ଚକିତ କରି ଦେଇଥିଲେ।

ତେବେ ଏବେ ପ୍ରଶ୍ନ ଉଠୁଛି ଯେ ଯଦି ୟୁପିରେ ଏବେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ କିଏ ସରକାର ଗଢିବ। ଯଦିଓ ଏଠାରେ ବିଧାନସଭା ନିର୍ବାଚନ ୨୦୨୭ରେ ହେବାକୁ ଯାଉଛି, କିନ୍ତୁ ନେତାମାନେ ଏବେଠୁ ସମରସଜ୍ଜା କରିବାରେ ଲାଗି ପଡିଲେଣି। ଏବେଠୁ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି କି, ଯଦି ନିର୍ବାଚନ ହୁଏ ତେବେ କତଲ ଜିତିବ। ଲୋକ ସଭା ନିର୍ବାଚନର ଫଳାଫଳକୁ ଆକଳନ କରି ଦେଖିଲେ ଆମେ ଜାଣିପାରିବା ପ୍ରତ୍ୟେକ ଲୋକ ସଭା ନିର୍ବାଚନମଣ୍ଡଳୀରେ କେଉଁ ଦଳ ଆଗରେ ଅଛନ୍ତି। ଉଦାହରଣ ସ୍ବରୂପ, ଯଦି ବାରାଣାସୀରେ ଭାଜପା ଜିତିଛି, ତେବେ କେଉଁ ଦଳ ଏହି ଅଞ୍ଚଳର ବିଧାନସଭା ଆସନରେ ଆଗରେ ଅଛନ୍ତି। ଏହି ଆଧାରରେ ଏବେକାର ସ୍ଥିତିକୁ ଦେଖି ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି।

ଯଦି ଲୋକ ସଭା ନିର୍ବାଚନର ଫଳାଫଳକୁ ବିଧାନସଭା ନିର୍ବାଚନରେ ପରିଣତ କରାଯାଏ, ତେବେ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କ ଦଳର ଇଣ୍ଡିଆ ମେଣ୍ଟ ୨୨୪ଟି ଆସନ ଜିତିପାରେ। ସମାଜବାଦୀ ପାର୍ଟି ସର୍ବାଧିକ ଆସନ ହାସଲ କରପାରେ ବୋଲି କୁହାଯାଇପାରେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦଳ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପାଖକୁ ୧୭୪ଟି ଆସନ ପାଇପାରେ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିଏସପି ଆକାଉଣ୍ଟରେ ଗୋଟିଏ ବି ସିଟ ମିଳିବା ଆଶା କରାଯାଇ ପାରନାହିଁ। ୟୁପିରେ ମୋଟ ୪୦୩ ବିଧାନସଭା ଆସନ ରହିଛି, ସେଥିମଧ୍ୟରୁ ୨୦୨ଟି ସିଟ ଜିତିଲେ ସଂଖ୍ୟାଗରିଷ୍ଠତା ହାସଲ କରିପାରିବ। ଏଭଳି ପରିସ୍ଥିତିରେ ଯଦି ବର୍ତ୍ତମାନ ନିର୍ବାଚନ ଅନୁଷ୍ଠିତ ହୁଏ ତେବେ ଇଣ୍ଡିଆ ମେଣ୍ଟ ହିଁ ସହଜରେ ବହୁମତ ହାସଲ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ…

‘ଯେକୌଣସି ଭୁଲ ପ୍ରାଣଘାତକ ହେବ’ ହର୍ମୁଜ ପ୍ରଣାଳୀରେ ସୀମାପାର ମନୋଭାବରେ ଇରାନ

ତେହରାନ,୧୩।୪: ଇସଲାମାବାଦରେ ‘ଶାନ୍ତି ଆଲୋଚନା’ ବିଫଳ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ। ଇରାନ ନୌସେନା ହର୍ମୁଜ ପ୍ରଣାଳୀ…

ଆମେରିକାକୁ ବଡ଼ ପରାମର୍ଶ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ ଆମର…

ତେହରାନ,୧୩।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସଙ୍କେତ ଦେଇଛନ୍ତି ଯେ ତେହରାନ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଏକ ସମାଧାନ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

ବ୍ଲଡ୍‌ପ୍ରେସର ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ସଜନା ଶାଗ

ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହେଉଛି ଶଜନା ଶାଗ। ଏଥିରେ କାଲ୍‌ସିୟମ୍‌, ଆଇରନ୍‌ ସମେତ ଭିଟାମିନ୍‌-ଏ, ସି ଏବଂ ଇ ଭରି ରହିଛି। ବିଶେଷଭାବରେ ବ୍ଲଡ୍‌ପ୍ରେସର ସମସ୍ୟା…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri