ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ବର୍ତ୍ତମାନ ଦାୟିତ୍ୱ ତୁଲାଉଥିବା ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ୱର ୩୧ରେ ସରୁଛି। ସେଥିଲାଗି ନୂଆ ମୁଖ୍ୟ ଶାସନ ସଚିବ ରାଜ୍ୟରେ କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କେତେକ ମହଲରେ ଆଲୋଚନା ହେଉଛି ଆହୁଜାଙ୍କ କାର୍ଯ୍ୟକାଳ ୨ୟ ଥର ଲାଗି ଅଧିକ ବର୍ଷେ ପାଇଁ ବୃଦ୍ଧି କରାଯିବ। ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ୱର ୨୦୨୪ରେ ଶେଷ ହୋଇଥିଲା। ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦୨୫ରୁ ଡିସେମ୍ୱର ୩୧ ପର୍ଯ୍ୟନ୍ତ ବର୍ଷେ ପାଇଁ ବୃଦ୍ଧି କରିଥିଲେ, ଯାହା ଏବେ ସରିବାକୁ ଯାଉଛି। ରାଜ୍ୟରେ ଭାଜପା ସରକାର ଆସିବାର ମାସକ ପରେ କେନ୍ଦ୍ରୀୟ ଡେପୁଟେଶନରେ ଥିବା ଆହୁଜାଙ୍କୁ ରାଜ୍ୟକୁ ଫେରାଇ ମୁଖ୍ୟ ଶାସନ ସଚିବ ପଦରେ ବସାଗଲା। ଆହୁଜାଙ୍କଠାରୁ ସେତେବେଳେ ଓଡ଼ିଶା କ୍ୟାଡରର ଆହୁରି ବରିଷ୍ଠ ଆଇଏଏସ୍‌ ଅଫିସର ଥିବା ସତ୍ତ୍ୱେ ଅନ୍ୟ କାହାକୁ ଏହି ପଦରେ ସରକାର ଅବସ୍ଥାପିତ କରି ନ ଥିଲେ। ତେଣୁ କେନ୍ଦ୍ରରେ ଆହୁଜାଙ୍କୁ ନେଇ ଶୁଭଦୃଷ୍ଟି ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲା। ସେହି ସମୟରେ ଓଡ଼ିଶା କ୍ୟାଡରର କେନ୍ଦ୍ରୀୟ ଡେପୁଟେଶନରେ ୧୯୮୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ତୁହିନକାନ୍ତେ ପାଣ୍ଡେ, ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ରାଜେଶ ବର୍ମା, ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ନୀତେନ ଚନ୍ଦ୍ରା ରହିଥିଲେ। ନୀତେନ ଚନ୍ଦ୍ରା ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ହେଲେ ମଧ୍ୟ ଆହୁଜାଙ୍କଠାରୁ ବରିଷ୍ଠ(ସିନିୟର) ଥିଲେ। ଏବେ ଏହି ୩ ଅଫିସର ଅବସର ନେଇସାରିଛନ୍ତି। ହେଲେ ଆହୁଜାଙ୍କ ବ୍ୟାଚ୍‌(୧୯୯୦)ର ଅଫିସର ସଞ୍ଜୀବ ଚୋପ୍ରା ଏବଂ ଗୁଡ୍ଡି ଶ୍ରୀନିବାସ ଏବେ ମଧ୍ୟ କେନ୍ଦ୍ରୀୟ ଡେପୁଟେଶନରେ ରହିଛନ୍ତି। ହେଲେ ଓଡ଼ିଶାରେ ଯେତେଜଣ ଆଇଏଏସ୍‌ ଅଫିସର ଥିଲେ ମୁଖ୍ୟ ଶାସନ ସଚିବ ହେଲା ବେଳେ ଆହୁଜା ହିଁ ସବୁଠାରୁ ସିନିୟର ଥିଲେ। ଏହି ୨ ଆଇଏଏସ୍‌ ଅଫିସର ଓଡ଼ିଶା ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଦାୟିତ୍ୱ ପୂର୍ୱରୁ ତୁଲାଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କୁ କେନ୍ଦ୍ର ସହଯୋଗରେ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ଆଣିପାରନ୍ତି। ହେଲେ ପୂର୍ୱରୁ ଏମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ ସିନିୟର ଆଇଏଏସ୍‌ ଅଫିସର କେନ୍ଦ୍ରରେ ଥିବାବେଳେ ଆହୁଜାଙ୍କୁ ଅଣାଯିବା କଥାକୁ ଦେଖିଲେ ଆହୁଜାଙ୍କ କାର୍ଯ୍ୟକାଳକୁ ଯେ ବଢ଼ା ନ ଯିବ ସେକଥାକୁ ଏଡ଼ାଇଦିଆଯାଇପାରେ। ଯଦି ଏପରି ହୁଏ ସଞ୍ଜୀବ ଚୋପ୍ରା ଏବଂ ଗୁଡ୍ଡି ଶ୍ରୀନିବାସଙ୍କୁ ମୁଖ୍ୟ ଶାସନ ସଚିବ ହେବାରେ ବିଳମ୍ୱ ହୋଇପାରେ କିମ୍ୱା ସେମାନେ ସମ୍ପୂର୍ଣ୍ଣ ଭାବେ ବାଦ୍‌ ପଡ଼ିଯାଇପାରନ୍ତି।

ଅନ୍ୟପଟେ ଆହୁଜାଙ୍କ ଅବସର ଚର୍ଚ୍ଚା ସହ ନୂଆ ମୁଖ୍ୟ ଶାସନ ସଚିବ ଭାବେ ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ବର୍ତ୍ତମାନ ରାଜ୍ୟର ଉନ୍ନୟନ କମିଶନର ଥିବା ଅନୁ ଗର୍ଗଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ବିଗତ ଦିନରୁ ଗୋଟିଏ କଥା ସବୁବେଳେ ଲକ୍ଷ୍ୟ କରାଯାଇଛି, ଯେଉଁମାନେ ରାଜ୍ୟର ଉନ୍ନୟନ କମିଶନର ହୋଇଛନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ସୂଚନା ମୁତାବକ, ସଞ୍ଜୀବ ଚୋପ୍ରା ଓଡ଼ିଶାର ଗୃହ ବିଭାଗ ସଚିବ ଥିବାବେଳେ ତାଙ୍କଠାରୁ ଜୁନିୟର ହୋଇ ସୁଦ୍ଧା ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ମିଳିଥିଲା। ଏହାପରେ ହିଁ ସଞ୍ଜୀବ ଚୋପ୍ରା କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିଲେ। ଅନ୍ୟପଟେ ଏବେ ରାଜ୍ୟରେ ଅନ୍ୟମାନଙ୍କ ମଧ୍ୟରେ ୧୯୯୧ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଭାବେ ସତ୍ୟବ୍ରତ ସାହୁ ରହିଛନ୍ତି। ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସଞ୍ଜୟ ରସ୍ତୋଗୀ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି ହେଲେ ଏମାନଙ୍କୁ ମଧ୍ୟ ମୁଖ୍ୟ ଶାସନ ସଚିବ ପଦରେ ବସିବାକୁ ଆହୁରି ବିଳମ୍ୱ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ସୂଚନାଯୋଗ୍ୟ, ବିଜେଡି ସରକାର ସମୟରେ ମନୋଜ ଆହୁଜା ଏବଂ ତାଙ୍କ ସ୍ତ୍ରୀ ତଥା ଆଇଏଏସ୍‌ ଅଫିସର ଆରତୀ ଆହୁଜା ଉଭୟେ ଓଡ଼ିଶାରେ କାର୍ଯ୍ୟରତ ଥିଲେ। ପରବର୍ତ୍ତୀ ସମୟରେ ଦୁହେଁ ଏକାସାଙ୍ଗରେ କେନ୍ଦ୍ରୀୟ ଡେପୁଟେଶନ ପାଇଁ ୨ ଥର ନିଜ ଆଡୁ ଆବେଦନ କରିଥିଲେ। ହେଲେ ସେମାନଙ୍କ ଡେପୁଟେଶନ ଆବେଦନକୁ ୨ ଥର ଯାକ ଜାଣିଶୁଣି ବିଳମ୍ୱ କରାଯାଇଥିଲା। ପରବର୍ତ୍ତୀ ସମୟରେ ବୁଝାମଣା ଭିତ୍ତିରେ ଉଭୟଙ୍କୁ ଡେପୁଟେଶନରେ ଯିବା ପାଇଁ ଅନୁମତି ମିଳିଥିଲା। ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ହୋଇ ଓଡ଼ିଶା ଆସିବା ବେଳକୁ ଆରତୀ ଆହୁଜା ଅବସର ନେଇସାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri