Posted inଜାତୀୟ

କିଏ ହେବେ ପ୍ରଧାନ ବିଚାରପତି, ରମନାଙ୍କଠାରୁ ଉତ୍ତରାଧିକାରୀଙ୍କ ସୁପାରିଶ ମଗାଇଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୪।୮ : କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ତାଙ୍କ ଉତ୍ତରାଧିକାରୀଙ୍କୁ ସୁପାରିଶ କରିବାକୁ ଭାରତର ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କୁ ଚିଠି ଲେଖିଛନ୍ତି। ବୁଧବାର ରାତି ୯ଟା ୩୦ ରେ ଏହି ଚିଠି ଗ୍ରହଣ କରାଯାଇଛି ବୋଲି ସୁପ୍ରିମକୋର୍ଟର ଅଧିକାରୀ କହିଛନ୍ତି।

ଜଷ୍ଟିସ ରମନା ଅଗଷ୍ଟ ୨୬ ରେ ଅବସର ନେବେ। ପରମ୍ପରା ଅନୁଯାୟୀ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି। ଏମଓପି (ବିଚାରପତିଙ୍କ ନିଯୁକ୍ତି ପାଇଁ ମେମୋରେଣ୍ଡମ ଅଫ ପ୍ରୋସିଜୋର୍‌) ଅନୁଯାୟୀ ପ୍ରଧାନ ବିଚାରପତିଙ୍କ ପକ୍ଷରୁଏଥିପାଇଁ କେନ୍ଦ୍ର ସରକାରଙ୍କୁ ଏକ ସୁପାରିଶ ପଠାଇବାକୁ ପଡିବ।

ସାଧାରଣତଃ ପ୍ରଧାନ ବିଚାରପତି ଅବସର ଗ୍ରହଣ କରିବାର ଏକ ମାସ ପୂର୍ବରୁ ଏହି ସୁପାରିଶ ପଠାଯାଇଥାଏ। ଅର୍ଥାତ୍‌ ଏହି ସୁପାରିଶ ୨୬ ଜୁଲାଇରେ ଯିବାର ଥିଲା। ବର୍ତ୍ତମାନ ଯଦି ଜଷ୍ଟିସ ରମନା ଏହି ସୁପାରିଶ ପଠାନ୍ତି, ତେବେ ଜଷ୍ଟିସ ଉଦୟ ଲଲିତ ପ୍ରଧାନ ବିଚାରପତି ଭାବରେ ଚୟନ ହେବେ ଏବଂ ପ୍ରଧାନ ବିଚାରପତି ରମନା କଲେଜିୟମ ବୈଠକରେ ନିଷ୍ପତ୍ତି ନେଇ ପାରିବେ ନାହିଁ।

ପ୍ରଧାନ ବିଚାରପତିଙ୍କ ସମେତ ପାଞ୍ଚଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ଉଚ୍ଚ ନ୍ୟାୟପାଳିକାରେ ବିଚାରପତିମାନଙ୍କର ନିଯୁକ୍ତ ସଂସ୍ଥା ହେଉଛି କଲେଜିୟମ।

ସୁପ୍ରିମକୋର୍ଟଙ୍କ ଡେପୁଟି ରେଜିଷ୍ଟ୍ରାର ରାକେଶ ଶର୍ମା ନିଶ୍ଚିତ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ଚିଠି ବୁଧବାର ରାତିରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଦୁଇ ଦିନ ପୂର୍ବେ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସମାନ ଖବରକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଯଦି ଜଷ୍ଟିସ ଲଲିତ ପ୍ରଧାନ ବିଚାରପତି ହୁଅନ୍ତି, ତାଙ୍କର କାର୍ଯ୍ୟକାଳ ପ୍ରାୟ ତିନିମାସ ହେବ। ଜଷ୍ଟିସ ଲଲିତ ଜଣେ ଆଇନଜୀବୀରୁ ସିଧାସଳଖ ସୁପ୍ରିମକୋର୍ଟରେ ବିଚାରପତି ହୋଇଛନ୍ତି। ଜଷ୍ଟିସ ଲଲିତଙ୍କ ପରବର୍ତ୍ତୀ ବରିଷ୍ଠ ବିଚାରପତି ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ସେ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି ୟୁ.ଭି ଚନ୍ଦ୍ରଚୂଡଙ୍କ ପୁଅ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri