Posted inଖେଳ

କିଏ ହେବ ଭାରତୀୟ ଟିମ୍‌ର ନୂତନ ମୁଖ୍ୟ ଚୟନକର୍ତ୍ତା? ସବୁଠୁ ଆଗରେ ଏହି ଭେଟେରାନ୍‌

ନୂଆଦିଲ୍ଲୀ,୧୯।୧୧: ବିସିସିଆଇ ଶୁକ୍ରବାର ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ ଜଣିଆ ସଦସ୍ୟ ବିଶିଷ୍ଟ ସିନିୟର ସିଲେକ୍ସନ କମିଟିକୁ ବହିଷ୍କାର କରିଛି। ଭାରତୀୟ କ୍ରିକେଟ ଦଳ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରି ନ ପାରିବାରୁ ବୋର୍ଡ ଏହି ପଦକ୍ଷେପ ନେଇଛି। ଏଭଳି ସ୍ଥିତିରେ ନୂତନ ମୁଖ୍ୟ ଚୟନକର୍ତ୍ତା କିଏ ହେବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ରିପୋର୍ଟ ମୁତାବକ, ଭାରତୀୟ ଟିମ୍‌ର ପୂର୍ବତନ ଷ୍ଟାର କ୍ରିକେଟର ଅଜିତ ଅଗରକର ଜାତୀୟ ସିନିୟର ପୁରୁଷ ଚୟନକର୍ତ୍ତା ପଦବୀ ପାଇଁ ସବୁଠାରୁ ଆଗରେ ଅଛନ୍ତି। ପୂର୍ବରୁ ସେ ମଧ୍ୟ ଏହି ପଦ ପାଇଁ ଆବେଦନ କରିଥିଲେ। ହେଲେ ଏହି ଦୌଡ଼ରୁ ବାଦ୍‌ ପଡ଼ି ଯାଇଥିଲେ। ଚଳିତ ଥର କିନ୍ତୁ ସେ ବାଜିମାତ କରିପାରନ୍ତି ବୋଲି କୁହାଯାଉଛି।

କହିରଖୁଛୁ, ଅଗରକର ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ସହ ଅତିରିକ୍ତ କୋଚ୍‌ ଭାବେ କାମ କରୁଛନ୍ତି। ଯଦି ସେ ଏବେ ମୁଖ୍ୟ ଚୟନକର୍ତ୍ତା ପଦ ଲାଗି ଆବେଦନ କରନ୍ତି ତେବେ ତାଙ୍କୁ ଆଇପିଏଲ୍‌ରେ ଏହି ଦାୟିତ୍ୱ ଛାଡ଼ିବାକୁ ହେବ।

ଏହି ପଦବୀ ଲାଗି ଯୋଗ୍ୟତା:
-କୌଣସି ଖେଳାଳି ଯିଏ ୭ ନଚେତ ଅଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବ।
-୩୦ ଫାଷ୍ଟ କ୍ଲାସ ମ୍ୟାଚ୍‌ ଖେଳିଥିବ
-୧୦ ଦିନିକିଆ ଅଥବା ୨୦ ଲିଷ୍ଟ-ଏ-ମ୍ୟାଚ୍‌ ଖେଳିବ
-୫ ବର୍ଷ ପୂର୍ବେ କ୍ରିକେଟରୁ ଅବସର ନେଇଥିବ
-ବିସିସିଆଇର କୌଣସି କମିଟିର ସଦସ୍ୟ ନ ଥିବ। ଆଗାମୀ ୫ ବର୍ଷ ଯାଏ ଦାୟିତ୍ୱ ତୁଲାଇପାରିବ

ଅଗରକରଙ୍କ କ୍ୟାରିୟର:
-୨୬ ଟେଷ୍ଟ, ୫୮ ଉଇକେଟ
-୧୯୧ ଦିନିକିଆ,୨୮୮ ଉଇକେଟ
-୪ ଟି୨୦, ୩ ଉଇକେଟ
-୩୨ ଆଇପିଏଲ୍‌ ମ୍ୟାଚ୍‌, ୨୯ ଉଇକେଟ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri