Posted inଖେଳ

କିଏ ହେବ ଭାରତୀୟ ଟିମ୍‌ର ନୂତନ ମୁଖ୍ୟ ଚୟନକର୍ତ୍ତା? ସବୁଠୁ ଆଗରେ ଏହି ଭେଟେରାନ୍‌

ନୂଆଦିଲ୍ଲୀ,୧୯।୧୧: ବିସିସିଆଇ ଶୁକ୍ରବାର ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ ଜଣିଆ ସଦସ୍ୟ ବିଶିଷ୍ଟ ସିନିୟର ସିଲେକ୍ସନ କମିଟିକୁ ବହିଷ୍କାର କରିଛି। ଭାରତୀୟ କ୍ରିକେଟ ଦଳ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରି ନ ପାରିବାରୁ ବୋର୍ଡ ଏହି ପଦକ୍ଷେପ ନେଇଛି। ଏଭଳି ସ୍ଥିତିରେ ନୂତନ ମୁଖ୍ୟ ଚୟନକର୍ତ୍ତା କିଏ ହେବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ରିପୋର୍ଟ ମୁତାବକ, ଭାରତୀୟ ଟିମ୍‌ର ପୂର୍ବତନ ଷ୍ଟାର କ୍ରିକେଟର ଅଜିତ ଅଗରକର ଜାତୀୟ ସିନିୟର ପୁରୁଷ ଚୟନକର୍ତ୍ତା ପଦବୀ ପାଇଁ ସବୁଠାରୁ ଆଗରେ ଅଛନ୍ତି। ପୂର୍ବରୁ ସେ ମଧ୍ୟ ଏହି ପଦ ପାଇଁ ଆବେଦନ କରିଥିଲେ। ହେଲେ ଏହି ଦୌଡ଼ରୁ ବାଦ୍‌ ପଡ଼ି ଯାଇଥିଲେ। ଚଳିତ ଥର କିନ୍ତୁ ସେ ବାଜିମାତ କରିପାରନ୍ତି ବୋଲି କୁହାଯାଉଛି।

କହିରଖୁଛୁ, ଅଗରକର ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ସହ ଅତିରିକ୍ତ କୋଚ୍‌ ଭାବେ କାମ କରୁଛନ୍ତି। ଯଦି ସେ ଏବେ ମୁଖ୍ୟ ଚୟନକର୍ତ୍ତା ପଦ ଲାଗି ଆବେଦନ କରନ୍ତି ତେବେ ତାଙ୍କୁ ଆଇପିଏଲ୍‌ରେ ଏହି ଦାୟିତ୍ୱ ଛାଡ଼ିବାକୁ ହେବ।

ଏହି ପଦବୀ ଲାଗି ଯୋଗ୍ୟତା:
-କୌଣସି ଖେଳାଳି ଯିଏ ୭ ନଚେତ ଅଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବ।
-୩୦ ଫାଷ୍ଟ କ୍ଲାସ ମ୍ୟାଚ୍‌ ଖେଳିଥିବ
-୧୦ ଦିନିକିଆ ଅଥବା ୨୦ ଲିଷ୍ଟ-ଏ-ମ୍ୟାଚ୍‌ ଖେଳିବ
-୫ ବର୍ଷ ପୂର୍ବେ କ୍ରିକେଟରୁ ଅବସର ନେଇଥିବ
-ବିସିସିଆଇର କୌଣସି କମିଟିର ସଦସ୍ୟ ନ ଥିବ। ଆଗାମୀ ୫ ବର୍ଷ ଯାଏ ଦାୟିତ୍ୱ ତୁଲାଇପାରିବ

ଅଗରକରଙ୍କ କ୍ୟାରିୟର:
-୨୬ ଟେଷ୍ଟ, ୫୮ ଉଇକେଟ
-୧୯୧ ଦିନିକିଆ,୨୮୮ ଉଇକେଟ
-୪ ଟି୨୦, ୩ ଉଇକେଟ
-୩୨ ଆଇପିଏଲ୍‌ ମ୍ୟାଚ୍‌, ୨୯ ଉଇକେଟ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri