Posted inଜାତୀୟ

ସଂସଦରେ କିଏ ଅନ୍‌-ଅଫ୍‌ କରନ୍ତି ମାଇକ୍‌? ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୮।୬: NEET ପେପର୍‌ ଲିକ୍‌ ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସଂସଦରେ ସରକାରଙ୍କୁ ଘେରୁଛନ୍ତି। ହେଲେ ଏସମ୍ପର୍କରେ କୌଣସି ପୂର୍ଣ୍ଣରୂପେ ଆଲୋଚନା ହୋଇପାରୁ ନାହିଁ। ସଂସଦରେ ଏହି ମୁଦ୍ଦା ଉଠାଇ ବିରୋଧୀ ହଟ୍ଟଗୋଳ କଲେ ଅଧିବେଶନକୁ ବାରମ୍ବାର ସ୍ଥଗିତ କରାଯାଉଛି। ତେବେ ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମାଇକ୍‌କୁ ବାରମ୍ବାର ବନ୍ଦ କରାଯାଉଛି। ପେପର୍‌ ଲିକ୍‌ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ମାତ୍ରେ ସାଙ୍ଗେସାଙ୍ଗେ ମାଇକ୍‌ ଅଫ୍‌ କରାଯାଉଛି ବୋଲି ବିରୋଧୀ ଦଳର ନେତାମାନେ ସଙ୍ଗୀନ ଅଭିଯୋଗ କରିଛନ୍ତି। ରାହୁଲଙ୍କ ଏହି ଅଭିଯୋଗ ଉପରେ ବାଚସ୍ପତି ଓମ ବିର୍ଲା କହିଛନ୍ତି, ତାଙ୍କ ପାଖରେ କୌଣସି ସୁଇଚ୍‌ ନାହିଁ ଯାହାଦ୍ୱାରା ମାଇକ ଅଫ ହୋଇପାରିବ।

ଏହାକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ ରାଜ୍ୟ ସଭାରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ୭ ବର୍ଷରେ ୭୦ଥର ପେପର୍‌ ଲିକ ହୋଇଛି। ତେବେ ଏତିକି କହିବା ଭିତରେ ତାଙ୍କର ମଧ୍ୟ ମାଇକ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ କଂଗ୍ରେସ ମାଇକ୍‌ ବନ୍ଦ କରିବା ଘଟଣାକୁ ଏକ ବଡ଼ ପ୍ରସଙ୍ଗ ଭାବରେ ଉଠାଇଛିି। ଏଭଳି ପରିସ୍ଥିତିରେ ଗୃହରେ ମାଇକ ଅନ ଏବଂ ଅଫ କରିବାର ଅଧିକାର କାହାର ଅଛି ବୋଲି ପ୍ରଶ୍ନ ଉଠିଛି।

ନୂଆ ସଂସଦର ଉଭୟ ଗୃହରେ ମାଇକ୍‌ ନିୟନ୍ତ୍ରଣ କରିବା ପାଇଁ ଅଲଗା ପ୍ୟାନେଲ ରହିଛି। ବାଚସ୍ପତିଙ୍କ ଆସନ ଉପରର ପ୍ରଥମ ମହଲାରେ ଏଥିପାଇଁ ସାଉଣ୍ଡ ଇଞ୍ଜିନିୟରମାନେ ଏହି କାମ କରିଥା’ନ୍ତିି। ସେମାନେ ସିସିଟିଭି ମାଧ୍ୟମରେ ଏବଂ ପ୍ୟାନେଲରେ ଇନଷ୍ଟଲ ହୋଇଥିବା ସ୍କ୍ରିନ ମାଧ୍ୟମରେ ସଦସ୍ୟମାନଙ୍କୁ ଦେଖିପରନ୍ତି। ଏବଂ ସେମାନଙ୍କୁ ଦେଖିବା ପରେ ଏମପିଙ୍କ ମାଇକ ଅନ / ଅଫ କରନ୍ତି ।

୧୮ତମ ଲୋକ ସଭାରେ ଏମପିମାନେ ଏପର୍ଯ୍ୟନ୍ତ ଡିଭିଜନ ନମ୍ବର ପାଇନାହାଁନ୍ତି। ତେଣୁ ଏମପିମାନଙ୍କୁୁ ସ୍କ୍ରିନ କିମ୍ବା ସିସିଟିଭିରେ ଦେଖିବା ପରେ ଇଞ୍ଜିନିୟରମାନେ ମାଇକ ଟର୍ନ ଅନ କରିଥାନ୍ତି। କିନ୍ତୁ ଡିଭିଜନ ନମ୍ବର ଆବଣ୍ଟିତ ହୋଇଥିଲେ ସାଉଣ୍ଡ ଇଞ୍ଜିନିୟରଙ୍କ କାମ ସହଜ ହୋଇପାରିଥା’ନ୍ତା। ଡିଭିଜନ ନମ୍ବର ଅର୍ଥାତ୍‌ ଏମପିଙ୍କ ସିଟ ନମ୍ବର। ଏହି ଡିଭିଜନ ନମ୍ବର ପାଇବା ପରେ ଏମପିମାନେ କେବଳ ନିଜ ଆସନରେ ରହି କହିପାରିବେ। ଯେତେବେଳେ ତାଙ୍କ ନାମ ଡକାଯିବ ସେତେବେଳେ ଆପେଆପେ ତାଙ୍କ ଆସନରେ ଥିବା ମାଇକ୍‌ ଅନ୍‌ ହୋଇଯିବ।

ତେବେ ସଂସଦର ନିୟମ ଅନୁଯାୟୀ, ଗୃହରେ ପ୍ରତ୍ୟେକ ଏମପିଙ୍କ ସାମ୍ନାରେ ଏକ ମାଇକ ରହିଛି। ଯାହାକୁ ସାଉଣ୍ଡ ଇଞ୍ଜିନିୟରମାନେ ଏହାକୁ ଅନ କିମ୍ବା ଅଫ କରନ୍ତି। କିନ୍ତୁ ଏହା କରିବା ପାଇଁ କିଛି ନିୟମ ରହିଛି। ଉଦାହରଣ ସ୍ବରୂପ, ଶୂନକାଳ ମଧ୍ୟରେ ପ୍ରତ୍ୟେକ ଏମପି କହିବା ପାଇଁ ତିନି ମିନିଟ ପାଇଥା’ନ୍ତି। ତାଙ୍କ ସମୟ ସରିବା ମାତ୍ରେ ତାଙ୍କ ମାଇକ ଆପେଆପେ ସୁଇଚ ଅଫ ହୋଇଯାଏ। ଯେଉଁ ବ୍ୟକ୍ତିଙ୍କ ନାମ ବାଚସ୍ପତି ନେଇଥା’ନ୍ତି, ସେତେବେଳେ ମାଇକ୍‌ ଅନ୍‌ ହୋଇଯାଏ। ଆଉ ଯେତେବେଳେ ଖୋଦ୍‌ ବାଚସ୍ପତି ଏହାକୁ ରେକର୍ଡରେ ନିଆଯିବ ନାହିଁ ବୋଲି କୁହନ୍ତି, ସେତେବେଳେ ମାଇକ ଆପେ ବନ୍ଦ ହୋଇଯାଏ । ସଂସଦରେ ଏହିପରି, ମାଇକ ଅନ୍‌ ଏବଂ ଅଫ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri