Posted inଜାତୀୟ

କିଏ ସେହି ବ୍ୟକ୍ତି ଯାହାଙ୍କ ଗୋଟିଏ ଟୁଇଟ୍‌ ପାଇଁ IAS ପୂଜା ଖେଡକର୍‌ ଏବେ ରାଜରାସ୍ତାରେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୭: ଆଜିକାଲି ଟ୍ରେନିଂ ଆଇଏଏସ୍‌ ଅଧିକାରୀ ପୂଜା ଖେଡକରଙ୍କ କାରନାମାର ଚର୍ଚ୍ଚା ସାରା ଦେଶରେ ହେଉଛି। ଏହି ମାମଲାରେ ୟୁପିଏସ୍‌ସି ପ୍ରଶ୍ନ ଘେରକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମାମଲାର ତଦାରଖ ଉପରେ ନଜର ରଖିଛି। ଏବେ ତାଙ୍କର ଚାକିରି ଉପରେ ବିପଦ ଦେଖାଯାଇଛି। କାରଣ ୟୁପିଏସ୍‌ସି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିସହ ତାଙ୍କ ଆଇଏଏସ୍‌ ପଦ କାହିଁକି ରଦ୍ଦ କରାଯିବ ନାହିଁ ତାହାକୁ ନେଇ ନୋଟିସ୍‌ ଜାରି କରିଛି। ହେଲେ ଆପଣ କ’ଣ ଜାଣନ୍ତି ଏହି ମାମଲା ଉପରୁ ପରଦା କିଭଳି ହଟିଲା। କିଏ ସେହି ବ୍ୟକ୍ତି ଯିଏ କି ପ୍ରଥମ ଥୀ ପୂଜାଙ୍କ ଅଡି କାର୍‌ର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ? ଆଜି ଆମେ ସେ ବିଷୟରେ ଆପଣଙ୍କୁ କହିବୁ…

ଯେଉଁ ବ୍ୟକ୍ତି ପୂଜାଙ୍କୁ ରାସ୍ତା ଉପରେ ଛିଡ଼ା କରିଛନ୍ତି ତାଙ୍କ ନାମ ବୈଭବ କୋକଟ। ସେ ପ୍ରଥମ ଥର ପୂଜାଙ୍କ ଅଡି କାର୍‌ ଡିମାଣ୍ଡ ବିଷୟରେ ସୋସିଆଲ ମିଡିଆ ଜରିଆରେ ଲୋକଲୋଚନକୁ ଆଣିଥିଲେ। ସୋସିଆଲ ମିଡିଆର ଶକ୍ତିକୁ ଜାଣିବା ପରେ ଗୋଟିଏ ଟୁଇଟ୍‌ ଯୋଗୁ କୌଣସି ଆଇଏଏସ୍‌ ଅଧିକାରୀ ସାମ୍ନାରେ ଏତେ ବଡ଼ ବିପଦ ଛିଡ଼ା ହେବ ତାହା ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି ବୋଲି ସେ କହିଛନ୍ତି।

ଏହାଛଡ଼ା ପୂଜାଙ୍କୁ ଜାଣିଥିବା ନେଇ ବୈଭବ କହିଛନ୍ତି, ପୁଣେ ଜିଲାପାଳ ସୁହାସ ଦେବସେ ପୂଜାଙ୍କୁ ନେଇ ଏକ ରିପୋର୍ଟ ସରକାରଙ୍କୁ ପଠାଇଥିଲେ। ମୁଁ ବୁଝି ନେଇଥିଲି। ଜଣେ ଟ୍ରେନିଂ ଅଧିକାରୀ ଏତେ ସବୁ କିଭଳି କରିପାରିବେ? ମୋ ମୁଣ୍ଡରେ ପ୍ରଶ୍ନ ଉଠିଥିଲା। ପରେ ମୁଁ ଏହି ମାମଲାକୁ ଅଧିକ ଜାଣିବାକୁ ଚେଷ୍ଟା କରିଥିଲି।

ପୂଜାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିବା ପରେ ଦେଖିଲି ଯେ ସେ ନିଜର ଅଡି କାର୍‌ରେ ଅବୈଧ ଭାବେ ଲାଇଟ୍‌ ଲଗାଇଛନ୍ତି। ମୋତେ ତାର ଫଟୋ ମିଳିଲା। ଏହି ମାମଲା ପୋଲିସ ନିକଟରେ ପହଞ୍ଚିଲେ ବିଳମ୍ବ ହେବ ବୋଲି ଜାଣିଥିଲି। ଏଣୁ ସେ ସୋସିଆଲ ମିଡିଆରେ ଶେୟାର କରିଥିବା କହିଛନ୍ତି।

ବୈଭବ ଜୁଲାଇ ୬ରେ ‘ଏକ୍ସ’ରେ ଏକ ଫଟୋ ସହ ପୂଜାଙ୍କ ବିଷୟରେ ସୂଚନା ଶେୟାର କରିଥିଲେ। ଏହା ବେଶ ଭାଇରାଲ ହୋଇଥିଲା। ଗଣମାଧ୍ୟମ ପୋଷ୍ଟକୁ ତର୍ଜମା କରିଥିଲା। ଏହାପରେ ବୈଭବଙ୍କ ନିକଟକୁ ସମାଜସେବୀ ଏବଂ ଆର୍‌ଟିଆଇ କର୍ମକର୍ତ୍ତାଙ୍କ ଫୋନ ଆସିଥିଲା। ଧିରେ ଧିରେ ପୂଜାଙ୍କ ବିଷୟରେ ଅଧିକ ସୂଚନା ମିଳିଥିଲା। ଘଟଣା ପରେ ଆଇଏଏସ୍‌ ଅଧିକାରୀମାନେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍‌ କରିଦେଇଥିଲା। ଏପରିକି ସୋସିଆଲ ମିଡିଆରେ ଲେଖିବା ବନ୍ଦ କରିଦେଇଥିଲେ।

ତେବେ ବୈଭବ ବିଡୁ ଜିଲା ବାସିନ୍ଦା। ସେ ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗରେ ଲେଖିବାକୁ ପସନ୍ଦ କରନ୍ତି। ସେ ଏକ ପିଆର୍‌ କମ୍ପାନୀରେ କାମ କରିଛନ୍ତି। ଏକ୍ସରେ ତାଙ୍କର ୩୧ ହଜାର ଫଲୋଅର୍ସ ଅଛନ୍ତି। ଦିନକ ପୂର୍ବରୁ ପୂଜାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ପରେ ବୈଭବଙ୍କ ଆଉ ଏକ ପୋଷ୍ଟ ଆସିଥିଲା। ସେଥିରେ ସେ ଗୋଟିଏ ପୋଷ୍ଟରେ ବହୁତ ଶକ୍ତି ଥିବା କହିଥିଲେ। ସମୟ କଠିନ ହେଲେ ବି ସାଧାରଣ ଲୋକ ସତ କହିବା ଉଚିତ। ସାମାଜିକ ବ୍ୟବସ୍ଥା ବିଷୟରେ କୁହନ୍ତୁ ଏବଂ ଲେଖନ୍ତୁ। ଏଥିରେ ବହୁତ ଶକ୍ତି ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri