Posted inଜାତୀୟ

କିଏ ଅସଲି ଶିବସେନା, ଆମେ ୧୦ ଦିନ ପାଇଁ ଶୁଣାଣି ସ୍ଥଗିତ ରଖିଲୁ ତୁମେ ସରକାର ଗଠନ କରିଦେଲ, ସିଜେଆଇଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୩।୮ : ମହାରାଷ୍ଟ୍ରରେ ଶିବସେନା୍‌ ଉପରେ କାହାର ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ବୁଧବାର ପୁଣି ଥରେ ଶୁଣାଣି କରିଛନ୍ତି। ଏହି ଶୁଣାଣି ସମୟରେ ଉଭୟ ପକ୍ଷରୁ ତୀବ୍ର ଯୁକ୍ତି ହୋଇଛି। ତେବେ ଏହି ଯୁକ୍ତି ମଧ୍ୟରେ ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀଙ୍କୁ କେତେକ କଡ଼ା ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ଏଥି ସହିତ, ଶୁଣାଣି ମଧ୍ୟ ସ୍ଥଗିତ ରଖାଯାଇ ଗୁରୁବାର ପାଇଁ ଏକ ନୂତନ ତାରିଖ ଦିଆଯାଇଛି।

ପ୍ରଧାନ ବିଚାରପତି(ସିଜେଆଇ) ଏନ୍‌.ଭି. ରମନା ଶିନ୍ଦେ ଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ ଯେ, ଆମେ ଶୁଣାଣିକୁ ୧୦ ଦିନ ସ୍ଥଗିତ ରଖିଲୁ, ତୁମେ ସେହି ସମୟ ମଧ୍ୟରେ ସରକାର ଗଠନ କରିଦେଲ। ବାଚସ୍ପତି ବଦଳିଗଲେ। ବର୍ତ୍ତମାନ ତୁମେ କହୁଛ, ସବୁକିଛି ଅର୍ଥହୀନ।

ଏନେଇ ଆଇନଜୀବୀ ହରିଶ ସାଲଭେ କହିଲେ. ମୁଁ କହୁ ନାହିଁ ଯେ ଏସବୁ ବର୍ତ୍ତମାନ ବିଚାର କରାଯିବା ଉଚିତ ନୁହେଁ। ଏହାର ଜବାବରେ ପ୍ରଧାନ ବିଚାରପତି କହିଥିଲେ ଠିକ ଅଛି ଆମେ ସମସ୍ତ ପ୍ରସଙ୍ଗ ଶୁଣିବା।

ଉଦ୍ଧବ ଠାକରେଙ୍କ ଶିବିରର ଆଇନଜୀବୀ କପିଲ ସିବଲ ଯୁକ୍ତି କରିଛନ୍ତି ଯେ ଯଦି ଦୁଇ ତୃତୀୟାଂଶ ବିଧାୟକ ଅଲଗା ହେବାକୁ ଚାହାଁନ୍ତି, ତେବେ ସେମାନଙ୍କୁ କାହା ସହ ମିଶିବାକୁ ପଡିବ କିମ୍ବା ଏକ ନୂତନ ଦଳ ଗଠନ କରିବାକୁ ପଡ଼ିବ। ସେ କହିପାରିବେ ନାହିଁ ଯେ ସେମାନେ ମୂଳ ଦଳ। ଏଥିପାଇଁ ପ୍ରଧାନ ବିଚାରପତି କହିଛନ୍ତି ଏହାର ଅର୍ଥ ଆପଣ କହୁଛନ୍ତି ଯେ ସେମାନେ ଭାଜପା ସହିତ ମିଶତବେ କିମ୍ବା ଅଲଗା ଦଳ ଗଠନ କରିବେ। ଏହା ପରେ ସିବଲ କହିଛନ୍ତି ଯେ ଏହା ଆଇନ ଦ୍ୱାରା କରାଯିବ।
ପ୍ରଧାନ ବିଚାରପତି ପଚାରିଛନ୍ତି ଯେ ସମସ୍ତ ପକ୍ଷ ଏହି ମାମଲା ସହ ଜଡିତ ଆଇନଗତ ପ୍ରଶ୍ନର ସଂକଳନ ଦାଖଲ କରିଛନ୍ତି କି? ରାଜ୍ୟପାଳଙ୍କ ଆଇନଜୀବୀ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ମୁଁ ବର୍ତ୍ତମାନ ଜମା କରୁଛି।

ସିବଲ କହିଛନ୍ତି ଯେ ଗୋଟିଏ ଦଳ କେବଳ ବିଧାୟକଙ୍କ ଗୋଷ୍ଠୀ ନୁହେଁ। ଏହି ଲୋକଙ୍କୁ ଦଳ ସଭାକୁ ଡକାଯାଇଥିଲା। ସେମାନେ ଆସିଲେ ନାହିଁ। ଡେପୁଟି ବାଚସ୍ପତିଙ୍କୁ ଏକ ଚିଠି ଲେଖିଥିଲେ। ତାଙ୍କର ହ୍ବିପ୍‌ ନିଯୁକ୍ତ କଲେ। ବାସ୍ତବରେ ସେମାନେ ଦଳ ଛାଡିଛନ୍ତି। ସେମାନେ ମୂଳ ଦଳ ବୋଲି ଦାବି କରିପାରିବେ ନାହିଁ। ଆଜି ବି ଶିବସେନା ସଭାପତି ହେଉଛନ୍ତି ଉଦ୍ଧବ ଠାକରେ। ସିବଲ କହିଛନ୍ତି ଯେ ଯେତେବେଳେ ଦଶମ ଅନୁସୂଚୀ (ଆଣ୍ଟି-ଡିଫେକ୍ସନ ବ୍ୟବସ୍ଥା) ସମ୍ବିଧାନରେ ଯୋଡାଗଲା, ଏହାର କିଛି ଉଦ୍ଦେଶ୍ୟ ଥିଲା, ଯଦି ଏପରି ଅପବ୍ୟବହାରକୁ ଅନୁମତି ଦିଆଯାଏ ତେବେ ଅଧିକାଂଶ ବିଧାୟକ ସରକାରଙ୍କୁ ଅନ୍ୟାୟ କରି କ୍ଷମତାକୁ ଆସିବେ ଏବଂ ଦଳକୁ ନେଇ ମଧ୍ୟ ଦାବି କରିବେ। ସିବଲ କହିଛନ୍ତି ଯେ ଦଳ ଛାଡିଥିବା ବିଧାୟକମାନେ ଅଯୋଗ୍ୟ ଅଟନ୍ତି। ସେମାନେ କିପରି ନିର୍ବାଚନ ଆୟୋଗକୁ ଯାଇ ଦଳ ବୋଲି ଦାବି କରିବେ?

ଶିନ୍ଦେ ଗୋଷ୍ଠୀର ଓକିଲ ହରିଶ ସାଲଭେ କହିଛନ୍ତି ଯେ ଯେଉଁ ନେତାଙ୍କ ସଂଖ୍ୟାଗରିଷ୍ଠତା ନାହିଁ। ସେ କିପରି ରହି ପାରିବେ? ସିବଲ ଯାହା କହିଛନ୍ତି ତାହା ପ୍ରାସଙ୍ଗିକ ନୁହେଁ ବୋଲି ସାଲଭେ କହିଛନ୍ତି ଯେ ଏହି ବିଧାୟକମାନଙ୍କୁ କିଏ ଅଯୋଗ୍ୟ କରିଛନ୍ତି? ଯେତେବେଳେ ଦଳରେ ଆଭ୍ୟନ୍ତରୀଣ ବିଭାଜନ ହୋଇଛି, ଅନ୍ୟ ଗୋଷ୍ଠୀର ବୈଠକରେ ଯୋଗ ନଦେବା ଏହା କିପରି ଅଯୋଗ୍ୟତା ହୋଇପାରେ?

ଏନେଇ ରମନା କହିଥିଲେ ଏହିପରି ଭାବରେ ଦଳର କୌଣସି ଅର୍ଥ ରହିବ ନାହିଁ । ବିଧାୟକ ଭାବରେ ନିର୍ବାଚିତ ହେବା ପରେ ଯେକେହି କିଛି କରିପାରିବେ।

ସାଲଭେ କହିଥିଲେ ଆମର ଏକ ଭ୍ରମ ଅଛି ଯେ ଜଣେ ନେତାଙ୍କୁ ପୂରା ଦଳ ଭାବରେ ବିବେଚନା କରାଯାଏ। ଆମେ ଏପର୍ଯ୍ୟନ୍ତ ପାର୍ଟିରେ ଅଛୁ। ଆମେ ଦଳ ଛାଡି ନାହୁଁ। ନେତାଙ୍କ ବିରୋଧରେ ଆମେ ସ୍ବର ଉତ୍ତୋଳନ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri