Poorest CM: ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ? ସମ୍ପତ୍ତି ଜାଣିଲେ ଉଡିବ ହୋସ୍‌, ଲିଷ୍ଟରେ ମୋହନ ମାଝୀଙ୍କର ସ୍ଥାନ…

ନୂଆଦିଲ୍ଲୀ,୨୩।୨:ଭାରତରେ ପ୍ରାୟତଃ ରାଜନେତାମାନଙ୍କ ବିଷୟରେ କୁହାଯାଏ ଯେ ସେମାନଙ୍କର ବହୁତ ଟଙ୍କା ଅଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ, ଯାହାଙ୍କର ସବୁଠାରୁ କମ ସମ୍ପତ୍ତି ଅଛି? ଆଜି ଆମେ ଆପଣଙ୍କୁ ଭାରତର ସବୁଠାରୁ ଧନୀ ଏବଂ ଗରିବ ମୁଖ୍ୟମନ୍ତ୍ରୀମାନଙ୍କ ବିଷୟରେ କହିବୁ।

India’s Poorest CM ଭାରତରେ, ର୍ନିବାଚନ ପୂର୍ବରୁ ସମସ୍ତ ନେତାଙ୍କୁ ସେମାନଙ୍କର ସମ୍ପତ୍ତି ବିଷୟରେ ସୂଚନା ଦେବାକୁ ପଡିଥାଏ। ଆଇନ ଅନୁଯାୟୀ, ନେତାମାନଙ୍କୁ ର୍ନିବାଚନ ପୂର୍ବରୁ ର୍ନିବାଚନୀ ଶପଥପତ୍ରରେ ସେମାନଙ୍କର ଆୟ ଏବଂ ସମ୍ପତ୍ତିର ବିବରଣୀ ଦେବାକୁ ପଡିବ। କେବଳ ଏତିକି ନୁହେଁ, ଯଦି କୌଣସି ନେତା ତାଙ୍କ ସମ୍ପତ୍ତିର ସଠିକ ବିବରଣୀ ଦିଅନ୍ତି ନାହିଁ କିମ୍ବା ଆୟକର ରିଟର୍ନ ଏବଂ ର୍ନିବାଚନୀ ଶପଥପତ୍ରରେ ଦିଆଯାଇଥିବା ସୂଚନାରେ ପାର୍ଥକ୍ୟ ଥାଏ, ତେବେ ଏପରି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏପରି ପରିସ୍ଥିତିରେ, ଆୟକର ଆଇନ 1961, ବେନାମୀ ସମ୍ପତ୍ତି କାରବାର ଆଇନ 1988 ଏବଂ 2015 ର କଳାଧନ ସହ ଜଡିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।

ଏବେ ପ୍ରଶ୍ନ ହେଉଛି ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ? ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ (ADR)ର ରିପୋର୍ଟ ଅନୁଯାୟୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ମୋଟ ସମ୍ପତ୍ତି 931 କୋଟି ଟଙ୍କା। ଏହା ପରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ (୩୩୨.୫୭ କୋଟି ଟଙ୍କା) ଏବଂ କର୍ନାଟକର ସିଦ୍ଧରମୈୟା (୫୧.୯୪ କୋଟି ଟଙ୍କା) ତୃତୀୟ ସ୍ଥାନରେ ଅଛନ୍ତି। ଆନ୍ଧ୍ରପ୍ରଦେଶରେ ଧନୀ ମୁଖ୍ୟମନ୍ତ୍ରୀ ରହିବା ନୂଆ କଥା ନୁହେଁ। କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ୨୦୧୯ ରୁ ୨୦୨୪ ମଧ୍ୟରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୫୧୦ କୋଟି ଟଙ୍କାର ସମ୍ପତ୍ତି ସହିତ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଏବେ ପ୍ରଶ୍ନ ହେଉଛି ଭାରତରେ କେଉଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁଠାରୁ କମ ସମ୍ପତ୍ତି ଅଛି? ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ (ADR)ର ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପତ୍ତି ସବୁଠାରୁ କମ। ମମତା ବାନାର୍ଜୀ ଦେଇଥିବା ସମ୍ପତ୍ତି ବିବରଣୀ ଅନୁସାରେ, ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୫.୩୮ ଲକ୍ଷ ଟଙ୍କା। ମମତାଙ୍କ ପରେ ଜମ୍ମୁ-କଶ୍ମିରର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ନାମ ଆସୁଛି। ସେ ୫୫.୨୪ ଲକ୍ଷ ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ୨କୋଟି ଟଙ୍କାର ସମ୍ପତ୍ତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri