ଜଣାପଡିଲା ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ! ଏଥିପାଇଁ ଧର୍ମେନ୍ଦ୍ର…

ଭୁବନେଶ୍ୱର,୭।୬: ନିର୍ବାଚନ ସରିବା ପରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେ ନେଇ ସସପେନ୍ସ ଲାଗି ରହିଛି। ତେବେ ଏହାର ଫାଇନାଲ ନିଷ୍ପତ୍ତି ପାଇଁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପୃଥିୀରାଜ ହରିଚନ୍ଦନଙ୍କ ସହିତ ଏମପିମାନେ ମଧ୍ୟରେ ଦିଲ୍ଲୀରେ ଡେରା ପକେଇଛନ୍ତି। ହୁଏତ ଶୁକ୍ରବାର ରାତି ସୁଦ୍ଧା କିମ୍ବା ଶନିବାର ସୁଦ୍ଧା ମୁଖ୍ୟମନ୍ତ୍ରୀ ନାଁରେ ମୋହର ବାଜିପାରେ। ଏଥିପାଇଁ ଜନତା ମଇଦାନରେ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। କିନ୍ତୁ ତା’ ପୂର୍ବରୁ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ବିଭିନ୍ନ ଆଲୋଚନା ଜାରି ରହିଛି।
ଚର୍ଚ୍ଚାରେ କିଛି ଏମପି ଓ ବିଧାୟକଙ୍କ ନାଁ ରହିଥିବାବେଳେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଅଭିଜ୍ଞତା ଏବଂ ଦକ୍ଷତା ଦୃଷ୍ଟିରୁ ସିଏମ ପୋଷ୍ଟ ପାଇଁ ଧର୍ମେନ୍ଦ୍ରଙ୍କ ଦାବିଦାରୀ ପକ୍କା କରୁଛି । ହେଲେ ଗିରୀଶ ମୁର୍ମୁ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ଜୁଏଲ ଓରାମ, କେ.ଭି. ସିଂହ ଦେବ, ସୁରେଶ ପୂଜାରୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।

ରାଜ୍ୟରେ ଭାଜପା ମୁଖ୍ୟମନ୍ତ୍ରୀ ଶପଥ ନେବା ପାଇଁ ଜନତା ମଇଦାନରେ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ସମେତ ଅମିତ ଶାହ, ଜେ.ପି. ନଡ୍ଡା, ଓ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବାର ରହିଛିି। ଆଉ ଏସବୁ ମଧ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ସେ ଚର୍ଚ୍ଚା ସବୁଠୁ ଅଧିକ ରହିଛି। ତେବେ ସିଏମ ରେସରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଭାଜପାର କେନ୍ଦ୍ରୀୟ ନେତୃତ୍ୱ ଧର୍ମେନ୍ଦ୍ରଙ୍କ ନାଁତ୍‌ରେ ମୋହର ମାରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଧର୍ମେନ୍ଦ୍ରଙ୍କ ନାଁ ସବୁଠୁ ଆଗରେ ରହିବାର କାରଣ ହେଉଛି, ଓଡ଼ିଶାରେ ଜଣେ ଟାଣୁଆ ଚେହେରାକୁ ଆଗକୁ ଆଣିବା ପାଇଁ କେନ୍ଦ୍ରୀୟ ଭାଜପା ଯୋଜନା କରୁଛି। ଆଉ ଧର୍ମେନ୍ଦ୍ରଙ୍କ ନାଁ ଆଗରେ ରହିବାର କାରଣ ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଅଭିଜ୍ଞତା। ସଂଗଠନରୁ ଜନ୍ମ ନେଇଛନ୍ତି ଧର୍ମେନ୍ଦ୍ର। ଆରଏସଏସ ଓ ଏବିଭିପିରେ କାର୍ଯ୍ୟ କରିବାର ଅନୁଭୂତି ରହିଛି। ଓଡ଼ିଶାରେ ଭାଜପାକୁ ଆଗକୁ ନେବାର ଦକ୍ଷତା ତାଙ୍କର ରହିଛି। ଭାରତୀୟ ଯୁବମୋର୍ଚ୍ଚାରେ କାମ କରିଛନ୍ତି। ସେ ଓଡ଼ିଶାରେ ୨୦୦୦ରୁ ୨୦୦୪ ଯାଏଁ ବିଧାୟକ ରହିଥିବାବେଳେ ୨୦୦୪ରୁ ୨୦୦୯ ଏମପି ମଧ୍ୟ ରହିଛନ୍ତି। ଯୁବ ପିଧାୟକ ଭାବେ ବିଧାନସଭାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଶୀର୍ଷ ନେତୃତ୍ୱଙ୍କ ସହ ତାଙ୍କର ଘନିଷ୍ଠତା ସହ ତାଙ୍କ ଗୁଡ ଲିଷ୍ଟରେ ମଧ୍ୟ ଧର୍ମେନ୍ଦ୍ର ଅଛନ୍ତି। ଏଥିସହ ସେ ପୂର୍ବରୁ ପୂର୍ବତନ ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ରହି ଆସିଛନ୍ତି। ସବୁଠୁ ବଡ଼ କଥା ହେଲା ସେ ଓବିସି ବର୍ଗରୁ ଆସିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ବଡ଼ ଦାୟିତ୍ୱରେ ଅଛନ୍ତି।

ଯଦି ଆମେ ପଛକୁ ଯାଇ ଦେଖିବା ତେବେ ଭାଜପା କ୍ଷମତାକୁ ଆସିବାର ମୂଳଦୁଆ ୨୦୧୭ ପଞ୍ଚାୟତ ନିର୍ବାଚନରେ ପଡିଥିଲା। ଆଉ ଏଥିରେ ଦଳ ବିପୁଳ ବିଜୟ ହାସଲ କରିଥିଲା। ଆଉ ଏହାକୁ ଯିଏ ରୂପରେଖ ଦେଇଥିଲେ ସେ ହେଲେ ଧର୍ମେନ୍ଦ୍ର ପ୍ରଧାନ। ସେ ଏହାର ପ୍ରଚ୍ଛଦ ପଟର ନାୟକ ସହ ରଣନୀତି ପ୍ରସ୍ତୁତ କରିଥିଲେ।

ସେପଟେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି, ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନେଇ ପାର୍ଲିଆମେଣ୍ଟାରି କମିଟି ନିଷ୍ପତ୍ତି ନେବ। ପାର୍ଲିଆମେଣ୍ଟାରୀ କମିଟି ଜଣେ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିବେ। ସେ ଓଡିଶା ଯିବେ ଓ ବିଧାୟକ ଦଳ ବୈଠକ ଡାକି ମୁଖ୍ୟମନ୍ତ୍ରୀ କିଏ ହେବେ ର୍ନିଣ୍ଣୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri