Posted inଖେଳ

ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ହାସଲ କରିଥିବା କ୍ରିକେଟର୍‌ କିଏ ଜାଣନ୍ତି

ଆଜି ହେଉଛି ଭାରତର ଅନ୍ୟତମ ସଫଳ ଟେଷ୍ଟ କ୍ରିକେଟର ପଲି ଉମ୍ରିଗରଙ୍କ ଜୟନ୍ତୀ। ୯୬ ବର୍ଷ ପୂର୍ବେ ସେ ମାର୍ଚ୍ଚ ୨୮ ୧୯୨୬ରେ ମହାରାଷ୍ଟ୍ରର ସୋଲାପୁରରେ ଜନ୍ମଗ୍ରହଣ କରିଥିଲେ। ଉମ୍ରିଗର ୪୦ ଦଶକର ଶେଷ ଭାଗରୁ ୬୦ ଦଶକର ଆରମ୍ଭ ପର୍ଯ୍ୟନ୍ତ ଜଣେ କ୍ରିକେଟ୍‌ ହିରୋଠାରୁ କମ ନ ଥିଲେ। ସେ ପ୍ରାୟ ୧୪ ବର୍ଷ ଲମ୍ବା ଟେଷ୍ଟ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କ ଟେଷ୍ଟ କ୍ୟାରିୟରରେ ସେ ଭାରତ ପାଇଁ ସର୍ବାଧିକ ଟେଷ୍ଟ, ସର୍ବାଧିକ ରନ ଏବଂ ଅଧିକାଂଶ ଶତକ ସ୍କୋର କରିଥିବା ଖେଳାଳି ଥିଲେ। ଏହି ରେକର୍ଡ ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କ ନାମରେ ରହିଲା । ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ହେଉଛି ସେ ହେଉଛନ୍ତି, ପ୍ରଥମ ବ୍ୟାଟ୍ସମ୍ୟାନ ଯିଏକି ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ହାସଲ କରିଛନ୍ତି। ୭ ନଭେମ୍ବର ୨୦୦୬ରେ, ୮୦ ବର୍ଷ ବୟସରେ, ଉମ୍ରିଗର ି ଦୁନିଆକୁ ବିଦାୟ ଦେଇଥିଲେ।
ପଲି ଉମ୍ରିଗର ଜଣେ ବ୍ୟକ୍ତିତ୍ୱ ଯିଏ କ୍ରିକେଟ ଖେଳରେ ସୀମିତ ନ ଥିଲା। କ୍ରିକେଟ ବ୍ୟତୀତ ସେ ହକି ଏବଂ ଫୁଟବଲ ପାଇଁ ମଧ୍ୟ ଦିଓ୍ବାନା ଥିଲେ। ଜଣେ ବ୍ୟାଟ୍ସମ୍ୟାନ, ଅଧିନାୟକ ଏବଂ ବୋଲର ଭାବରେ ଉମ୍ରିଗର ଭାରତକୁ କିଛି ଗୁରୁତ୍ୱପୂର୍ଣ୍ଣ ବିଜୟ ଦେବାରେ ସଫଳ ହୋଇଥିଲେ। ୧୯୫୯ରେ ଭାରତ ପାଇଁ ଖେଳି ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ବିପକ୍ଷରେ ସର୍ବାଧିକ ୨୫୧ ରନ ସ୍କୋର କରିଥିଲେ। ଏହି ରେକର୍ଡ ତାଙ୍କ ନାମରେ ୩୦ ବର୍ଷ ରହିଲା
ପଲି ଉମ୍ରିଗର ଜଣେ ଅଲରାଉଣ୍ଡର ଥିଲେ। ସେ ସଠିକ ଅଫ ସ୍ପିନ କରିବାରେ ପାରଙ୍ଗମ ଥିଲେ। ଏସବୁ ସତ୍ତ୍ୱେ ଉମ୍ରିଗର ମଧ୍ୟ ଜଣେ ଉଜ୍ଜ୍ୱଳ ଫିଲ୍ଡର ଥିଲେ। ସେ ଭାରତର ଅଳ୍ପ କିଛି କ୍ରିକେଟରଙ୍କ ମଧ୍ୟରୁ ଜଣେ ଯିଏ ଇନିଂସରେ ଶତକ ହାସଲ କରିବା ବ୍ୟତୀତ ପାଞ୍ଚଟି ୫କେଟ ନେଇଥିଲେ। ୧୯୬୨ ମସିହାରେ ପୋର୍ଟ ଅଫ୍‌ ସ୍ପେନ୍‌ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ହୋଇଥିବା ଟେଷ୍ଟ ମ୍ୟାଚରେ ଉମ୍ରିଗର ଏହି କାରନାମା କରିଥିଲେ।
ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ଉମ୍ରିଗର ହେଉଛନ୍ତି ପ୍ରଥମ ଭାରତୀୟ କ୍ରିକେଟର। ସେ ହାଇଦ୍ରାବାଦରେ ଖେଳାଯାଇଥିବା ଟେଷ୍ଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୯୫୫ ମସିହାରେ ଏହି ରେକର୍ଡ ସୃଷ୍ଟି କରିଥିଲେ। ଏହି ମ୍ୟାଚରେ, ଉମ୍ରିଗର ୨୨୩ ରନର ଏକ ଇନିଂସ ଖେଳିଥିଲେ। ଏଥିରେ ସେ ୨୬ ଚୌକା ମାରିଥିଲେ।
ଉମ୍ରିଗର ଭାରତ ପାଇଁ ୫୯ଟି ଟେଷ୍ଟ ଖେଳିଥିଲେ। ଏଥିରେ ସେ ୩୬୩୧ ରନ ସ୍କୋର କରିଥିଲେ। ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ ୧୨ ଶତକ ଏବଂ ୧୪ ଅର୍ଦ୍ଧଶତକ ରହିଛି। କ୍ରିକେଟର ସବୁଠାରୁ ବଡ ଫର୍ମାଟରେ ତାଙ୍କର ଶ୍ରେଷ୍ଠ ସ୍କୋର ଥିଲା ୨୨୩ ରନ। ଏହା ବ୍ୟତୀତ ସେ ଟେଷ୍ଟରେ ୩୫ ଉଇକେଟ ନେଇଥିଲେ। ଟେଷ୍ଟରେ ୭୪ ରନ ଦେଇ ୬ ଉଇକେଟ୍‌ ନେବା ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri