କିଏ ସେହି ସୋଫିଆ କୁରେଶୀ? ଯିଏ ଦେଇଛନ୍ତି ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣର ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ,୭ା୫: କର୍ଣ୍ଣେଲ ସୋଫିଆ କୁରେଶୀ ଭାରତୀୟ ସେନାରେ ଏମିତି ଏକ ନାଁ,  ଯିଏ ଆଗ୍ରହ, କଠିନ ପରିଶ୍ରମ ଏବଂ ନେତୃତ୍ୱର ଏକ ଉଦାହରଣ ପାଲଟିଛନ୍ତି। ସେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କୁ ଫୋର୍ସ ୧୮ ଅନ୍ତର୍ଗତ ୧୮ଟି ଦେଶର ବହୁରାଷ୍ଟ୍ରୀୟ ସୈନ୍ୟ ଅଭ୍ୟାସରେ ଭାରତ ପକ୍ଷରୁ କମାଣ୍ଡ କରିବାର ସୁଯୋଗ ମିଳିଥିଲା। ସେହି ସମୟରେ, ସେ ଏକମାତ୍ର ମହିଳା ଥିଲେ ଯିଏ କୌଣସି ଦେଶର ସୈନ୍ୟ ୟୁନିଟ୍‌ର କମାଣ୍ଡ କରୁଥିଲେ। ସେ ୪୦ ଜଣିଆ ଭାରତୀୟ ସୈନିକ ଦଳର ନେତୃତ୍ୱ ନେଇଥିଲେ।

ଗୁଜରାଟର ସୋଫିଆ ବାୟୋକେମିଷ୍ଟ୍ରିରେ ସ୍ନାତକୋତ୍ତର କରିଛନ୍ତି, ଯାହା ତାଙ୍କ ପାଠପଢ଼ା ଏବଂ ସେନା ତାଲିମ ମଧ୍ୟରେ ଏକ ଉତ୍ତମ ସମନ୍ବୟ ଥିବା ଦର୍ଶାଏ। ସେ ସିଗନାଲ କୋରସରୁ ଆସିଛନ୍ତି, ଯାହା ସେନାର ଯୋଗାଯୋଗ ଏବଂ ସୂଚନା ପ୍ରଣାଳୀ ପାଇଁ ଦାୟୀ।

୨୦୦୬ରେ, ସେ ଜାତିସଂଘ ଶାନ୍ତିରକ୍ଷା ମିଶନ ଅଧୀନରେ କଙ୍ଗୋରେ ନିଯୁକ୍ତ ହୋଇଥିଲେ ଏବଂ ୬ ବର୍ଷରୁ ଅଧିକ ସମୟ ଧରି ଶାନ୍ତି ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି। ତାଙ୍କୁ ଶାନ୍ତିରକ୍ଷା ତାଲିମ ଗୋଷ୍ଠୀରୁ ମନୋନୀତ କରାଯାଇଥିଲା, ଯାହା ଅନ୍ତର୍ଜାତୀୟ ମିଶନ ପାଇଁ ସର୍ବୋତ୍ତମ ତାଲିମ ପ୍ରଦାନ କରେ। ତାଙ୍କର ସେନା ସହିତ ପୁରୁଣା ସମ୍ପର୍କ ଅଛି। ତାଙ୍କ ଜେଜେବାପା ସେନାରେ ଥିଲେ ଏବଂ ତାଙ୍କ ସ୍ବାମୀ ମେକାନାଇଜ ଇନ୍‌ଫେକ୍ଟ୍ରିର ଜଣେ ଅଧିକାରୀ।

ବୁଧବାର ସକାଳେ ‘ଅପରେଶନ ସିନ୍ଦୂର’ର ପ୍ରେସ୍‌ମିଟ୍‌ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇଥିଲେ ସୋଫିଆ। ସେ କହିଥିଲେ, ୨୨ ଏପ୍ରିଲରେ ପହଲଗାମରେ ଯେଉଁ ଆକ୍ରମଣ ହୋଇଥିଲା ଏଥିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଭାରତ ଆଜି ଭୋର୍‌ରୁ ଅପରେଶନ ସିନ୍ଦୂର ଜାରି କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଅତ୍ୟନ୍ତ ବର୍ବର ଥିଲା। ପରିବାର ସାମ୍ନାରେ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଆଜିର ଏହି ଆକ୍ରମଣ ଉଦ୍ଦେଶ୍ୟ ହେଲା ଆତଙ୍କବାଦ ବିରୋଧରେ ଭାରତର ଅଧିକାର। ଭାରତ ସରକାର ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆଜିର ଏହି ଅପରେଶନ ସିନ୍ଦୂର ଜାରି ରଖିଛନ୍ତି ବୋଲି ସୋଫିଆ ସାରା ବିଶ୍ୱବାସୀଙ୍କୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri