କିଏ ସେହି ସୋଫିଆ କୁରେଶୀ? ଯିଏ ଦେଇଛନ୍ତି ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣର ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ,୭ା୫: କର୍ଣ୍ଣେଲ ସୋଫିଆ କୁରେଶୀ ଭାରତୀୟ ସେନାରେ ଏମିତି ଏକ ନାଁ,  ଯିଏ ଆଗ୍ରହ, କଠିନ ପରିଶ୍ରମ ଏବଂ ନେତୃତ୍ୱର ଏକ ଉଦାହରଣ ପାଲଟିଛନ୍ତି। ସେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କୁ ଫୋର୍ସ ୧୮ ଅନ୍ତର୍ଗତ ୧୮ଟି ଦେଶର ବହୁରାଷ୍ଟ୍ରୀୟ ସୈନ୍ୟ ଅଭ୍ୟାସରେ ଭାରତ ପକ୍ଷରୁ କମାଣ୍ଡ କରିବାର ସୁଯୋଗ ମିଳିଥିଲା। ସେହି ସମୟରେ, ସେ ଏକମାତ୍ର ମହିଳା ଥିଲେ ଯିଏ କୌଣସି ଦେଶର ସୈନ୍ୟ ୟୁନିଟ୍‌ର କମାଣ୍ଡ କରୁଥିଲେ। ସେ ୪୦ ଜଣିଆ ଭାରତୀୟ ସୈନିକ ଦଳର ନେତୃତ୍ୱ ନେଇଥିଲେ।

ଗୁଜରାଟର ସୋଫିଆ ବାୟୋକେମିଷ୍ଟ୍ରିରେ ସ୍ନାତକୋତ୍ତର କରିଛନ୍ତି, ଯାହା ତାଙ୍କ ପାଠପଢ଼ା ଏବଂ ସେନା ତାଲିମ ମଧ୍ୟରେ ଏକ ଉତ୍ତମ ସମନ୍ବୟ ଥିବା ଦର୍ଶାଏ। ସେ ସିଗନାଲ କୋରସରୁ ଆସିଛନ୍ତି, ଯାହା ସେନାର ଯୋଗାଯୋଗ ଏବଂ ସୂଚନା ପ୍ରଣାଳୀ ପାଇଁ ଦାୟୀ।

୨୦୦୬ରେ, ସେ ଜାତିସଂଘ ଶାନ୍ତିରକ୍ଷା ମିଶନ ଅଧୀନରେ କଙ୍ଗୋରେ ନିଯୁକ୍ତ ହୋଇଥିଲେ ଏବଂ ୬ ବର୍ଷରୁ ଅଧିକ ସମୟ ଧରି ଶାନ୍ତି ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି। ତାଙ୍କୁ ଶାନ୍ତିରକ୍ଷା ତାଲିମ ଗୋଷ୍ଠୀରୁ ମନୋନୀତ କରାଯାଇଥିଲା, ଯାହା ଅନ୍ତର୍ଜାତୀୟ ମିଶନ ପାଇଁ ସର୍ବୋତ୍ତମ ତାଲିମ ପ୍ରଦାନ କରେ। ତାଙ୍କର ସେନା ସହିତ ପୁରୁଣା ସମ୍ପର୍କ ଅଛି। ତାଙ୍କ ଜେଜେବାପା ସେନାରେ ଥିଲେ ଏବଂ ତାଙ୍କ ସ୍ବାମୀ ମେକାନାଇଜ ଇନ୍‌ଫେକ୍ଟ୍ରିର ଜଣେ ଅଧିକାରୀ।

ବୁଧବାର ସକାଳେ ‘ଅପରେଶନ ସିନ୍ଦୂର’ର ପ୍ରେସ୍‌ମିଟ୍‌ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇଥିଲେ ସୋଫିଆ। ସେ କହିଥିଲେ, ୨୨ ଏପ୍ରିଲରେ ପହଲଗାମରେ ଯେଉଁ ଆକ୍ରମଣ ହୋଇଥିଲା ଏଥିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଭାରତ ଆଜି ଭୋର୍‌ରୁ ଅପରେଶନ ସିନ୍ଦୂର ଜାରି କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଅତ୍ୟନ୍ତ ବର୍ବର ଥିଲା। ପରିବାର ସାମ୍ନାରେ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଆଜିର ଏହି ଆକ୍ରମଣ ଉଦ୍ଦେଶ୍ୟ ହେଲା ଆତଙ୍କବାଦ ବିରୋଧରେ ଭାରତର ଅଧିକାର। ଭାରତ ସରକାର ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆଜିର ଏହି ଅପରେଶନ ସିନ୍ଦୂର ଜାରି ରଖିଛନ୍ତି ବୋଲି ସୋଫିଆ ସାରା ବିଶ୍ୱବାସୀଙ୍କୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri