ଓଡିଶା କଂଗ୍ରେସର ସଙ୍କଟ ମୋଚନ ସାଜିବେ କାନୁଗୋଲୁ, ଯିଏ ଭାଜପାକୁ ଆଣିଥିଲେ ସରକାରକୁ

ଭୁବନେଶ୍ୱର,୭।୩: ଓଡିଶାରେ ଏବେ ନୂଆ ମେଣ୍ଟକୁ ନେଇ ଚହଳ ପଡିଛି। ଗତକାଲି ରାତିରେ ପ୍ରଥମେ ବିଜେଡିର ବୈଠକ ଓ ତା’ପରେ ଭାଜପାର କୋର କମିଟି ବୈଠକ ପରେ ଏବେ ବିଜେଡି-ଭାଜପା ମେଣ୍ଟ ସମ୍ଭାବନା ଆହୁରି ବଢିଯାଇଛି। ଏଭଳି ସ୍ଥିତିରେ ମଉକା ଦେଖି ଛକା ମାରିବାକୁ ଚେଷ୍ଟା କରୁଛି କଂଗ୍ରେସ। ଏହି ସମୟରେ କଂଗ୍ରେସର ଭେଟେରାନ ଶ୍ରୀକାନ୍ତ ଜେନା ମଧ୍ୟ କଂଗ୍ରେସକୁ କମବ୍ୟାକ୍‌ କରିଛନ୍ତି। ଯଦି ବିଜେଡି-ଭାଜପା ମେଣ୍ଟ ହୁଏ ତେବେ କଂଗ୍ରେସ ଏହାର ଫାଇଦା ନେବ ବୋଲି କୁହାଯାଉଛି। କଂଗ୍ରେସ ନିଜ ଦଳକୁ ଆହୁରି ସୁଦୃଢ କରିବାକୁ ଏବଂ ନିର୍ବାଚନରେ ଲୋକମତକୁ ନିଜ ସପକ୍ଷକୁ ନେବାକୁ ଏକ ପାଓ୍ବାରଫୁଲ ରଣନୀତିଜ୍ଞଙ୍କୁ ନିଯୁକ୍ତି କରିଛି ବୋଲି ଜଣାପଡିଛି। ଆଉ ସେହି ରଣନୀତିକାରଙ୍କ ଟିମ୍‌ ପୁରା ଓଡିଶାରେ ସର୍ଭେ କରୁଛନ୍ତି। ତେବେ ସର୍ଭେର ରିପୋର୍ଟ ଅନୁସାରେ ହିଁ କଂଗ୍ରେସ ତା’ର ବିଧାୟକ ପ୍ରାର୍ଥୀ ଦେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଏବେ ଆସନ୍ତୁ ଜାଣିବା କଂଗ୍ରେସ ନିଯୁକ୍ତ କରିଥିବା ଏହି ରଣନୀତିକାର କିଏ।

ଅଗାମୀ ଲୋକସଭା ନିର୍ବାଚନର ଓଡିଶା କଂଗ୍ରେସର ଷ୍ଟ୍ରାଟେଜି ପ୍ଲାନର ସାଜିଛନ୍ତି ସୁନୀଲ କାନୁଗୋଲୁ ଓ କୌଶଲ ବିଦ୍ୟାର୍ଥୀ। କୌଶଲ ରାହୁଲଙ୍କ ଘନିଷ୍ଠ ତଥା ପରାମର୍ଶଦାତା ହୋଇଥିବାବେଳେ ସୁନୀଲ କଂଗ୍ରେସର ବିଶିଷ୍ଟ ରଣନୀତିକାର ଭାବେ ରହି ଆସିଛନ୍ତି।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋରଙ୍କ ସହ ସୁନୀଲ ଏକାଠି କାମ କରିଥିଲେ। ପ୍ରଶାନ୍ତ କିଶୋର ଭାଜପା ସହ ଅଲଗା ହେବା ପରେ ମଧ୍ୟ ୨୦୧୭ରେ ସୁନୀଲ ଭାଜପା ପାଇଁ ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୁଜରାଟ ରାଜ୍ୟ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

From BJP Campaign Strategist to Chief Advisor to Siddaramaiah: Sunil Kanugolu's Story

୨୦୨୨ ଏପ୍ରିଲରେ ସେ ପାର୍ଟିର ଷ୍ଟ୍ରାଟେଜି ଷ୍ଟ୍ରାଟେଜି ପ୍ଲାନର ଭାବେ କଂଗ୍ରେସରେ ଯୋଗ ଦେଇଥିଲେ। ଗତବର୍ଷ କଂଗ୍ରେସ ଆରମ୍ଭ ହୋଇଥିବା ‘ଭାରତ ଯୋଡଯାତ୍ରା’ର ମାଷ୍ଟର ପ୍ଲାନ ମଧ୍ୟ କାନୁଗୋଲୁ ଥିଲେ। ସେ ରାହୁଲଙ୍କ ଜଣେ ନିକଟତର ପରାମର୍ଶଦାତା।
ଗତ ତେଲଙ୍ଗାନା ଓ କର୍ନାଟକ ନିର୍ବାଚନରେ ତାଙ୍କର ସଫଳ ରଣନୀତିଜ୍ଞ ଯୋଗୁ ଦଳକୁ ସଫଳତା ମିଳିଥିଲା। କର୍ନାଟକ ବିଧାନସଭା ନିର୍ବାଚନରେ ସବୁଠାରୁ ପୁରୁଣା ପାର୍ଟିକୁ କ୍ଷମତାକୁ ଆଣିବାର ସେ ସୂତ୍ରଧର ସାଜିଥିଲେ। ଏଥିପାଇଁ ସିଦ୍ଧରମେୟା ସରକାରଙ୍କ କ୍ୟାବିନେଟରେ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ। ସେହିପରି କାନୁଗୋଲୁ ତେଲଙ୍ଗାନାରେ କଂଗ୍ରେସ କମିଟି ପ୍ରମୁଖ ରେବନ୍ଥ ରେଡ୍ଡୀଙ୍କ ସହ ମିଶି କେ ଚନ୍ଦ୍ରଶେଖର ରାଓଙ୍କୁ କ୍ଷମତାରୁ ହଟାଇଥିଲେ। କାନୁଗୋଲୁଙ୍କ ରଣନୀତିରେ ତେଲଙ୍ଗାନାରେ କଂଗ୍ରେସ ହାଟ୍ରିକ୍‌ ବିଜୟ ହାସଲ କରିଥିଲା। କିନ୍ତୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ତାଙ୍କର ରଣନୀତିକୁ କମଲ ନାଥ ଓ ଅଶୋକ ଗେହଲଟ ଗ୍ରହଣ କରି ନ ଥିଲେ। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ ଭାଜପା, ଡିଏମକେ ଓ ଏଆଇଡିଏମକେର ରଣନୀତିଜ୍ଞ ଭାବେ କାର୍ଯ୍ୟ କରୁଥିଲେ।

ତେବେ କର୍ନାଟକ ତେଲଙ୍ଗାନାରେ କ୍ଷମତାକୁ ଫେରିବା ପରେ ଓଡିଶାରେ ଗଡ ସଜାଡିବା ନେଇ ସୁନୀଲଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ଦଳର ଶୀର୍ଷନେତା। ଏହି ସମୟରେ ଭାଜପା-ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଭିତରେ କଂଗ୍ରେସ କିପରି ଲାଭ ପାିପାରିବ ସେ ସେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ସୁନୀଲ।

୪୨ବର୍ଷିୟ ସୁନୀଲ କାନୁଗୋଲୁ ରାଜ୍ୟରେ କଂଗ୍ରେସ ସ୍ଥିତି ସୁଧାରିବା ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି । ତାଙ୍କର ଏକ ସ୍ବତନ୍ତ୍ର ଟିମ୍‌ ରାଜ୍ୟରେ ବିଭିନ୍ନ ଅଞ୍ଚଳ ବୁଲି ଟିକ୍‌ ନିଖ୍‌ ତଥ୍ୟ ସଂଗ୍ରହ କରୁଛନ୍ତି। ଭୁବନେଶ୍ୱରରେ ଟିମ୍‌ର ବଛାବଛା ସଦସ୍ୟ ଟିମର ତଥ୍ୟ ସଂଗୃହୀତ କରି ନୂଆଦିଲ୍ଲୀ ସ୍ଥିିତି ଦଳର ମୁଖ୍ୟାଳୟକୁ ପଠାଉଛନ୍ତି। ଦଳ କେଉଁ କେଉଁ ସମସ୍ୟା ସାମ୍ନା କରିବାକୁ ଯାଉଛି ଆଉ ଏହାର କିପରି ସମାଧାନ କରାଯାଇପାରିବ ଏନେଇ ଟିମ୍‌ ରିପୋର୍ଟ ପ୍ରସ୍ତୁତ କରି ରାହୁଲ ଗାନ୍ଧୀଙ୍କୁ ଏକ ସ୍ବତନ୍ତ୍ର ରିପୋର୍ଟ ପଠାଇଥିବା ଜଣାପଡିଛି। ଏଥିରେ ଦଳ ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇଛି। ପ୍ରତମତଃ ରାଜ୍ୟରେ ଦଳ ନିକଟରେ ଆର୍ଥିକ ସମସ୍ୟା ରହିଥିବା କୁହାଯାଉଛି। ଦ୍ୱିତୀୟ, ଦଳ ପାଖରେ ପୁଳା ପୁଳା ପ୍ରସଙ୍ଗ ରହିଥିଲେ ବି ଲୋକଙ୍କ ପାଖକୁ ଯାଇ ମୁଦ୍ଦା ଉଠାଇପାରୁନି ଦଳ। ତୃତୀୟତଃ ବିଶ୍ୱାସଯୋଗ୍ୟ ନେତା ନ ପାଇଁ କଂଗ୍ରେସକର୍ମୀ ଏକ ପ୍ରକାର ଦିଶାହୀନ ହୋଇପଡିଛନ୍ତି। ଚତୁର୍ଥରେ ଦକ୍ଷିଣ ଓଡିଶାରେ ଦଳ ପ୍ରତି ବିପୁଳ ସମର୍ଥନ ରହିଛି ହେଲେ ଗୋଷ୍ଠୀ କନ୍ଦଳ ଦଳକୁ ପଛକୁ ଟାଣୁଛି। ତେବେ ଦେଖିବା ବାକି ରହିଲା ସୁନୀଲଙ୍କ ଷ୍ଟ୍ରାଟେଜିରେ ଓଡିଶା କଂଗ୍ରେସକୁ ଆଗାମୀ ନିର୍ବାଚନରେ କ’ଣ ଲାଭ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri