ଧନୀ କିଏ ନା ଦରିଦ୍ର କିଏ

ବିଶ୍ୱର ସର୍ବଶ୍ରେଷ୍ଠ ଧନୀମାନଙ୍କର ତାଲିକା ସମୟ ସମୟରେ ଗଣମାଧ୍ୟମରେ ପ୍ରକାଶିତ ହେବା ଆମ ଆଖିରେ ପଡେ। ସେହିପରି ସବୁଠାରୁ ଧନୀ ଦେଶ ହିସାବରେ କୌଣସି ଭୂଖଣ୍ଡ ଆମ ଆଲୋଚନାର ପରିସରଭୁକ୍ତ ହୋଇଯାଏ। ଗାଅଁାରେ କୌଣସି ସ୍ଥାନରେ ଦୁଇ ଚାରିଜଣ ଏକାଠି ହେଲେ ସେମାନଙ୍କ ଭିତରେ ବିଭିନ୍ନ ଆଲୋଚନା ଜମିଉଠେ। ସେଇ ଭିତରେ ସେଇ ଗାଅଁାର ଅଥବା ଆଖପାଖ ଅଞ୍ଚଳର ସବୁଠାରୁ ଧନୀ ଲୋକଟି କିଏ, ସେ ସମ୍ପର୍କରେ ମଧ୍ୟ କିଛି ଆକଳନ କରାଯାଏ। ମୋଟାମୋଟି ଧନକୁ ନେଇ ଆମେ ଅନେକ ସମୟରେ ଅଙ୍କ କଷିବସୁ। ଧନ ପ୍ରତି ଆମ ମନରେ ଥିବା ଆକର୍ଷଣ, ଆକାଙ୍‌କ୍ଷା, ଉଦ୍‌ବେଗ ଓ ମୋହ ବୋଧହୁଏ ଆମକୁ ଏପରି କରିବାପାଇଁ ବାଧ୍ୟ କରିଦିଏ।

ଧନୀ ହେବାର ଅର୍ଥ କ’ଣ? ବହୁତଗୁଡିଏ ଧନ ସଂଗ୍ରହକରି ପାଖରେ ଗଚ୍ଛିତକରି ରଖିବା ଅଥବା ନିଜ ନାମରେ ବ୍ୟାଙ୍କରେ ଜମା କରିବା? ଧନ କହିଲେ ଆମେ ସାଧାରଣତଃ ଟଙ୍କା ପଇସା, ସୁନାରୁପା, ଜମିଜମା, କୋଠାବାଡି ଏ ସବୁକୁ ହିଁ ବୁଝିଥାଉ। ଆଉ ଆମ ଜାଣତରେ ଏସବୁ ଯାହାପାଖରେ ପ୍ରଚୁର ପରିମାଣରେ ରହିଛି, ତାକୁ ଆମେ ବହୁତ ସମ୍ମାନ ଜଣାଉ। ସତକଥା କହିବାକୁ ଗଲେ ଧନ ପ୍ରତି ମନୁଷ୍ୟମାନଙ୍କ ମନରେ ଦୁର୍ବଳତା ଏତେ ବେଶି ଯେ ଧନର ପ୍ରଭାବରେ କୁରୂପ ସୁରୂପରେ, ଖଳ ସଜ୍ଜନରେ ଏବଂ ଦୁଶ୍ଚରିତ୍ର ସଚ୍ଚରିତ୍ରରେ ପରିଣତ ହୋଇଯାଏ। ଭର୍ତ୍ତୃହରିଙ୍କ ମତରେ-”ଯସ୍ୟାସ୍ତି ବିତ୍ତଂ ସ ଜନଃ କୁଳୀନଃ ସ ପଣ୍ଡିତଃ ସଃ ରୂପବାନ ଗୁଣଜ୍ଞଃ। ସ ଏବ ବକ୍ତା ଓ ଚ ଦର୍ଶନୀୟଃ ସର୍ବେ ଗୁଣାଃ କାଞ୍ଚନମାଶ୍ରୟନ୍ତି।“ ବ୍ୟକ୍ତିର ଚରିତ୍ର ପଥରେ ଯେତେ ଖାଲଖମା ଥାଉ ନା କାହିଁକି, ଧନରୂପୀ ଢେଲାପଥର ପଡି ସେସବୁ ପୋତିହୋଇ ଅନାୟାସରେ ସମତୁଲ ହୋଇଯାଏ। ସାଧାରଣ ଲୋକଟି କିଛି ଦୋଷ କଲେ ତା’ ପାଇଁ ଦଣ୍ଡ ଥାଏ ସିନା, ଧନୀ ଏବଂ ସମ୍ଭ୍ରାନ୍ତ ପାଇଁ ସାତଖୁଣ ମାଫ୍‌ ହୋଇଯାଏ।
ଧନୀଲୋକମାନଙ୍କୁ ଅଧିକ ଧନ ଆହରଣ କରିବାର ବିଭିନ୍ନ କୌଶଳ ସେମାନଙ୍କୁ ଜଣାଥାଏ। ଧନ ସଂଗ୍ରହ କରିବା ସମୟରେ ସେମାନେ ନୀତି ଅନୀତି ବିଚାର କରି ନ ଥାନ୍ତି। ନୀତି ଓ ବିଚାର ସହିତ ସଦୁପାୟରେ ଜଣେ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଧନ ସଞ୍ଚୟ କରିପାରେ। ସତ୍‌ ପ୍ରବୃତ୍ତିସମ୍ପନ୍ନ ଲୋକମାନଙ୍କ ଉପରେ ମା’ ଲକ୍ଷ୍ମୀ ସଦାପ୍ରସନ୍ନ ହୋଇ ରହନ୍ତି। ପରିଶ୍ରମୀ ଲୋକମାନେ ମଧ୍ୟ ସେମାନଙ୍କର ଆବଶ୍ୟକତା ମୁତାବକ ଧନ ସଞ୍ଚୟ କରିପାରନ୍ତି। ଲୋଭୀ ଲୋକଟିଏ ତା’ର ଖାଦ୍ୟପେୟ, ବସ୍ତ୍ର, ବାସଗୃହର ଖର୍ଚ୍ଚକାଟ କରି ଧନୀ ହୋଇପାରେ। କିନ୍ତୁ କୌଶଳୀ ଲୋକମାନଙ୍କ ତୁଳନାରେ ଏମାନେ କିଛି ନୁହନ୍ତି। ବାସ୍ତବରେ ଧନ ସଂଗ୍ରହରେ ବିଭିନ୍ନ କୌଶଳ ଜଣାଥିବା ଲୋକେ ପରଧନକୁ ନିଜର ଧନ ବୋଲି ମାନି ନେଇଥାନ୍ତି। କାହାକୁ ମିଛ କହି, ଠକି, କାହାକୁ ଭଣ୍ଡି ଅଥବା କାହାକୁ ତେଲ ମାଲିସକରି ସେମାନଙ୍କ ଧନକୁ ଆତ୍ମସାତ୍‌ କରିବାର କାଇଦା ପ୍ରୟୋଗ କରିଥାନ୍ତି ସେମାନେ। ବ୍ୟାସକବି ଫକୀରମୋହନ ତାଙ୍କର ‘ଛ ମାଣ ଆଠଗୁଣ୍ଠ’ ଉପନ୍ୟାସରେ ଅନ୍ୟର ଧନକୁ ଆତ୍ମସାତ୍‌ କରିବାର ସୁନ୍ଦର ଚିତ୍ର ପ୍ରଦାନ କରିଛନ୍ତି। ଅଶିକ୍ଷା ଓ ଅନ୍ଧବିଶ୍ୱାସ ଆଦି ଛାଇ ରହିଥିବା ସେ ସମୟର ସମାଜରେ ରାମଚନ୍ଦ୍ର ମଙ୍ଗରାଜଙ୍କ ପରି ଲୋକମାନେ କେତେ ପ୍ରକାରରେ ଜାଲ ପକାଇ କେତେ ଭଗିଆ ସାରିଆମାନଙ୍କୁ ଲୁଟି ଚାଲିଥିଲେ। ଭଗିଆ ଓ ସାରିଆଙ୍କର ଛମାଣ ଆଠଗୁଣ୍ଠ ଜମି ସାଙ୍ଗକୁ ନେତ ନାମକ ଗାଈକୁ ନିଜର କରିବା ପାଇଁ ରାମଚନ୍ଦ୍ର କ’ଣ କ’ଣ ନ କରିଛନ୍ତି। ଅନ୍ୟାୟ ଉପାୟରେ ଅନ୍ୟର ଧନକୁ ଆତ୍ମସାତ୍‌ କରିବାର ୟାଠାରୁ ଅଧିକ ନିଚ୍ଛକ ଉଦାହରଣ ଆଉ କ’ଣ ହୋଇପାରେ?
ଆମେ କେବଳ ଟଙ୍କା ପଇସା, ସୁନାରୁପା, ଜମିଜମା, ଘରଦ୍ୱାରକୁ ଧନ ବୋଲି ମାନୁ ସିନା, ଧନ-ସମ୍ପତ୍ତିର ଆହୁରି ଅନେକ ରୂପ ଅଛି। ଯେମିତି ଶାରୀରିକ ସୌନ୍ଦର୍ଯ୍ୟ ଏବଂ ସୌଷ୍ଠବ ମଧ୍ୟ ଧନ। ମାନସିକ ସୁସ୍ଥତା, ସୌନ୍ଦର୍ଯ୍ୟ ଓ ସୌଷ୍ଠବ ମଧ୍ୟ ଗୋଟିଏ ସମ୍ପତ୍ତି। ଚରିତ୍ର ତଥା ସଚ୍ଚୋଟ ମନୋଭାବ ମଧ୍ୟ ଧନ। ଉତ୍ତମ ବ୍ୟବହାର ମଧ୍ୟ ଧନ। ପ୍ରେମ ଓ ବନ୍ଧୁତା ମଧ୍ୟ ଧନ। ଯଶ ଓ ସୁନାମ ମଧ୍ୟ ଧନ। ସେମିତି କେତେକ ପ୍ରକାର ଧନ ବ୍ୟକ୍ତି ସ୍ତରର ହୋଇଥିବାବେଳେ ଆଉ କେତେକ ସାମୂହିକ ତଥା ରାଷ୍ଟ୍ର ସ୍ତରର ହୋଇଥାନ୍ତି। ଐତିହାସିକ କୀର୍ତ୍ତିରାଜି, ପ୍ରାଚୀନ ଧର୍ମସ୍ଥଳ ଇତ୍ୟାଦି ରାଷ୍ଟ୍ରର ସମ୍ପତ୍ତି ହୋଇଥାନ୍ତି। ବ୍ୟକ୍ତି ଯେପରି ନିଜ ଧନର ସଂରକ୍ଷଣ କରିଥାଏ, ସେହି ରୀତିରେ ରାଷ୍ଟ୍ର ମଧ୍ୟ ଏପରି ସମ୍ପତ୍ତିର ସଂରକ୍ଷଣ କରିବା ଉଚିତ ହୋଇଥାଏ।
ଗୋଟିଏ ଦୃଷ୍ଟିକୋଣରୁ ଦେଖିଲେ ଟଙ୍କାପଇସା, ସୁନାରୁପା ହୁଏତ ଆମକୁ ସ୍ବଳ୍ପକାଳୀନ ଅୟସ ପ୍ରଦାନ କରିପାରେ, ସମାଜରେ ଆମର ଖାତିର ବୃଦ୍ଧି କରିବାରେ ସହାୟକ ହୋଇପାରେ, କିନ୍ତୁ ଏସବୁ ମାନସିକ ଶାନ୍ତି ପ୍ରଦାନ କରିପାରେନା। ପ୍ରାଣୀର ମନ ଓ ଚିତ୍ତବୃତ୍ତିକୁ ପରୀକ୍ଷା କରି ଦେଖାଯାଇଛି, ମାନସିକ ଶାନ୍ତି ହିଁ ହେଉଛି ସବୁଠାରୁ ମୂଲ୍ୟବାନ୍‌ ଧନ। ଅଧିକରୁ ଅଧିକ ଟଙ୍କାସୁନା ରଖିଥିବା ଲୋକଟିର ମନରେ ବିଭିନ୍ନ ବିଷୟକୁ ନେଇ ଏତେ ଉଦ୍‌ବେଗ ଥାଏ ଯେ ସେ ରାତିରେ ଶାନ୍ତିରେ ଟିକିଏ ଶୋଇପାରେ ନାହିଁ। ଶାନ୍ତି ସେ ପାଇବ ବା କାହୁଁ ? ଆମ ଶରୀରରେ ଆମେ ଖାଉଥିବା ଖାଦ୍ୟ କ୍ରମେ ରକ୍ତ, ମାଂସ, ଅସ୍ଥି, ମଜ୍ଜା, ଶୁକ୍ରରେ ପରିଣତ ହେବା ପରି ମନରେ ଶାନ୍ତି ସୃଷ୍ଟି ହେବା ନିମିତ୍ତ ଆମର କାର୍ଯ୍ୟ, କର୍ତ୍ତବ୍ୟ, ନିଷ୍ଠା, ଭାବନା, ଭକ୍ତି, ଶ୍ରଦ୍ଧା ଏସବୁର ମିଶ୍ରଣ ଓ ସମନ୍ବୟ ଆବଶ୍ୟକ ହୁଏ।

ମହାଆଡମ୍ବରରେ ନିଜର ଆଭିଜାତ୍ୟକୁ ପ୍ରଦର୍ଶନ କରି ହାତୀ ଉପରେ ଚଢ଼ି ରାଜପଥରେ ଅନ୍ୟ ରାଜ୍ୟ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଯାଉଥିବା ରାଜା ରାସ୍ତା ଉପରେ ଜଣେ ଭିକ୍ଷୁକକୁ ଦେଖି ତାକୁ କିଛି ଧନ ଦେଇ ସାହାଯ୍ୟ କରିବାକୁ ଚାହିଁଲେ। ଭିକ୍ଷୁକ କହିଲା-ରାଜନ୍‌! ମୋର ତୁମଠାରୁ କୌଣସି ସାହାଯ୍ୟ ଆବଶ୍ୟକ ନାହିଁ। ତା’ ଛଡା ତୁମେ ମୋତେ କ’ଣ ବା ସାହାଯ୍ୟ କରିପାରିବ? ତୁମେ ତ ନିଜେ ଜଣେ ଦରିଦ୍ର। ନଚେତ୍‌ ନିଜ ରାଜ୍ୟରେ ନିଜ ପ୍ରଜାଙ୍କର ସୁଖ ଓ ଉନ୍ନତି କଥା ଚିନ୍ତା ନ କରି ଅନ୍ୟ ରାଜ୍ୟ ଆକ୍ରମଣ କରିବାକୁ ଯାଉଥାନ୍ତ କାହିଁକି? ମୋ ମନରେ ତୁମପରି ତୃଷ୍ଣା ନାହିଁ, ଯାହା ଦରିଦ୍ରତାର ପ୍ରତୀକ ହୋଇଥାଏ। ତୃଷ୍ଣା ନାହିଁ, ସେହି ହେତୁରୁ ମୋ ମନରେ ଶାନ୍ତି ରହିଛି। ପିନ୍ଧିଥିବା ବସ୍ତ୍ରଖଣ୍ଡିଏ ହିଁ ମୋର ସମ୍ବଳ। ସେଥିରେ ମୁଁ ସୁଖୀ। ତୁମେ ରାଜସେବାରେ ସୁଖୀ। ଅବଶ୍ୟ ସେହି ଦୃଷ୍ଟିରୁ ତୁମ ସହିତ ମୋର ସମାନତା ରହିଛି। ମନରେ ଶାନ୍ତି ଅନୁଭବ କରିବା ପରେ ଆଉ ଧନୀ କିଏ ନା ଦରିଦ୍ର କିଏ?

ମନସି ଚ ପରିତୁଷ୍ଟେ କୋଽର୍ଥବାନ୍‌ କୋ ଦରିଦ୍ରଃ?
ମୋ:୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri