Posted inଜାତୀୟ

ପ୍ରେମ ସିଂ ତମାଙ୍ଗ କିଏ? ମାତ୍ର ୧୧ ବର୍ଷ ପୂର୍ବେ ଗଢ଼ିଥିଲେ ଦଳ, ଏବେ ସିକିମ୍‌ରେ କ୍ଲିନ୍‌ ସୁଇପ୍‌ କରି ଦ୍ୱିତୀୟ ଥର ପାଇଁ ହେବେ ମୁଖ୍ୟମନ୍ତ୍ରୀ…

ଗ୍ୟାଙ୍ଗଟକ୍‌,୨।୬: ସିକିମ୍‌ରେ ହୋଇଥିବା ବିଧାନସଭା ନିର୍ବାଚନରେ ପୁଣିଥରେ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌) ସରକାର ଗଢ଼ିବାକୁ ଯାଉଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ଫଳାଫଳ ଅନୁଯାୟୀ ଏସ୍‌କେଏମ୍‌ ପ୍ରଚଣ୍ଡ ବହୁମତ ଆଡକୁ ଅଗ୍ରସର ହେଉଛି। ୩୨ ବିଧାନସଭା ଆସନ ବିଶିଷ୍ଟ  ଏହି ରାଜ୍ୟରେ ଏସ୍‌କେଏମ୍‌ ଏଯାବତ ୧୪ ଆସନରେ ବିଜେତା ହୋଇସାରିଛି। ଏପରିକି ମୋଟ ୩୧ ଆସନରେ ଦଳ ଆଗୁଆ ଥିବାରୁ ଏସବୁରେ ବାଜିମାତ କରିବ ଦେଖାଯାଉଛି। ଏଣୁ ଦଳର ଅଧ୍ୟକ୍ଷ ପ୍ରେମ ସିଂ ତମାଙ୍ଗ ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ।
ଆସନ୍ତୁ ଜାଣିବା ପ୍ରେମ ସିଂ ତମାଙ୍ଗ କିଏ? ସିକିମ ରାଜନୀତିରେ ତାଙ୍କ ପ୍ରବେଶ କିଭଳି ହେଲା? ତାଙ୍କ ଦଳ ଏସ୍‌କେଏମ୍‌ କିଭଳି ରାଜ୍ୟର ସବୁଠାରୁ ବଡ଼ ପାର୍ଟି ପାଲଟି ଲଗାତର ୨୪ ବର୍ଷ ଯାଏ ଶାସନ କ୍ଷମତାରେ ରହିଥିବା ସିକିମ ଡେମୋକ୍ରାଟିକ୍‌ ଫ୍ରଣ୍ଟ ହାତରୁ କ୍ଷମତା ଛଡ଼ାଇ ଆଣିଛି?
ପ୍ରେମ ସିଂ ତମାଙ୍ଗ କିଏ?
୧୯୬୮ ଫେବୃୟାରୀ ୫ରେ ପ୍ରେମ ସିଂଙ୍କ ଜନ୍ମ। ସେ ଦାର୍ଜିଲିଂର ଏକ କଲେଜରୁ ବିଏ ପଢ଼ିଛନ୍ତି। ଏହାପରେ ସେ ସରକାରୀ ସ୍କୁଲରେ ଶିକ୍ଷକତା କରିଥିଲେ। ହେଲେ ୩ ବର୍ଷ ଚାକିରି କରିବା ପରେ ସେ ସମାଜସେବା ଲାଗି ମନ ବଳାଇଥିଲେ। ପରେ ସେ ସିକିମ ଡେମୋକ୍ରାଟିକ୍‌ ଫ୍ରଣ୍ଟ(ଏସ୍‌ଡିଏଫ୍‌)ରେ ସାମିଲ ହୋଇଯାଇଥିଲେ। ଏଠାରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୯୪ରୁ ସେ ଲଗାତର ୫ ଥର ସିକିମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଯାଏ ସେ ଏସ୍‌ଡିଏଫ୍‌ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିଥିଲେ।
୨୦୦୯ରେ ନିଜ ପାର୍ଟି କରିଥିଲେ?
୨୦୦୯ରେ ଯେବେ ଏସ୍‌ଡିଏଫ୍‌ ଲଗାତର ୪ର୍ଥ ଥର ଶାସନ କ୍ଷମତାରେ ଆସିବା ପରେ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଂ ତାଙ୍କୂ ସରକାରରେ ମନ୍ତ୍ରୀ ପଦ ଦେବାକୁ ଅମଙ୍ଗ ହୋଇଥିଲେ। ଏଠାରୁ ହିଁ ଏସ୍‌ଡିଏଫ୍‌ରୁ ଦୂରେଇ ଯାଇଥିଲେ ପ୍ରେମ ସିଂ ତମାଙ୍ଗ। ପରେ ସେ ଇସ୍ତଫା ଦେଇ ୨୦୧୩ରେ ନିଜ ନୂଆ ଦଳ ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା ଗଢ଼ିଥିଲେ। ଏହାର ଆଗାମୀ ବର୍ଷ ୨୦୧୪ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ୧୦ ଆସନରେ ବିଜେତା ହୋଇଥିଲା। ସେହିଭଳି ୨୦୧୯ରେ ସେ ୧୭ ଆସନ ହାସଲ କରି ଏସ୍‌ଡିଏଫ୍‌କୁ ଶାସନ କ୍ଷମତାରୁ ବାହାର କରିଥିଲେ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ।
୨୦୧୬ରେ ଯାଇଥିଲେ ଜେଲ:
ପ୍ରେମ ସିଂ ୧୯୯୪ ଏବଂ ୧୯୯୯ରେ ସରକାରୀ ଟଙ୍କାକୁ ହେରପେର କରିଥିବା ନେଇ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ବିଧାନସଭା ସଦସ୍ୟତା ହରାଇବାକୁ ପଡ଼ିଥିଲା। ଏପରିକି ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ସେ ରାଜ୍ୟର ପ୍ରଥମ ନେତା ଥିଲେ ଯାହାଙ୍କୁ ଦଣ୍ଡ ମିଳିବା ପରେ ବିଧାନସଭା ସଦସ୍ୟ ପଦରୁ ହଟାଯାଇଥିଲା। ୨୦୧୮ରେ ଯେତେବେଳେ ଜେଲଦଣ୍ଡ ଭୋଗି ଫେରିବା ପରେ ତାଙ୍କୁ ବଡ଼ ଜନସମର୍ଥନ ମିଳିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri