Posted inଜାତୀୟ

ଏବେ ପପୁ କିଏ ? ଲୋକ ସଭାରେ ମହୁଆଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୩।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ମଙ୍ଗଳବାର ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ନିଜ ବିବୃତ୍ତି ଯୋଗୁ ପ୍ରାୟତଃ ଚର୍ଚ୍ଚାର କେନ୍ଦ୍ର ହେଉଥିବା ହେଉଥିବା ଟିଏମସି ଏମ୍‌ପି ମହୁଆ ମୋଇତ୍ର ଲୋକ ସଭାରେ ର୍ଗଜି ଥିଲେ। ଲୋକ ସଭାରେ ମୂଲ୍ୟ ବୃଦ୍ଧି, ଇଡି କାର୍ଯ୍ୟାନୁଷ୍ଠାନ ଏବଂ ସାମ୍ପ୍ରତିକ ନିର୍ବାଚନ ଫଳାଫଳକୁ ନେଇ ସେ ସରକାରଙ୍କ ଉପରେ ବର୍ଷିଥିଲେ। ଏହି ସମୟରେ ସେ କଟାକ୍ଷ କରି ପ୍ରଶ୍ନ କରିଥିଲେ ଯେ ଶାସକ ଦଳର ଅଧ୍ୟକ୍ଷ ତାଙ୍କ ନିଜ ରାଜ୍ୟରେ ମଧ୍ୟ ସରକାର ଗଠନ କରିବାରେ ବିଫଳ ହୋଇଛନ୍ତି, ତେବେ ବର୍ତ୍ତମାନ କୁହନ୍ତୁ ପପୁ କିଏ?

ପ୍ରଧାନମନ୍ତ୍ରୀ ବିକାଶ ବିଷୟରେ ମିଥ୍ୟା ଦାବି କରୁଛନ୍ତି। ପ୍ରତିବର୍ଷ ଫେବୃଆରୀ ମାସରେ କେନ୍ଦ୍ର ସରକାର ଉଚ୍ଚ ସ୍ବରରେ ଦାବି କରନ୍ତି ଯେ ଆମ ଦେଶର ଅର୍ଥନୀତି ପୃଥିବୀର ଅନ୍ୟ ଦେଶ ତୁଳନାରେ ଦ୍ରୁତ ଗତିରେ ଆଗକୁ ବଢୁଛି। କିନ୍ତୁ ଅନେକ ରିପୋର୍ଟରୁ ଜଣାପଡିଛି ଯେ ପ୍ରକୃତ ପପୁ କିଏ? ଦେଶରେ ଶିଳ୍ପ ଉତ୍ପାଦନ, ବୈଷୟିକ ଏବଂ ଉତ୍ପାଦନରେ ତୀବ୍ର ହ୍ରାସ ଘଟିଛି।

ବଜେଟ ଆକଳନଠାରୁ ଅଧିକ ଅର୍ଥ ଆବଶ୍ୟକ ବୋଲି ସେ ଲୋକ ସଭାକୁ କହିବା ପରେ ନରେନ୍ଦ୍ର ମୋଦି ସରକାର ଭାରତର ବିକାଶ ବିଷୟରେ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି। ଭାରତର ଅର୍ଥନୀତି ତଳକୁ ଖସୁଛି। ଅର୍ଥନୀତିକୁ ନିୟନ୍ତ୍ରଣ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟକୁ ଦର୍ଶାଇ ମହୁଆ ଦାବି କରିଛନ୍ତି ଯେ ଦେଶର ଶିଳ୍ପ ଉତ୍ପାଦନ ଅକ୍ଟୋବରରେ ଚାରି ପ୍ରତିଶତ ହ୍ରାସ ପାଇ ୨୬ ମାସର ସର୍ବନିମ୍ନ ସ୍ତରରେ ରହିଛି। ଏହା ସହିତ ଉତ୍ପାଦନ କ୍ଷେତ୍ର ମଧ୍ୟ ୫.୬ ପ୍ରତିଶତ ହ୍ରାସ ପାଇଛି। ଉଲ୍ଲେଖନୀୟ ବିଷୟ ହେଉଛି, ଉତ୍ପାଦନ କ୍ଷେତ୍ର ଚାକିରିର ସର୍ବ ବୃହତ ଉତ୍ପାଦକ ଅଟେ ।

ଲୋକସଭାରେ ସେ ନିକଟରେ ଶେଷ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟକୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି। ଭାଜପାକୁ କଟାକ୍ଷ କରି ସେ କହିଛନ୍ତି ଯେ ଶାସକ ଦଳର ସଭାପତି ତାଙ୍କ ନିଜ ରାଜ୍ୟରେ ମଧ୍ୟ ଜିତିପାରିେଲେ ନାହିଁ। ବର୍ତ୍ତମାନ ପପୁ ବର୍ତ୍ତମାନ କିଏ? ବୋଲି ସେ କଟାକ୍ଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri