Posted inଜାତୀୟ

ଶୂନଶାନ ଅନ୍ଧାର  ରାତିରେ ଦେଶ ସୀମାରେ କିଏ?: ଯାହାକୁ ନେଇ ଏବେ ବଢ଼ୁଛି …

ନୂଆଦିଲ୍ଲୀ,୨୪।୫: ପହଲଗାମରେ ଆତଙ୍କୀଙ୍କ ନରସଂହାର କାର୍ଯ୍ୟପରେ,  ଅପରେଶନ ସିନ୍ଦୂର କରିଥିଲେ ଭରତୀୟ ସେନା । ଏକାବେଳକେ ଆତଙ୍କୀଙ୍କ ଆଡ୍ଡାକୁ  ଟାର୍ଗେଟ କରି ଉଡାଇ ଦିଆଯାଇଥିଲା। ପରେ ପୂରା ଅପରେଶନ୍‌ ସିନ୍ଦୂରକୁ ସାମ୍ବାଦିକ ସମ୍ମିଳନୀ ମଧ୍ୟମରେ ଜଣାଇଥିଲେ ସୋଫିଆ କ୍ୟୁରେଶୀ। ପରେ ପାକ୍‌- ଭାରତ ମଧ୍ୟରେ କିଛି ଦିନ ଯୁଦ୍ଧ ପରିସ୍ଥିିତି  ସୃଷ୍ଟି ହୋଇଥିଲା। ଏହା ମଧ୍ୟରେ ପାକ୍‌ ସ୍ପାଏ ନେଇ ଭାରତର କେତେ ଜଣ ୟୁଟ୍ୟୁବରଙ୍କୁ ମଧ୍ୟ ଉଠାଇ ନେଇଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌।
ତେବେ ଏହା ମଧ୍ୟରେ ବର୍ତ୍ତମାନ ସୀମାରୁ ଏକ ଦୃଶ୍ୟ ଦେଖିବାକୁ ମିଳୁଛି। ଶୂନଶାନ ଅନ୍ଧାର  ରାତିରେ ଦେଶ ସୀମାରେ ଭାରତ ମାତାର ସାହସୀ ଝିଅ। ସିମନ୍ଥ ସିନ୍ଦୂରର ବଦଲା ଓ ଦେଶ ମାତୃକାର ସୁରକ୍ଷା ପାଇଁ ଜାଗ୍ରତ ପ୍ରହରୀ ସାଜିଛନ୍ତି ଭାରତର ସାହସୀ ମହିଳା ସୀମା ସୁରକ୍ଷା ବଳ। ଯାହା ଏବେ ଚର୍ଚ୍ଚାକୁ ଆସିଛି। ଭାରତ ମା’କୁ ସୁରକ୍ଷା ଦେଉଛନ୍ତି ଜଣେ ଜଣେ ନାରୀ। ଯାହା ଏବେ ଚର୍ଚ୍ଚାକୁ ଆସିଛି।
ପରେଶନ ସିନ୍ଦୂର’ର ପ୍ରେସ୍‌ମିଟ୍‌ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇ ଖବରର ଶିରୋନାମାକୁ ଆସିଥିଲେ ସୋଫିଆ କ୍ୟୁରେଶୀ।ଗୁଜରାଟର କର୍ଣ୍ଣେଲ ସୋଫିଆ ବାୟୋକେମିଷ୍ଟ୍ରିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ବିଜ୍ଞାନ ଅଧ୍ୟୟନ ଓ ସାମରିକ ବୈଷୟିକ ତାଲିମର ମିଶ୍ରଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। କର୍ଣ୍ଣେଲ ସୋଫିଆ  OTA (ଅଫିସର୍ସ ଟ୍ରେନିଂ ଏକାଡେମୀ)ରୁ ତାଲିମ ଗ୍ରହଣ କରିବା ପରେ ୧୯୯୯ ମସିହାରେ ଲେଫ୍ଟନାଣ୍ଟ ଭାବରେ ଯୋଗ ଦେଇଥିଲେ। ପୂର୍ବରୁ, ସେ ଉତ୍ତର-ପୂର୍ବ ଭାରତରେ ବନ୍ୟା ପରିଚାଳନାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ସୋଫିଆ କୁରେଶୀ ୧୯୯୯ ମସିହାରେ ଭାରତୀୟ ସେନାରେ ତାଙ୍କର ସେବା ଆରମ୍ଭ କରିଥିଲେ। ସେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀ (OTA) ରେ ତାଲିମ ଗ୍ରହଣ କରିଥିଲେ ଓ ସେହି ବର୍ଷ ଲେଫ୍ଟନାଣ୍ଟ ଭାବରେ କମିଶନ ପାଇଥିଲେ। କୁହାଯାଏ ଯେ ତାଙ୍କ ଜେଜେବାପା ମଧ୍ୟ ଭାରତୀୟ ସେନାରେ ଥିଲେ, ଯାହା ତାଙ୍କୁ ଦେଶ ସେବା କରିବାକୁ ପ୍ରେରଣା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା...

୨୦୨୬ରେ ଏହି ୫ଟି ଚାକିରିର ବଢିଯିବ ଡିମାଣ୍ଡ, ମିଳିବ ମୋଟା ଅଙ୍କର ଦରମା!

ନୂଆଦିଲ୍ଲୀ,୨୦।୧୨: ଯଦି ଆପଣ ଆଗାମୀ ବର୍ଷରେ ଆପଣଙ୍କ କ୍ୟାରିଅରକୁ ନୂତନ ଶିଖରରେ ପହଞ୍ଚାଇବାକୁ ଚାହାଁନ୍ତି, ତେବେ 2026 ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେବ।...

ଆଜି ପୁଣି ରାଜଧାନୀରେ ବାତିଲ ହେଲା ୧୦୦ ବିମାନ, ଏହି କାରଣରୁ…

ନୂଆଦିଲ୍ଲୀ,୨୦ା୧୨: ଶନିବାର ରାଜଧାନୀ ଦିଲ୍ଲୀରେ ପୁଣି ବହୁ ବିମାନ ବାତିଲ କରାଯାଇଛି। ତେବେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଊଦ୍ଧର୍‌ବ ବିମାନ ବାତିଲ କରାଯାଇଛି।...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri