Posted inଜାତୀୟ

କିଏ ସେହି ନୀରଜ ତ୍ରିପାଠୀ, ଯାହାଙ୍କୁ ଭାଜପା କରିଛି ଲୋକ ସଭା ପ୍ରାର୍ଥୀ, ପିତା ଥିଲେ ରାଜ୍ୟପାଳ

ଲକ୍ଷ୍ନୌ,୧୦ା୪: ପ୍ରୟାଗରାଜର ଆହ୍ଲାବାଦ ସଂସଦୀୟ ଆସନରେ ଭାଜପା  ନୀରଜ ତ୍ରିପାଠୀଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ଆହ୍ଲାବାଦ ସଂସଦୀୟ ଆସନରୁ ଭାଜପା ନୀରଜୀଙ୍କୁ ସ୍ଥାନ ଦେଇଛି। ଟିକେଟ୍‌ ଘୋଷଣା ହେବା ମାତ୍ରେ ଦଳର ନେତା, କର୍ମୀ ଏବଂ ସମର୍ଥକମାନେ ନୀରଜଙ୍କୁ ସିଭିଲ ଲାଇନର ଲୋହିଆ ମାର୍ଗରେ ଥିବା ତାଙ୍କ ବାସଭବନରେ ଅଭିନନ୍ଦନ ଜଣାଇଥିଲେ।

ଟିକେଟ ଘୋଷଣା ପରେ ନୀରଜ ପ୍ରଥମେ ତାଙ୍କ ସ୍ବର୍ଗତଃ ପିତା ତଥା ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ଆଶୀର୍ବାଦ ନେଇ ତାଙ୍କ ଫଟୋରେ ଚନ୍ଦନ ଲଗାଇଥିଲେ। ପରେ ସେ ଏକ ସାକ୍ଷାତକାରରେ କହିଛନ୍ତି, ସେ ଦଳର ସର୍ବୋଚ୍ଚ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଯଦିଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସକ୍ରିୟ ରାଜନୀତିରେ ନ ଥିଲେ ମଧ୍ୟ ପରିବାରର ରାଜନୈତିକ ପରିବେଶରୁ ସେ ନିଶ୍ଚିତ ଭାବରେ ଉପକୃତ ହେବେ। ସେ କହିଛନ୍ତି, ତାଙ୍କ ପିତା ସ୍ବର୍ଗତ କେଶରୀ ନାଥ ରାଜନୀତିରେ ପ୍ରବେଶକୁ ବିରୋଧ କରିଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ଅନୁପସ୍ଥିତିରେ ସେ ଦଳ ଦ୍ୱାରା ଦିଆଯାଇଥିବା ଦାୟିତ୍ୱକୁ ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ପୂରଣ କରିବେ।

ନୀରଜଙ୍କ ସ୍ତ୍ରୀ କବିତା ତ୍ରିପାଠୀ କହିଛନ୍ତି, ସେ ଦଳୀୟ କର୍ମୀ ତଥା ସାଧାରଣ ଜନତାଙ୍କଠାରୁ ଆଶୀର୍ବାଦ ଏବଂ ସହଯୋଗ ଲୋଡ଼ିଛନ୍ତି। ସେ କହିଛନ୍ତି, ତାଙ୍କର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଛି ଯେ, ଜନସାଧାରଣ ନିଶ୍ଚିତ ଭାବରେ ତାଙ୍କୁ ଆଶୀର୍ବାଦ ଦେବେ। ଭାଜପା ପ୍ରାର୍ଥୀ ନୀରଜଙ୍କ କହିବା ଅନୁଯାୟୀ ଗୋଟିଏ ଦିନ ପୂର୍ବରୁ ଟିକେଟ୍‌ ପାଇବା ପାଇଁ ତାଙ୍କର ଧାରଣା ଥିଲା। ତେଣୁ ସେ କିଛି ପୁରୁଣା କର୍ମୀଙ୍କ ସହଯୋଗ ମଧ୍ୟ ଲୋଡ଼ିଥିଲେ। ନୀରଜ କହିଛନ୍ତି, ଦେଶ ତଥା ରାଜ୍ୟରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ଆଧାରରେ ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ। ନୀରଜ ମଧ୍ୟ ଆହ୍ଲାବାଦ ଲୋକ ସଭା ଆସନରେ ଏକ ବଡ଼ ବ୍ୟବଧାନରେ ବିଜୟ ହେବେ ବୋଲି ଆଶବାଦୀ ଅଛନ୍ତି। ବର୍ତ୍ତମାନ ନୀରଜ ହେଉଛନ୍ତି ୟୁପି ସରକାରଙ୍କ ଅତିରିକ୍ତ ଆଡ୍‌ଭୋକେଟ ଜେନେରାଲ। ଆହ୍ଲାବାଦ ସଂସଦୀୟ ଆସନର ଏମ୍‌ପି ତଥା ପ୍ରଫେସର ରୀତା ବାହୁଗୁନା ଯୋଶୀଙ୍କ ଟିକେଟ୍‌ ବାତିଲ କରି ଭାଜପା ତାଙ୍କୁ ପ୍ରାର୍ଥୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri