ବିଗ୍‌ ବସ୍‌ ୧୯ରେ ନଜର ଆସିବେ ‘365  Days’ର ଅଭିନେତ୍ରୀ, ଏବେଠୁ ବଢ଼ିଲାଣି ଚର୍ଚ୍ଚା…

ମୁମ୍ବାଇ: ପୁଣି ପରଦାକୁ ଫେରିବାକୁ ଯାଉଛି ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଓ ବିବାଦୀୟ ରିଆଲିଟି ଶୋ ‘ବିଗ ବସ୍‌’। ଖୁବ୍‌ଶୀଘ୍ର ଏହାର ୧୯ତମ ସିଜନ ସହିତ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଦେବ। ପ୍ରତି ବର୍ଷ ଏହି ଶୋ’ର ପ୍ରତିଯୋଗୀଙ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଏ। ସଲମାନ ଖାନ ଦ୍ୱାରା ପରିଚାଳିତ ଏହି ଶୋ’ରେ ଏଥର କିଏ କିଏ ସାମିଲ ହେବେ ତାର ତାଲିକା ସାମ୍ନାକୁ ଆସିଛି। ସେଥିରୁ ଜଣେ ହେଉଛନ୍ତି ପୋଲାଣ୍ଡର ଅଭିନେତ୍ରୀ ନତାଲିଆ ଜାନୋସଜେକ। ନତାଲିଆ କେବଳ ପୋଲିଶ ଫିଲ୍ମରେ ନୁହେଁ, ନିକଟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ହାଉସଫୁଲ ୫’ରେ ମଧ୍ୟ ଅଭିନୟ କରିଛନ୍ତି।
ନତାଲିଆ ଜାନୋସଜେକ କିଏ?
ନତାଲିଆଙ୍କର ପୂର୍ଣ୍ଣ ନାମ ହେଉଛି ନତାଲିଆ ମାଗଡାଲେନା ଜାନୋସଜେକ। ସେ ଜଣେ ଅଭିନେତ୍ରୀ,ଟେଲିଭିଜନ ବ୍ୟକ୍ତିତ୍ୱ , ଗାୟିକା ଓ ଲେଖିକା ମଧ୍ୟ। ନତାଲିଆ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ଏବଂ ବଲିଉଡରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। IMDB ଅନୁସାରେ, ତାଙ୍କ ପୁସ୍ତକ Behind the Scenes of Bollywoodରେ ସେ ବଲିଉଡରେ ନିଜର ଅଭିଜ୍ଞତା ବିଷୟରେ ଲେଖିଛନ୍ତି। ନତାଲିଆ ତାଙ୍କର ଇରୋଟିକ ଥ୍ରିଲର ଫିଲ୍ମ ଫ୍ରାଞ୍ଚାଇଜ ‘୩୬୫ ଡେ୍‌ଜ’ ପାଇଁ ବେଶ ଜଣାଶୁଣା। ସେ ଜଣେ ଉତ୍କୃଷ୍ଟ ନୃତ୍ୟଶିଳ୍ପୀ ଏବଂ ଅନେକ ପୋଲିଶ ରିଆଲିଟି ଶୋ’ରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି।
ନତାଲିଆଙ୍କର ଉଲ୍ଲେଖନୀୟ ଅଭିନୟ ମଧ୍ୟରୁ ଭାରତୀୟ ଥ୍ରିଲର ଡ୍ରାମା ଫିଲ୍ମ Chicken Curry Lawରେ ତାଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଏହି କୋର୍ଟରୁମ ଡ୍ରାମା ଫିଲ୍ମରେ ସେ ମାୟା ଜୋନସନ ନାମକ ଏକ ଧର୍ଷଣ ଶିକାର ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଆଶୁତୋଷ ରାଣା, ଅମନ ବର୍ମା, ମକରନ୍ଦ ଦେଶପାଣ୍ଡେ, ନିବେଦିତା ଭଟ୍ଟାଚାର୍ଯ୍ୟ ଓ ଜାକିର ହୁସେନ ଭଳି ଦମଦାର ଅଭିନେତାମାନେ କାମ କରିଛନ୍ତି। ଏହି ଫିଲ୍ମ ଆମାଜନ ପ୍ରାଇମରେ ଉପଲବ୍ଧ। ଏହା ବ୍ୟତୀତ, ନିକଟରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ମଲ୍ଟି-ଷ୍ଟାରର ଫିଲ୍ମ ‘ହାଉସଫୁଲ ୫’ରେ ମଧ୍ୟ ନତାଲିଆ ଏକ ଚରିତ୍ରରେ ଅଭିନୟ କରିଛନ୍ତି।
ବିଗ ବସ ୧୯ରେ ନତାଲିଆଙ୍କୁ ଦେଖିବା ଦର୍ଶକଙ୍କ ପାଇଁ ଏକ ଅଲଗା ଅଭିଜ୍ଞତା ହେବ। ତାଙ୍କର ବହୁମୁଖୀ ପ୍ରତିଭା ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ଶୋ’କୁ ଆହୁରି ରୋଚକ କରିବ ବୋଲି ଆଶା କରାଯାଉଛି। ପ୍ରଶଂସକମାନେ ଏବେ ନତାଲିଆଙ୍କ ବିଗ ବସ ଯାତ୍ରାକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri