Posted inଖେଳ

ମହମ୍ମଦ ଶାମିଙ୍କ ସାବତ ଝିଅ ଅର୍ଶୀ ଜାହାଁ କିଏ? ଯାହାଙ୍କ ଉପରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହେବା ପରେ…

ନୂଆଦିଲ୍ଲୀ,୧୭।୭: ଅନେକ ସମୟରେ ହସିନ ଜାହାଁଙ୍କ ବିଷୟରେ ଖବର ଆସିଥାଏ। ହେଲେ ଏବେ ଭିନ୍ନ କାରଣକୁ ନେଇ ଟିମ ଇଣ୍ଡିଆର ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କ ସାବତ ଝିଅ ଅର୍ଶୀ ଜାହାଁ  ଚର୍ଚ୍ଚାରେ। କାରଣ ଏବେ ତାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ହତ୍ୟା ଉଦ୍ୟମ ମାମଲା ପାଇଁ ଖବରରେ ଅଛନ୍ତି। ଅର୍ଶୀ ଖାନଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ମହମ୍ମଦ ଶାମି ହେଉଛନ୍ତି ହସିନ ଜାହାଁଙ୍କ ଦ୍ୱିତୀୟ ସ୍ବାମୀ। ତାଙ୍କ ପ୍ରଥମ ସ୍ବାମୀଙ୍କ ନାମ ଶେଖ ସୈଫୁଦ୍ଦିନ, ଯାହାଙ୍କୁ ସେ ୨୦୦୨ ମସିହାରେ ବିବାହ କରିଥିଲେ। ହସିନ ଜାହାଁଙ୍କ ପ୍ରଥମ ବିବାହରୁ ଦୁଇଟି ଝିଅ ଥିଲେ, ଯାହା ମଧ୍ୟରୁ ଜଣେ ହେଉଛନ୍ତି ଅର୍ଶୀ।
ଅର୍ଶୀଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଥିଲା। ଏହି ମାମଲା ହସିନ-ଅର୍ଶୀ ଏବଂ ଜଣେ ପଡ଼ୋଶୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ସହିତ ଜଡିତ। ଏହି ସମ୍ବନ୍ଧୀୟ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି, ଯେଉଁଥିରେ ହସିନ ଜାହାଁଙ୍କୁ ଜଣେ ମହିଳାଙ୍କ ସହିତ ଝଗଡ଼ା କରୁଥିବାର ଦେଖିବାକୁ ମିଳୁଛି। ଏହି ମାମଲାରେ ପୋଲିସ ହସିନ ଏବଂ ଅର୍ଶୀଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ ମାମଲା ହାତାହାତି ପର୍ଯ୍ୟନ୍ତ ଯିବା ପଛରେ କାରଣ ହେଉଛି ଜମିର ଅବୈଧ ଦଖଲ। ଯେତେବେଳେ ତାଙ୍କ ପଡ଼ୋଶୀମାନେ ଏହାକୁ ବିରୋଧ କରିଥିଲେ ଦୁହେଁ ସେମାନଙ୍କ ସହିତ ଝଗଡ଼ା କରିଥିଲେ। ଏହି ମାମଲା କୋର୍ଟରେ ପହଞ୍ଚିଥିଲା।
ଅର୍ଶୀ ହେଉଛନ୍ତି ମହମ୍ମଦ ଶାମିଙ୍କ ସାବତ ଝିଅ। କିନ୍ତୁ ୧୦ ବର୍ଷ ବୟସ୍କା ଆୟରା ହେଉଛନ୍ତି ତାଙ୍କ ନିଜ ଝିଅ। ଶାମି ଏବଂ ହସିନ ଜାହାଁ ଅଲଗା ହେବା ପରଠାରୁ, ଆୟରା ପ୍ରାୟତଃ ତାଙ୍କ ମାଆ ହସିନଙ୍କ ସହିତ ରୁହନ୍ତି। କୋଲକାତା ହାଇକୋର୍ଟ ଏବେ ଶାମିଙ୍କୁ ହସିନ ଜାହାଁ ଏବଂ ଝିଅ ଆୟରା ଉଭୟଙ୍କୁ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri