Posted inଖେଳ

କିଏ ସେହି ମଲ୍ଲିକା ସାଗର, ଯାହା ଉପରେ ଆଇପିଏଲ ନିଲାମକୁ ନେଇ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୯।୧୨: ଆଇପିଏଲ ୨୦୨୪ ନିଲାମ ପ୍ରକ୍ରିୟା ମଙ୍ଗଳବାର ଅନୁଷ୍ଠିତ ହେବ। ଦୁବାଇ ଆଇପିଏଲ ୨୦୨୪ ନିଲାମ ଆୟୋଜନ କରିବ। ଏହି ସମୟରେ ମଲ୍ଲିକା ସାଗର ଏହି ନିଲାମରେ ନିଲାମକାରୀ ଭୂମିକାରେ ରହିବେ। କିନ୍ତୁ କିଏ ଏହି ମଲ୍ଲିକା ସାଗର ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ। ବାସ୍ତବରେ, ମଲ୍ଲିକା ସାଗର ନିଲାମ ଜଗତରେ ଏକ ନୂଆ ଚେହେରା ନୁହେଁ। ଏହାପୂର୍ବରୁ ତାଙ୍କୁ ଅନେକ ନିଲାମରେ ଦେଖିବାକୁ ମିଳିଛି। ନିକଟରେ ମଲ୍ଲିକା ସାଗରଙ୍କୁ ମହିଳା ପ୍ରିମିୟର ଲିଗ ନିଲାମରେ ଦେଖିବାକୁ ମିଳିଥିଲା।
ମୁମ୍ବାଇର କଳା ସଂଗ୍ରହକାରୀ ମଲ୍ଲିକା ସାଗର କ୍ରୀଡା ଜଗତରେ ଏକ ଜଣାଶୁଣା ନାମ। ତାଙ୍କୁ ପ୍ରାୟ ୪୮ବର୍ଷ ବୟସ। ତାଙ୍କର ୨୫ ବର୍ଷର ନିଲାମ ସମ୍ବନ୍ଧୀୟ ଅଭିଜ୍ଞତା ଅଛି। କ୍ରିକେଟ ବ୍ୟତୀତ ସେ ପ୍ରୋ କବାଡି ଲିଗ ନିଲାମରେ ନିଲାମକାରୀ ଭୂମିକା ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ସେ ମୁମ୍ବାଇର ପ୍ରସିଦ୍ଧ ପାଣ୍ଡୋଲ ଆର୍ଟ ଗ୍ୟାଲେରୀରେ ଅନେକ ନିଲାମ ଆୟୋଜନ କରିଛନ୍ତି।
ସୂଚନାଯୋଗ୍ୟ, ମଲ୍ଲିକା ସାଗର ଆଇପିଏଲରେ ଚାରୁ ଶର୍ମାଙ୍କ ସ୍ଥାନ ନେଇଛନ୍ତି। ଏହାପୂର୍ବରୁ, ଆଇପିଏଲ ନିଲାମ ୨୦୨୩ରେ ନିଲାମ ସମୟରେ ହଗ ଆଡମିଡେସ ବେହୋସ ହୋଇଥିଲେ। ଏହି ମେଡିକାଲ ଏମରଜେନ୍ସି ପରେ ହଗ ଆଡମିଡେସ ନିଲାମ ସମାପ୍ତ କରିଥିଲେ। ଏହାପୂର୍ବରୁ, ୨୦୦୮ ରୁ ୨୦୨୮ପର୍ଯ୍ୟନ୍ତ ରିଚାର୍ଡ ମ୍ୟାଡଲେ ଆଇପିଏଲ ନିଲାମ ଆୟୋଜନ କରୁଥିଲେ। ରିଚାର୍ଡ ମ୍ୟାଡଲେ ସରେ ଫ୍ରାଞ୍ଚାଇଜରୁ ଏକ ଆନ୍ତର୍ଜାତୀୟ ହକି ଖେଳାଳି ଏବଂ କ୍ରିକେଟ ଖେଳାଳି ଭାବରେ କାର୍ଯ୍ୟ କରିଛନ୍ତି। ବାସ୍ତବରେ, ନିଲାମରେ ୨୦୧୯ରେ, ହଗ ଆଡମିଡେସ ମ୍ୟାଡଲିଙ୍କ ସ୍ଥାନରେ ଅଫର ପାଇଲେ। କିନ୍ତୁ ଏଥର ମଲ୍ଲିକା ସାଗରଙ୍କୁ ଆଇପିଏଲ ୨୦୨୪ ସିଜନରେ ନିଲାମକାରୀ ଭାବରେ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri