ବିରୋଧୀ ଦଳ ନେତାକୁ ନେଇ ଆସିଲା ବଡ଼ ଟ୍ବିଷ୍ଟ, ନବୀନ ନା…

ଭୁବନେଶ୍ୱର,୧୩।୬: ଓଡ଼ିଶାରେ ପ୍ରଥମ ଥର ଭାଜପା ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଦାୟିତ୍ୱ ସମ୍ଭାଳିଛନ୍ତି। ନବୀନ ଲଗାତାର ୨୪ବର୍ଷ ଧରି ଏହି ପଦ ସମ୍ଭାଳିଥିଲେ। ନିଜର ୨୪ବର୍ଷର ରାଜନୈତିକ ଯାତ୍ରା ଶେଷ ପରେ ନବୀନ ବିରୋଧୀ ଦଳ ନେତା ଭାବେ ବସିବେ। ଯାହାପରେ ରାଜ୍ୟରେ ରାଜନୀତି-ସାମାଜିକ ଚାଲିଚଳଣି ପରିବର୍ତ୍ତନ ହୋଇଯିବ ବୋଲି ଆଲୋଚନା ହେଉଛି। ୨୦୨୪ରେ ବିଜେଡିର ଶୋଚନୀୟ ପରାଜୟ ପରେ ଭାଜପା କ୍ଷମତାକୁ ଫେରିଛି। ବିଜେଡିର ଏପରି ପରାଜୟ କେବଳ ବିଜେଡି ନେତା କିମ୍ବା କର୍ମୀଙ୍କୁ ନୁହେଁ ସାରା ରାଜ୍ୟକୁ ମଧ୍ୟ ସ୍ତବ୍ଧ କରିଛି। ତେବେ ବୁଧବାର ଠାରୁ ଓଡ଼ିଶାରେ ଭାଜପା ସରକାର ଆରମ୍ଭ ହୋଇଛି।

ଏହାରି ଭିତରେ ବିଜୁ ଜନତା ଦଳ ଓଡ଼ିଶାରେ ବିରୋଧୀ ଦଳ ଆସନର ବସିଛି । ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ସେନେଇ ସବୁଠି ଚର୍ଚ୍ଚା ଚାଲିଛି। ଆଗକୁ ମୌସୁମୀ ଅଧିବେଶନ ଥିବାବେଳେ ଚଳିତ ବିଧାନସଭା ଅଧିବେଶନ ରୋଚକ ହେବ ବୋଲି କୁହାଯାଉଛି। କାରଣ ଓଡ଼ିଶାରେ ବିଧାନସଭାରେ କ୍ଷମତାସୀନ ଭାଜପା ଦଳକୁ ୭୮ ଆସନ ମିଳିଥିବାବେଳେ ବିଜେଡିକୁ ୫୧ କଂଗ୍ରେସକୁ ୧୪ଟି ସିଟ୍‌ ମିଳିଛି। ଆଉ ସ୍ବାଧୀନ ଆସନରେ ରାଜ୍ୟ ବିଧାନସଭା ୪ଟି ସିଟ୍‌ ପାଇଛି। ତେବେ ଭାଜପା ସଂଖ୍ୟା ଗରିଷ୍ଠତା ଛୁଇଁଥିଲେ ମଧ୍ୟ ବିଧାନସଭାରେ ବିରୋଧୀ ମଧ୍ୟ ଟାଣୁଆ ଭାବରେ ନଜର ଆସିବେ। ଏଥର ବିଧାନସଭାର ପ୍ରଶ୍ନକାଳ ଜମିବା ସହ ବିରୋଧୀ ମଧ୍ୟ ସଶକ୍ତ ନଜର ଆାସିବେ ବୋଲି ରାଜନୈତିକ ପାଣିପାଗ କହୁଛି। ତେବେ ମୋଟ ବିରୋଧୀ ଦଳଙ୍କୁ ପ୍ରତିନିଧିତ୍ୱ କିଏ କରିବ ସେନେଇ ସସପେନ୍ସ ଜାରି ରହିଛି।

ଏନେଇ ନବୀନ ନିବାସରେ କିଛି ବରିଷ୍ଠ ନେତାଙ୍କୁ ନେଇ ବିଚାରବିମର୍ଶ କରାଯାଇଛି। ବିଜେଡିର ସବୁ ବିଧାୟକ ଓ ବରିଷ୍ଠ ନେତା ନବୀନଙ୍କୁ ବିରୋଧୀ ଦଳ ନେତା କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ବିଜେଡି ସୁପ୍ରିମୋ, ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ଏନେଇ ନିଷ୍ପତ୍ତି ନେବେ। ଏପରିକି ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମଧ୍ୟରୁ କିଏ ଜଣେ ବିରୋଧୀ ଦଳ ନେତା ହେବା ନେଇ ନାଁ ସାମ୍ନାକୁ ଆସିଛି।

ଗୃହର ନେତା ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଗତ ୫ ବର୍ଷ ଭିତରେ ଖୁବ୍‌ ସ୍ବଳ୍ପ ସମୟ ଦେଖିବାକୁ ମିଳିଛି। ଏପରିକି ଗୃହ ଚାଲିଥିବା ସମୟରେ ସେ ବିରୋଧୀ ଦଳର ପ୍ରଶ୍ନକୁ ମଧ୍ୟ ଶୁଣି ତାକୁ ଉତ୍ତର ଦେଉ ନ ଥିବାରୁ ଅନେକ ସମୟରେ ଅଭିଯୋଗ ହୋଇଛି। ବହୁବାର ଗୃହରେ ମୁଖ୍ୟମନ୍ତ୍ରୀ ରହୁ ନଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଏବେ ପ୍ରଶ୍ନ ହେଉଛି କେମିତି ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇବେ ନବୀନ?

ଏ ଭିତରେ ଚର୍ଚ୍ଚା ହେଉଛି ବିଜେଡି ସୁପ୍ରିମୋ ନବୀନ ବିରୋଧୀ ଦଳ ନେତା ଭାବେ ଅନ୍ୟ ନେତାଙ୍କୁ ବାଛି ପାରନ୍ତି। ନିଜ ଛଡା ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ ଓ ପ୍ରତାପ ଦେବଙ୍କ ପରି ପ୍ରମୁଖ ନେତାଙ୍କୁ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଦେଇପାରନ୍ତି।
ଏସବୁ ନେତାଙ୍କର ବହୁବର୍ଷରୁ ରାଜନୀତିରେ ଅଭିଜ୍ଞତା ଥିବାରୁ ତାଙ୍କୁ ଏହି ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି। ବିରୋଧୀ ଦଳ ନେତା ବିଧି ଅନୁସାରେ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ହୋଇଥିବା ଦରକାର।

ବିରୋଧୀ ଦଳ ନେତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ରାଜ୍ୟ ସମସ୍ତ ସୁବିଧା ଦେଇଥାଏ। ଏଣୁ ଏ ପଦବୀ ପାଇଁ ଦଳର ବରିଷ୍ଠ ନେତାଙ୍କ ଭିତରେ ଆଗ୍ରହ ରହିବା ସ୍ବାଭାବିକ। କିନ୍ତୁ ଦଳର ସଭାପତି ଭାବେ ଏହା ନିର୍ଭର କରୁଛି ନବୀନ ଖୋଦ ଏ ପଦବୀକୁ ରଖୁଛନ୍ତି ନା କାହାକୁ ହସ୍ତାନ୍ତର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri