Posted inଖେଳ

କିଏ ସେହି ଶ୍ରୀକର ଭରତ, ଯାହାଙ୍କ ଛକା ଦେଖି ଖୁସିରେ ନାଚିଥିଲେ ଆର୍‌ସିବି ଅଧିନାୟକ

ଦୁବାଇ,୯।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଲିଗ୍‌ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଲିଗ୍‌ ରାଉଣ୍ଡର ଅନ୍ତିମ ଦିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ଥିଲା। ଦିଲ୍ଲୀ ଟିମ୍‌କୁ ବାଙ୍ଗାଲୋର ୭ ଉଇକେଟରେ ପରାସ୍ତ କରିଥିଲା। ଏହି ବିଜୟର ହିରୋ ପାଲଟିଥିଲେ ଶ୍ରୀକର ଭରତ। ଶେଷ ବଲ୍‌ରୁ ବିଜୟ ପାଇଁ ୫ ରନ୍‌ ଆବଶ୍ୟକତା ଥିବା ବେଳେ ସେ ଛକା ମାରି ଆର୍‌ସିବିକୁ ଜିତାଇଥିଲେ।

ତେବେ ଶେଷ ବଲ୍‌ରେ ଛକା ମାରିଥିବା ଶ୍ରୀକର ଭରତଙ୍କୁ କେ.ଏସ୍‌. ଭରତ ମଧ୍ୟ ଡାକନ୍ତି। ତାଙ୍କର ପୂରା ନାମ କୋନା ଶ୍ରୀକର ଭରତ। ବିଶାଖାପାଟନମରେ ଅକ୍ଟୋବର ୩ରେ ସେ ଜନ୍ମଗ୍ରହଣ କରିଥିଲେ। ନିକଟରେ ସେ ନିଜର ୨୮ତମ ଜନ୍ମଦିନ ପାଳନ କରିଛନ୍ତି। ସେ ଜଣେ ଉଇକେଟ କିପର ଏବଂ ଡାହାଣ ହାତୀ ବ୍ୟାଟ୍ସମ୍ୟାନ। ଘରୋଇ କ୍ରିକେଟରେ ଆନ୍ଧ୍ରପ୍ରଦେଶ ପାଇଁ ସେ ଖେଳନ୍ତି। ରଣଜୀ ଟ୍ରଫିରେ ତ୍ରିଶତକ ମାରି ସେ ଚର୍ଚ୍ଚାକୁ ଆସିଥିଲେ। ୨୦୧୮ ଜୁଲାଇରେ ସେ ଇଣ୍ଡିଆ ବ୍ଲୁ ଟିମ୍‌ରେ ସାମିଲ ହୋଇଥିଲେ। ପର ବର୍ଷ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ନାମ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଥିଲା। ସେବେଠାରୁ ୨୦୨୧ ଯାଏ ଅନେକ ସିରିଜରେ ଦଳରେ ଅନ୍ତର୍ଭୁକ୍ତ ଥିଲେ ହେଁ ତାଙ୍କୁ ସୁଯୋଗ ମିଳିପାରିନାହିଁ।

ପୂର୍ବରୁ ଶ୍ରୀକର ଦିଲ୍ଲୀ କ୍ୟାପିଟାଲ୍ସରେ ଥିଲେ। ସେଠାରୁ ସେ ଆଇପିଏଲ୍‌ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୫ରେ ଦିଲ୍ଲୀ ତାଙ୍କୁ ୧୦ ଲକ୍ଷରେ କିଣିଥିଲା। ୨୦୨୧ରେ ତାଙ୍କୁ ଆର୍‌ସିବି ୨୦ ଲକ୍ଷ ମୂଲ୍ୟରେ କିଣିଛି। ଚଳିତ ସିଜିନରେ ସେ ୭ ମ୍ୟାଚ୍‌ ଖେଳି ଗୋଟିଏ ଅର୍ଦ୍ଧଶତକ ମାରି ୧୮୨ ରନ୍‌ କରିଛନ୍ତି। ଉଇକେଟ ପଛରେ ରହି ସେ ୨ କ୍ୟାଚ୍‌ ଏବଂ ୧ ଷ୍ଟମ୍ପ ମଧ୍ୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri