Posted inଜାତୀୟ

ଜଗଜିତ ସିଂ ଡଲ୍ଲେଓ୍ବାଲ କିଏ? ଯିଏ କ୍ୟାନ୍‌ସରରେ ପୀଡ଼ିତ ଥିବା ସତ୍ତ୍ୱେ MSPର ଆଇନଗତ ଗ୍ୟାରେଣ୍ଟି ଦାବି ନେଇ ୩୬ ଦିନ ଧରି କରୁଛନ୍ତି ଆମରଣ ଅନଶନ

ନୂଆଦିଲ୍ଲୀ,୩୧।୧୨: ପଞ୍ଜାବରେ ପୁଣି ଥରେ ରାଜରାସ୍ତାରେ କୃଷକ। ନିଜର ଦାବି ନେଇ କୃଷକ ପଞ୍ଜାବ ବନ୍ଦ କରିବା ସହ ଗତ ୧୧ ମାସ ଧରି ହରିୟାଣା ଏବଂ ପଞ୍ଜାବର ଖନୌରୀ ସୀମାରେ ଧାରଣାରେ ବସିଛନ୍ତି। କୃଷକଙ୍କ ଏହି ଆନ୍ଦୋଳନର ସ୍ବର ପାଲଟିଛନ୍ତି କୃଷକ ନେତା ଜଗଜୀତ ସିଂ ଡଲ୍ଲେଓ୍ବାଲ। ସେ ନଭେମ୍ବର ୨୬ରୁ ଖନୌରୀ ବର୍ଡରରେ ଆମରଣ ଅନଶନରେ ବସିଛନ୍ତି।
ଗତ କିଛି ଦିନ ମଧ୍ୟରେ ଡଲ୍ଲେଓ୍ବାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଥିଲେ। ତାଙ୍କ ସ୍ବାସ୍ଥ୍ୟର ଦେଖାଶୁଣା କରିବା ଲାଗି ପଞ୍ଜାବର ଭଗବନ୍ତ ମାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
୨୦୨୦ରେ ମୋଦି ସରକାର ଆଣିଥିବା କୃଷି ନିୟମ ବିରୋଧରେ ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବରେ ବଡ଼ ଆନ୍ଦୋଳନ ହୋଇଥିଲା। ସେତେବେଳେ ଡଲ୍ଲେଓ୍ବାଲ ଆନ୍ଦୋଳନରେ ବହୁତ ସକ୍ରିୟ ଥିଲେ ହେଁ ସେ ଏତେ ଚର୍ଚ୍ଚାରେ ନ ଥିଲେ। ହେଲେ ଚଳିତ ଥର ଡଲ୍ଲେଓ୍ବାଲକୃଷକ ଆନ୍ଦୋଳନର ମୁଖ୍ୟ ପୁରୋଧା ସାଜିଛନ୍ତି।
ଏମିତିରେ ସେ କିଏ ଜାଣିବା ଲାଗି ଲୋକଙ୍କ ଆଗ୍ରହ ବଢ଼ିଛି। କାରଣ ସେ କୃଷକଙ୍କ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି।
କୃଷକଙ୍କ ଦାବି କ’ଣ?
 ଡଲ୍ଲେଓ୍ବାଲ ଏବଂ ସମଗ୍ର କୃଷକ ସଂଗଠନ ଦାବି କରୁଛି ଯେ ଫସଲ ଲାଗି ଏମ୍‌ଏସ୍‌ପି ଅର୍ଥାତ ନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ଲାଗି ଆଇନ ଅଣାଯାଉ। ତେବେ ଡଲ୍ଲେଓ୍ବାଲ ପ୍ରୋଟେଷ୍ଟ କ୍ୟାନ୍‌ସରରେ ପୀଡ଼ିତ ଥିବା ସତ୍ତ୍ୱେ କୃଷକଙ୍କ ଦାବି ଲାଗି ନିଜ ଜୀବନ ବାଜିରେ ଲଗାଇ ଦେଇଛନ୍ତି।
୨୦୨୦ରେ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ପରେ ସରକାର ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ। ଏହାପରେ କୃଷକ ଆନ୍ଦୋଳନର ସ୍ବର ଧିର ପଡ଼ିଯାଇଥିଲା। ହେଲେ ଫେବୃୟାରୀ ୨୦୨୪ରେ ପୁଣିଥରେ ପଞ୍ଜାବର କୃଷକମାନେ ବର୍ଡରରେ ପଡ଼ୁଥିବା ଶମ୍ଭୁ ଏବଂ ଖନୌରୀ ସୀମାରେ ଏକାଠି ହୋଇଥିଲେ। ଏଥିସହ ସେମାନେ ଦିଲ୍ଲୀ ଆସିବାକୁ ଚେଷ୍ଟା କରୁଥିବା ବେଳେ ହରିୟାଣାର ଭାଜପା ସରକାର ତାଙ୍କୁ ଅଟକାଇଥିଲେ।
କିଛି ଦିନ ପୂର୍ବେ କୃଷକମାନେ ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ରୋକିବା ଲାଗି ବଡ଼ ବଡ଼ ବ୍ୟାରିକେଡ, ଲୁହବୁହା ଗ୍ୟାସ, ପାଣି ମାଡ଼ କରାଯାଇଥିଲା। ଏସବୁ ସତ୍ତ୍ୱେ କୃଷକମାନେ ଶମ୍ଭୁ ଏବଂ ଖନୌରୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି।
ଜଗଜିତ ସିଂ ଡଲ୍ଲେଓ୍ବାଲ କିଏ?
 ଡଲ୍ଲେଓ୍ବାଲ ପଞ୍ଜାବର ଫରିଦକୋଟ ଜିଲାର ଡଲ୍ଲେଓ୍ବାଲ ଗାଁର ବାସିନ୍ଦା। ତାଙ୍କ ନିକଟରେ କୃଷି -କୃଷକ ସହ ଜଡିତ ସମସ୍ୟାର ବୁଝିବା ଶକ୍ତି ରହିଛି। ସେ ଏହାକୁ ନେଇ ଦୀର୍ଘଦିନ ଧରି ସଂଘର୍ଷ କରିଛନ୍ତି। ଡଲ୍ଲେଓ୍ବାଲଙ୍କ ନିକଟରେ ୧୭ ଏକର ଜମି ରହିଛି। ସେ ଭାରତୀୟ କୃଷକ ସଂଗଠନ(ଏକତା ସିଦ୍ଧପୁର)ର ମୁଖ୍ୟ। ପଞ୍ଜାବର ମାଲଓ୍ବା ଅଞ୍ଚଳରେ ଯେଉଁଠାରେ କୃଷକ ବେଶ ସମୃଦ୍ଧ ଏବଂ ମଜଭୂତ, ସେଠାର କୃଷକ ନେତାଙ୍କ ମଧ୍ୟରେ ଜଗଜୀତ ସିଂଙ୍କ ନାମ ଆଗରେ ରହିଛି।
ଡଲ୍ଲଓ୍ବୋଲ ସମାଜସେବୀ ଅନ୍ନା ହଜାରେଙ୍କ ଦ୍ୱାରା ବେଶ ପ୍ରଭାବିତ ଅଛି। ଏହା ପୂର୍ବରୁ ସେ ୨୦୧୮ରେ କୃଷକଙ୍କ ଦାବି ନେଇ ୧୧ ଦିନ ଅନଶନରେ ବସିଥିଲେ। କୃଷକ ଆନ୍ଦୋଳନ ପରେ ୩ କୃଷି ଆଇନକୁ ପ୍ରତ୍ୟାହାର ଯେବେ କରାଯାଇଥିଲା ସେତେବେଳେ ଏହି ମାମଲାରେ ସରକାରଙ୍କ ଉପରେ ଅଭିଯୋଗ କରାଯାଇଥିଲା ଯେ ଏହି ପ୍ରସଙ୍ଗ ଆଗକୁ ବଢ଼ୁନାହିଁ। ଏମିତିରେ ଡଲ୍ଲେଓ୍ବାଲଙ୍କ ନେତୃତ୍ୱରେ ପୁଣିଥରେ କୃଷକ ଏକଜୁଟ୍‌ ହୋଇଛନ୍ତି। ତାଙ୍କ ଅନଶନ ଯୋଗୁ କୃଷକ ଆନ୍ଦୋଳନକୁ ନୂଆ ପରିଚୟ ମିଳିଛି। ଗଣମାଧ୍ୟମ ସହ ସୋସିଆଲ ମିଡିଆରେ ଏହି ଆନ୍ଦୋଳନ ପୁଣି ଚର୍ଚ୍ଚାକୁ ଆସିଛି।
 ଡଲ୍ଲେଓ୍ବାଲଙ୍କ ବିଗୁଡ଼ୁଥିବା ସ୍ବାସ୍ଥ୍ୟ ଉପରେ ନିଶ୍ଚିତ ଭାବେ ସୁପ୍ରିମକୋର୍ଟ, ପଞ୍ଜାବ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କ ଦୃଷ୍ଟି ରହିଛି। କାରଣ ସେ ଆମରଣ ଅନଶନ କରି ମୋଦି ସରକାରଙ୍କ ଉପରେ ଚାପ ବଢ଼ାଉଛନ୍ତି, ଯାହାଦ୍ୱାରା ୨୩ ଫସଲ ଉପରେ ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି ଦିଗରେ କୌଣସି ଉପଯୁକ୍ତ ପଦକ୍ଷେପ ନିଆଯିବ। ଏବେ ଏହି ଜଟିଳ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର କିଭଳି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri