Posted inଜାତୀୟ

ଜଗଜିତ ସିଂ ଡଲ୍ଲେଓ୍ବାଲ କିଏ? ଯିଏ କ୍ୟାନ୍‌ସରରେ ପୀଡ଼ିତ ଥିବା ସତ୍ତ୍ୱେ MSPର ଆଇନଗତ ଗ୍ୟାରେଣ୍ଟି ଦାବି ନେଇ ୩୬ ଦିନ ଧରି କରୁଛନ୍ତି ଆମରଣ ଅନଶନ

ନୂଆଦିଲ୍ଲୀ,୩୧।୧୨: ପଞ୍ଜାବରେ ପୁଣି ଥରେ ରାଜରାସ୍ତାରେ କୃଷକ। ନିଜର ଦାବି ନେଇ କୃଷକ ପଞ୍ଜାବ ବନ୍ଦ କରିବା ସହ ଗତ ୧୧ ମାସ ଧରି ହରିୟାଣା ଏବଂ ପଞ୍ଜାବର ଖନୌରୀ ସୀମାରେ ଧାରଣାରେ ବସିଛନ୍ତି। କୃଷକଙ୍କ ଏହି ଆନ୍ଦୋଳନର ସ୍ବର ପାଲଟିଛନ୍ତି କୃଷକ ନେତା ଜଗଜୀତ ସିଂ ଡଲ୍ଲେଓ୍ବାଲ। ସେ ନଭେମ୍ବର ୨୬ରୁ ଖନୌରୀ ବର୍ଡରରେ ଆମରଣ ଅନଶନରେ ବସିଛନ୍ତି।
ଗତ କିଛି ଦିନ ମଧ୍ୟରେ ଡଲ୍ଲେଓ୍ବାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଥିଲେ। ତାଙ୍କ ସ୍ବାସ୍ଥ୍ୟର ଦେଖାଶୁଣା କରିବା ଲାଗି ପଞ୍ଜାବର ଭଗବନ୍ତ ମାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
୨୦୨୦ରେ ମୋଦି ସରକାର ଆଣିଥିବା କୃଷି ନିୟମ ବିରୋଧରେ ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବରେ ବଡ଼ ଆନ୍ଦୋଳନ ହୋଇଥିଲା। ସେତେବେଳେ ଡଲ୍ଲେଓ୍ବାଲ ଆନ୍ଦୋଳନରେ ବହୁତ ସକ୍ରିୟ ଥିଲେ ହେଁ ସେ ଏତେ ଚର୍ଚ୍ଚାରେ ନ ଥିଲେ। ହେଲେ ଚଳିତ ଥର ଡଲ୍ଲେଓ୍ବାଲକୃଷକ ଆନ୍ଦୋଳନର ମୁଖ୍ୟ ପୁରୋଧା ସାଜିଛନ୍ତି।
ଏମିତିରେ ସେ କିଏ ଜାଣିବା ଲାଗି ଲୋକଙ୍କ ଆଗ୍ରହ ବଢ଼ିଛି। କାରଣ ସେ କୃଷକଙ୍କ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି।
କୃଷକଙ୍କ ଦାବି କ’ଣ?
 ଡଲ୍ଲେଓ୍ବାଲ ଏବଂ ସମଗ୍ର କୃଷକ ସଂଗଠନ ଦାବି କରୁଛି ଯେ ଫସଲ ଲାଗି ଏମ୍‌ଏସ୍‌ପି ଅର୍ଥାତ ନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ଲାଗି ଆଇନ ଅଣାଯାଉ। ତେବେ ଡଲ୍ଲେଓ୍ବାଲ ପ୍ରୋଟେଷ୍ଟ କ୍ୟାନ୍‌ସରରେ ପୀଡ଼ିତ ଥିବା ସତ୍ତ୍ୱେ କୃଷକଙ୍କ ଦାବି ଲାଗି ନିଜ ଜୀବନ ବାଜିରେ ଲଗାଇ ଦେଇଛନ୍ତି।
୨୦୨୦ରେ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ପରେ ସରକାର ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ। ଏହାପରେ କୃଷକ ଆନ୍ଦୋଳନର ସ୍ବର ଧିର ପଡ଼ିଯାଇଥିଲା। ହେଲେ ଫେବୃୟାରୀ ୨୦୨୪ରେ ପୁଣିଥରେ ପଞ୍ଜାବର କୃଷକମାନେ ବର୍ଡରରେ ପଡ଼ୁଥିବା ଶମ୍ଭୁ ଏବଂ ଖନୌରୀ ସୀମାରେ ଏକାଠି ହୋଇଥିଲେ। ଏଥିସହ ସେମାନେ ଦିଲ୍ଲୀ ଆସିବାକୁ ଚେଷ୍ଟା କରୁଥିବା ବେଳେ ହରିୟାଣାର ଭାଜପା ସରକାର ତାଙ୍କୁ ଅଟକାଇଥିଲେ।
କିଛି ଦିନ ପୂର୍ବେ କୃଷକମାନେ ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ରୋକିବା ଲାଗି ବଡ଼ ବଡ଼ ବ୍ୟାରିକେଡ, ଲୁହବୁହା ଗ୍ୟାସ, ପାଣି ମାଡ଼ କରାଯାଇଥିଲା। ଏସବୁ ସତ୍ତ୍ୱେ କୃଷକମାନେ ଶମ୍ଭୁ ଏବଂ ଖନୌରୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି।
ଜଗଜିତ ସିଂ ଡଲ୍ଲେଓ୍ବାଲ କିଏ?
 ଡଲ୍ଲେଓ୍ବାଲ ପଞ୍ଜାବର ଫରିଦକୋଟ ଜିଲାର ଡଲ୍ଲେଓ୍ବାଲ ଗାଁର ବାସିନ୍ଦା। ତାଙ୍କ ନିକଟରେ କୃଷି -କୃଷକ ସହ ଜଡିତ ସମସ୍ୟାର ବୁଝିବା ଶକ୍ତି ରହିଛି। ସେ ଏହାକୁ ନେଇ ଦୀର୍ଘଦିନ ଧରି ସଂଘର୍ଷ କରିଛନ୍ତି। ଡଲ୍ଲେଓ୍ବାଲଙ୍କ ନିକଟରେ ୧୭ ଏକର ଜମି ରହିଛି। ସେ ଭାରତୀୟ କୃଷକ ସଂଗଠନ(ଏକତା ସିଦ୍ଧପୁର)ର ମୁଖ୍ୟ। ପଞ୍ଜାବର ମାଲଓ୍ବା ଅଞ୍ଚଳରେ ଯେଉଁଠାରେ କୃଷକ ବେଶ ସମୃଦ୍ଧ ଏବଂ ମଜଭୂତ, ସେଠାର କୃଷକ ନେତାଙ୍କ ମଧ୍ୟରେ ଜଗଜୀତ ସିଂଙ୍କ ନାମ ଆଗରେ ରହିଛି।
ଡଲ୍ଲଓ୍ବୋଲ ସମାଜସେବୀ ଅନ୍ନା ହଜାରେଙ୍କ ଦ୍ୱାରା ବେଶ ପ୍ରଭାବିତ ଅଛି। ଏହା ପୂର୍ବରୁ ସେ ୨୦୧୮ରେ କୃଷକଙ୍କ ଦାବି ନେଇ ୧୧ ଦିନ ଅନଶନରେ ବସିଥିଲେ। କୃଷକ ଆନ୍ଦୋଳନ ପରେ ୩ କୃଷି ଆଇନକୁ ପ୍ରତ୍ୟାହାର ଯେବେ କରାଯାଇଥିଲା ସେତେବେଳେ ଏହି ମାମଲାରେ ସରକାରଙ୍କ ଉପରେ ଅଭିଯୋଗ କରାଯାଇଥିଲା ଯେ ଏହି ପ୍ରସଙ୍ଗ ଆଗକୁ ବଢ଼ୁନାହିଁ। ଏମିତିରେ ଡଲ୍ଲେଓ୍ବାଲଙ୍କ ନେତୃତ୍ୱରେ ପୁଣିଥରେ କୃଷକ ଏକଜୁଟ୍‌ ହୋଇଛନ୍ତି। ତାଙ୍କ ଅନଶନ ଯୋଗୁ କୃଷକ ଆନ୍ଦୋଳନକୁ ନୂଆ ପରିଚୟ ମିଳିଛି। ଗଣମାଧ୍ୟମ ସହ ସୋସିଆଲ ମିଡିଆରେ ଏହି ଆନ୍ଦୋଳନ ପୁଣି ଚର୍ଚ୍ଚାକୁ ଆସିଛି।
 ଡଲ୍ଲେଓ୍ବାଲଙ୍କ ବିଗୁଡ଼ୁଥିବା ସ୍ବାସ୍ଥ୍ୟ ଉପରେ ନିଶ୍ଚିତ ଭାବେ ସୁପ୍ରିମକୋର୍ଟ, ପଞ୍ଜାବ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କ ଦୃଷ୍ଟି ରହିଛି। କାରଣ ସେ ଆମରଣ ଅନଶନ କରି ମୋଦି ସରକାରଙ୍କ ଉପରେ ଚାପ ବଢ଼ାଉଛନ୍ତି, ଯାହାଦ୍ୱାରା ୨୩ ଫସଲ ଉପରେ ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି ଦିଗରେ କୌଣସି ଉପଯୁକ୍ତ ପଦକ୍ଷେପ ନିଆଯିବ। ଏବେ ଏହି ଜଟିଳ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର କିଭଳି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri