କିଏ ଦଳର: ଦ୍ୱନ୍ଦ୍ୱରେ ଭୋଟର

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ୩ ଜଣ ପ୍ରାର୍ଥୀ ନିଜକୁ ଗୋଟିଏ ଦଳର ସମର୍ଥିତ ଦାବି କରି ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି। ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଭୋଟର। କିନ୍ତୁ ଦଳ ଗୋଟିଏ ଗୁଳିରେ ତିନୋଟି ଶିକାର କରିବାକୁ ଲକ୍ଷ୍ୟ ରଖିଛି। ଯିଏ ଜିତିବ ସେ ଦଳର। ସମସ୍ତଙ୍କ ବେକରେ ଶଙ୍ଖ ଚିହ୍ନର ଉତ୍ତରୀୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଏବଂ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ସେମାନେ ବିଜେଡିର ଅସଲି ପ୍ରାର୍ଥୀ ବୋଲି ଦାବି କରୁଛନ୍ତି। ଏଥିରୁ ବାଲେଶ୍ୱର ବିଜେଡିରେ ଥିବା ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଥିବା ପରିଲକ୍ଷିତ ହେଉଛି।
ବାଲେଶ୍ୱର ବିଜେଡିରେ ଚାଲିଛି ଶୀତଳ ଯୁଦ୍ଧ। ୩ ଗୋଷ୍ଠୀରେ ଚାଲିଛି ଛକାପଞ୍ଝା। ବର୍ତ୍ତମାନର ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏବଂ ବ୍ଲକ ସଭାପତିଙ୍କ ଅନୁମୋଦନକ୍ରମେ ଚଷାଖଣ୍ଡ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ସୁବାସ ଲେଙ୍କା, ସମିତିସଭ୍ୟ ଭାବେ ନବନିତା ବାରିକ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ପୂର୍ବତନ ବିଧାୟକ ସୁଦର୍ଶନ ଜେନାଙ୍କ ସମର୍ଥନରେ ସରପଞ୍ଚ ପ୍ରାର୍ଥୀ ଭାବେ କେଦାର ସାହୁ ଓ ସମିତିସଭ୍ୟ ଭାବେ ସେକ୍‌ ଆଲିହସେନ୍‌ ଖୁଲମ୍‌ଖୁଲା ଭାବେ ବିଜେଡି ଗାମୁଛାକୁ ବେକରେ ପକାଇ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଅନ୍ୟପକ୍ଷରେ ସରପଞ୍ଚ ପ୍ରାର୍ଥୀ ଶରତ ନାୟକ ଓ ସମିତିସଭ୍ୟ ଅଜୟ ବେହେରା ନିଜ ବ୍ୟାନର୍‌ରେ ସୌଜନ୍ୟ ସୁବାସିନୀ ଜେନାଙ୍କ ନାମ ଲେଖି ବିଭିନ୍ନ ସ୍ଥାନରେ ଲଗାଇଛନ୍ତି। ଏଥିରୁ ଉକ୍ତ ୩ ଗୋଷ୍ଠୀ ଶଙ୍ଖ ଚିହ୍ନ ନାମରେ ନିର୍ବାଚନୀ ବୈତରଣୀ ପାରି ହେବାର ସ୍ପଷ୍ଟ ହେଉଛି। ଏହାକୁ ନେଇ ବିରୋଧୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ଦଳୀୟ ଟିକେଟରେ ୩୯ନଂ. ଜୋନ୍‌ରେ ବିଜେଡିରୁ ଟିକେଟ୍‌ ପାଇ ଜିଲା ପରିଷଦ ପ୍ରାର୍ଥତ୍ନୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କବିତା ପାଣି କହନ୍ତି, ଦଳ ସରପଞ୍ଚ ପ୍ରାର୍ଥୀ ଭାବେ ସୁବାସ ଲେଙ୍କା ଓ ସମିତିସଭ୍ୟ ଭାବେ ନବନିତା ବାରିକଙ୍କୁ ସମର୍ଥନ ଜଣାଇଥିବାରୁ ତାଙ୍କ ସହ ମିଶି ପ୍ରଚାର ଜାରି ରଖିଛି। ଅନ୍ୟମାନେ କହୁଛନ୍ତି ବିଜେଡିର। କିନ୍ତୁ ସେମାନେ ଦଳର ନୁହନ୍ତି ବୋଲି କହିଛନ୍ତି।
ପୂର୍ବତନ ବିଧାୟକ ସୁଦର୍ଶନ ଜେନା କାନ୍ଧରେ ବିଜେଡି ଗାମୁଛା ପକାଇ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ସୁଶାସନ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଣୟନ ହୋଇଥିବା ଜନହିତକର ଯୋଜନାକୁ ପ୍ରଚାର କରି ସରପଞ୍ଚ ପ୍ରାର୍ଥୀ କେଦାର ସାହୁ ଓ ସମିତିସଭ୍ୟ ସେକ୍‌ ଆଲିହସେନ୍‌ଙ୍କ ସହ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି।
ସରପଞ୍ଚ ପ୍ରାର୍ଥୀ ସୁବାସ ଲେଙ୍କା କହନ୍ତି, ରେମୁଣା ବିଧାୟକ ଏବଂ ବ୍ଲକ ସଭାପତିଙ୍କ ଅନୁମୋଦନକ୍ରମେ ପ୍ରାର୍ଥୀ ହୋଇଛି। ମୁଁ ୧୦ବର୍ଷ ଧରି ପଞ୍ଚାୟତରେ ବିଜେଡି ସଭାପତି ଭାବେ କାର୍ଯ୍ୟ କରିଆସୁଛି। ଦଳର ସମର୍ଥନରୁ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଆଉ କିଏ କ’ଣ ପ୍ରଚାର କରୁଛି ସେମାନେ ଦଳର ନୁହନ୍ତି। କିଛି ଲୋକ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ ନିର୍ମଳ ଓ ସ୍ବଚ୍ଛ ଶାସନ ନାଁ ନେଇ ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ଚେଷ୍ଟା ଚଳାଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…

ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...

ଭାଇରାଲ ହେଉଛି ସେଜଲଙ୍କ ମା’ଙ୍କ ହାତଲେଖା ଚିଠି, ଏଥିରେ ଲେଖିଛନ୍ତି ସବୁଠୁ ବଡ଼ ଦୁଃଖ ସମୟରେ ମୁଁ ତୁମ…

ବାଲେଶ୍ୱର,୧ା୧୨: ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ଏଥିରେ ସେ ଲେଖିଛନ୍ତି, ତୁମେ ଚାଲିଯାଉଥିବାରୁ ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି।...

ମହିଳା ଜନଶୁଣାଣି କାର୍ଯ୍ୟକ୍ରମ: ଶୁଣାଣି କଲେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟା

ବାଲେଶ୍ୱର, ୨୭।୧୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ ଅଡିଟରିୟମ ହଲରେ ଗୁରୁବାରଏକ ଦିବସୀୟ ମହିଳା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri