କିଏ ଦଳର: ଦ୍ୱନ୍ଦ୍ୱରେ ଭୋଟର

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ୩ ଜଣ ପ୍ରାର୍ଥୀ ନିଜକୁ ଗୋଟିଏ ଦଳର ସମର୍ଥିତ ଦାବି କରି ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି। ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଭୋଟର। କିନ୍ତୁ ଦଳ ଗୋଟିଏ ଗୁଳିରେ ତିନୋଟି ଶିକାର କରିବାକୁ ଲକ୍ଷ୍ୟ ରଖିଛି। ଯିଏ ଜିତିବ ସେ ଦଳର। ସମସ୍ତଙ୍କ ବେକରେ ଶଙ୍ଖ ଚିହ୍ନର ଉତ୍ତରୀୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଏବଂ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ସେମାନେ ବିଜେଡିର ଅସଲି ପ୍ରାର୍ଥୀ ବୋଲି ଦାବି କରୁଛନ୍ତି। ଏଥିରୁ ବାଲେଶ୍ୱର ବିଜେଡିରେ ଥିବା ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଥିବା ପରିଲକ୍ଷିତ ହେଉଛି।
ବାଲେଶ୍ୱର ବିଜେଡିରେ ଚାଲିଛି ଶୀତଳ ଯୁଦ୍ଧ। ୩ ଗୋଷ୍ଠୀରେ ଚାଲିଛି ଛକାପଞ୍ଝା। ବର୍ତ୍ତମାନର ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏବଂ ବ୍ଲକ ସଭାପତିଙ୍କ ଅନୁମୋଦନକ୍ରମେ ଚଷାଖଣ୍ଡ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ସୁବାସ ଲେଙ୍କା, ସମିତିସଭ୍ୟ ଭାବେ ନବନିତା ବାରିକ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ପୂର୍ବତନ ବିଧାୟକ ସୁଦର୍ଶନ ଜେନାଙ୍କ ସମର୍ଥନରେ ସରପଞ୍ଚ ପ୍ରାର୍ଥୀ ଭାବେ କେଦାର ସାହୁ ଓ ସମିତିସଭ୍ୟ ଭାବେ ସେକ୍‌ ଆଲିହସେନ୍‌ ଖୁଲମ୍‌ଖୁଲା ଭାବେ ବିଜେଡି ଗାମୁଛାକୁ ବେକରେ ପକାଇ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଅନ୍ୟପକ୍ଷରେ ସରପଞ୍ଚ ପ୍ରାର୍ଥୀ ଶରତ ନାୟକ ଓ ସମିତିସଭ୍ୟ ଅଜୟ ବେହେରା ନିଜ ବ୍ୟାନର୍‌ରେ ସୌଜନ୍ୟ ସୁବାସିନୀ ଜେନାଙ୍କ ନାମ ଲେଖି ବିଭିନ୍ନ ସ୍ଥାନରେ ଲଗାଇଛନ୍ତି। ଏଥିରୁ ଉକ୍ତ ୩ ଗୋଷ୍ଠୀ ଶଙ୍ଖ ଚିହ୍ନ ନାମରେ ନିର୍ବାଚନୀ ବୈତରଣୀ ପାରି ହେବାର ସ୍ପଷ୍ଟ ହେଉଛି। ଏହାକୁ ନେଇ ବିରୋଧୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ଦଳୀୟ ଟିକେଟରେ ୩୯ନଂ. ଜୋନ୍‌ରେ ବିଜେଡିରୁ ଟିକେଟ୍‌ ପାଇ ଜିଲା ପରିଷଦ ପ୍ରାର୍ଥତ୍ନୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କବିତା ପାଣି କହନ୍ତି, ଦଳ ସରପଞ୍ଚ ପ୍ରାର୍ଥୀ ଭାବେ ସୁବାସ ଲେଙ୍କା ଓ ସମିତିସଭ୍ୟ ଭାବେ ନବନିତା ବାରିକଙ୍କୁ ସମର୍ଥନ ଜଣାଇଥିବାରୁ ତାଙ୍କ ସହ ମିଶି ପ୍ରଚାର ଜାରି ରଖିଛି। ଅନ୍ୟମାନେ କହୁଛନ୍ତି ବିଜେଡିର। କିନ୍ତୁ ସେମାନେ ଦଳର ନୁହନ୍ତି ବୋଲି କହିଛନ୍ତି।
ପୂର୍ବତନ ବିଧାୟକ ସୁଦର୍ଶନ ଜେନା କାନ୍ଧରେ ବିଜେଡି ଗାମୁଛା ପକାଇ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ସୁଶାସନ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଣୟନ ହୋଇଥିବା ଜନହିତକର ଯୋଜନାକୁ ପ୍ରଚାର କରି ସରପଞ୍ଚ ପ୍ରାର୍ଥୀ କେଦାର ସାହୁ ଓ ସମିତିସଭ୍ୟ ସେକ୍‌ ଆଲିହସେନ୍‌ଙ୍କ ସହ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି।
ସରପଞ୍ଚ ପ୍ରାର୍ଥୀ ସୁବାସ ଲେଙ୍କା କହନ୍ତି, ରେମୁଣା ବିଧାୟକ ଏବଂ ବ୍ଲକ ସଭାପତିଙ୍କ ଅନୁମୋଦନକ୍ରମେ ପ୍ରାର୍ଥୀ ହୋଇଛି। ମୁଁ ୧୦ବର୍ଷ ଧରି ପଞ୍ଚାୟତରେ ବିଜେଡି ସଭାପତି ଭାବେ କାର୍ଯ୍ୟ କରିଆସୁଛି। ଦଳର ସମର୍ଥନରୁ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଆଉ କିଏ କ’ଣ ପ୍ରଚାର କରୁଛି ସେମାନେ ଦଳର ନୁହନ୍ତି। କିଛି ଲୋକ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ ନିର୍ମଳ ଓ ସ୍ବଚ୍ଛ ଶାସନ ନାଁ ନେଇ ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ଚେଷ୍ଟା ଚଳାଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri