Posted inଖେଳ

କିଏ ସେହି ଡାରିଲ ମିଚେଲ? ଇଂଲଣ୍ଡ ବିପକ୍ଷରେ ଚୌକା-ଛକା ବର୍ଷା କରି…

ଆବୁଧାବି,୧୧।୧୧: ଇଂଲଣ୍ଡଠାରୁ ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ହାରିବାର ପ୍ରତିଶୋଧ ନେଇଛି ନ୍ୟୁଜିଲ୍ୟାଣ୍ଡ। ବୁଧବାର ଏଠାକାର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାକୁ କେନ ୱିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲ୍ୟାଣ୍ଡ ୬ ବଲ୍‌ ବାକି ଥାଇ ଜିତିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ଇଂଲଣ୍ଡ ୨୦ ଓଭରରେ ୧୬୬ ରନ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୫ ଉଇକେଟ ହରାଇ ୧୯ ଓଭରରେ ଟାର୍ଗେଟକୁ ହାସଲ କରିନେଇଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ ଦଳ ୨୦୧୯ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଥିଲା। ତା’ପରେ ୨୦୨୧ ରେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ଫାଇନାଲ ଏବଂ ବର୍ତ୍ତମାନ ଟି -୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି।

ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ୨୦୨୧ର ଏହି ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିଜୟର ହିରୋ ପାଲଟିଛନ୍ତି ଓପନର୍‌ ଡାରିଲ ମିଚେଲ। ସେ ୪ ଚୌକା ଓ ୪ ଛକା ସହାୟତାରେ ମାତ୍ର ୪୭ ବଲରେ ଅପରାଜିତ ୭୨ ରନ କରିଥିଲେ। ଏହି ଇନିଂସ ପାଇଁ ତାଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ ଭାବେ ବିଚାର କରାଯାଇଥିଲା। ମିଚେଲ ମଧ୍ୟ ମ୍ୟାଚରେ ବିଜୟୀ ଚୌକା ମାରିଥିଲେ। ଆସନ୍ତୁ ଜାଣିବା କିଏ ସେହି ଡାରିଲ।

୨୦ ମଇ ୧୯୯୧ ରେ ହାମିଲଟନରେ ଜନ୍ମଗ୍ରହଣ କରିଥିଲେ ଡାରିଲ । ୩୦ ବର୍ଷୀୟ ଏହି କ୍ରିକେଟର ନ୍ୟୁଜିଲ୍ୟାଣ୍ଡ ପାଇଁ ଏକ ଅଲରାଉଣ୍ଡର ଭୂମିକାରେ ତୁଲାଉଛନ୍ତି। ମିଚେଲ ଏକ ପ୍ରସିଦ୍ଧ ନାମ କାରଣ ତାଙ୍କ ପିତା ରଗବୀ କୋଚ ଜନ୍‌ ମିଚେଲଙ୍କ ପୁଅ। ଜନ ଏକ ଜଣାଶୁଣା ନାମ, କିନ୍ତୁ ଡାରିଲ କ୍ରିକେଟ ରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ ସଫଳ ମଧ୍ୟ ହୋଇଛନ୍ତି। ଟି -୨୦ ବିଶ୍ୱକପ ୨୦୨୧ ଅଭ୍ୟାସ ମ୍ୟାଚରେ ଓପନିଂରେ ଡାରିଲଙ୍କୁ ପଠାଯାଇଥିଲା। ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା।

ଡାରିଲଙ୍କ କ୍ୟାରିୟର ବିଷୟରେ କଥାହେଲେ ସେ ଏପର୍ଯ୍ୟନ୍ତ ୫ ଟି ଟେଷ୍ଟ, ୩ ଦିନିକିଆ ଏବଂ ୨୧ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟର ୫ ପାଳିରେ ୨୩୨ ରନ୍‌ ସେ କରିଛନ୍ତି। ସେଥିରେ ୧ ଶତକ ଏବଂ ୧ ଅର୍ଦ୍ଧଶତକ ରହିଛି। ସେହିଭଳି ୩ ଦିନିକିଆର ଦୁଇଟି ପାଳିରେ ସେ ୧ ଶତକ ସହାୟତାରେ ୧୧୨ ରନ୍‌ କରିଛନ୍ତି। ଏହାଛଡ଼ା ୨୧ ଟି୨୦ ମ୍ୟାଚ୍‌ର ୧୯ ପାଳିରେ ୩୪୫ ରନ୍‌ କରିଛନ୍ତି। ବୋଲିଂରେ ସେ ଟେଷ୍ଟରେ ୧ ଏବଂ ଟି୨୦ରେ ୫ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଠିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri