Posted inରାଜ୍ୟ

ଜଣେ ଶ୍ରମିକ-ହେଲ୍‌ପର୍‌ କାମ କରିଥିବା ବ୍ୟକ୍ତିଙ୍କଠାରୁ ହାରିଯାଇଛନ୍ତି ନବୀନ ପଟ୍ଟନାୟକ, ଜାଣନ୍ତୁ ଭାଜପାର ଲକ୍ଷ୍ମଣ କିଏ…

ଭୁବନେଶ୍ୱର,୭।୬: ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ହେଲେ ନିର୍ବାଚନରେ କିଛି ଏଭଳି ପ୍ରାର୍ଥୀ ଜିତିଛନ୍ତି ଏବଂ ହାରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ବିଧାନସଭା ଆସନ ମଧ୍ୟରୁ ଗୋଟିଏ ହେଉଛି କଣ୍ଟାବାଞ୍ଜି, ଯେଉଁଠାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ନିର୍ବାଚନ ହାରିଯାଇଛନ୍ତି। ଏହି ଆସନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଦୀର୍ଘ ୨୪ ବର୍ଷ ଧରି ଅପରାଜେୟ ନବୀନ ସ୍ବପ୍ନରେ ସୁଦ୍ଧା ସେଠାରେ ହାରିଯିବେ ବୋଲି କଳ୍ପନା କରି ନ ଥିବେ, ସେ ମଧ୍ୟ ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ, ଯାହାଙ୍କୁ ସେହି ଅଞ୍ଚଳ, ଜିଲା କିମ୍ବା ନିକଟବର୍ତ୍ତୀ ଜିଲା ବ୍ୟତୀତ ଅନ୍ୟ କେହି ଜାଣି ନ ଥିଲେ। ଯଦିଓ ସେ ପୂର୍ବରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ହେଲେ ସେ କଣ୍ଟାବାଞ୍ଜିର  ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ସାନ୍ତୋଶ ସିଂ ସାଲୁଜାଙ୍କ ପରି ସାରା ରାଜ୍ୟରେ ପରିଚିତ ନ ଥିଲେ।
ତେବେ ବର୍ତ୍ତମାନ ଲକ୍ଷ୍ମଣ ବାଗ ସାରା ରାଜ୍ୟରେ ଏକ ଜଣାଶୁଣା ନାମ ପାଲଟିଛନ୍ତି। ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ଚାହାନ୍ତି। ଆସନ୍ତୁ ସେ ବିଷୟରେ ଆପଣଙ୍କୁ କହିବା।
ଲକ୍ଷ୍ମଣ ବାଗଙ୍କ ଗାଁର ନାମ ହେଉଛି ଖୁତୁଲୁମୁଣ୍ଡା।ଏହି ଗାଁ ବାଲାଙ୍ଗୀର ଜିଲାର ତୁରେକେଲା ବ୍ଲକର ହିଆଲ ପଞ୍ଚାୟତରେ ରହିଛି। ଲକ୍ଷ୍ମଣ ଖୁଟୁଲୁମୁଣ୍ଡା ଗାଁର ଶଙ୍କର ବାଗଙ୍କ ୬ ପୁଅଙ୍କ ମଧ୍ୟରେ ସବୁଠାରୁ କନିଷ୍ଠ। ତାଙ୍କର ଦୁଇ ଭାଇଙ୍କର ମୃତ୍ୟୁ ହୋଇ ସାରିଛି। ଲକ୍ଷ୍ମଣଙ୍କ ପିତା ଶଙ୍କର ଜଣେ କୃଷକ ଥିଲେ। ଏବେ ତାଙ୍କ ପୁଅମାନେ ମଧ୍ୟ ଚାଷ କାର୍ଯ୍ୟ କରୁଛନ୍ତି। ଚାଷ ସହିତ ସେ ରାଜନୀତି ମଧ୍ୟ କରନ୍ତି। ଲକ୍ଷ୍ମଣଙ୍କ ଭାଇମାନେ ବିଭିନ୍ନ ପଞ୍ଚାୟତରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସରପଞ୍ଚ , ସମିତି ସଦସ୍ୟ ହୋଇଥିଲେ। କିନ୍ତୁ ରାଜନୀତିରେ ଅତ୍ୟନ୍ତ ସକ୍ରିୟ ଥିବା ଲକ୍ଷ୍ମଣ ସିଧାସଳଖ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ଲକ୍ଷ୍ମଣ କଠିନ ପରିଶ୍ରମ ଦ୍ୱାରା ସଫଳତା ହାସଲ କରିଛନ୍ତି। ଲକ୍ଷ୍ମଣ କୁହନ୍ତି, ଯେତେବେଳେ ମୁଁ ୧୨-୧୩ ବର୍ଷ ବୟସର ଥିଲି, ସେତେବେଳେ ମୁଁ ୩  ଟଙ୍କା ପାଇଁ ଶ୍ରମିକ ଭାବରେ କାମ କରୁଥିଲି। ପରିବାର ଭରଣପୋଷଣ ପାଇଁ ଚାଷ କରିଛି, ଟ୍ରକ୍‌ରେ ହେଲ୍‌ପର ଭାବେ କାମ କରିଛି। ପଥର ଉଠାଇଛି। ଯଦିଓ ମୁଁ ସବୁବେଳେ ନିଜ ଉପରେ ବିଶ୍ୱାସ କରୁଥିଲି।
ଲକ୍ଷ୍ମଣ ୨୦୧୪ରେ ଭାଜପା ଟିକେଟରେ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ୩୦,୯୬୧ ଭୋଟ ସହ ତୃତୀୟ ସ୍ଥାନରେ ରହିଥିଲେ। ଏହି ଆସନକୁ ବିଜେଡି ନେତା ଆୟୁବ ଖାନ ଜିତିଥିଲେ। ୨୦୧୯ ନିର୍ବାଚନରେ ଲକ୍ଷ୍ମଣ ବାଗ ପୁନର୍ବାର କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ଲକ୍ଷ୍ମଣ ବାଗ ମାତ୍ର ୧୨୮ ଭୋଟରେ ହାରିଯାଇଥିଲେ। ସନ୍ତୋଷ ସିଂ ସାଲୁଜା ୬୪,୨୪୬ ଭୋଟ ପାଇଥିବାବେଳେ ଲକ୍ଷ୍ମଣ ୬୪,୧୧୮ ଭୋଟ ପାଇଥିଲେ।
ଦୁଇଥର ହାରିବା ସତ୍ତ୍ୱେ ଲକ୍ଷ୍ମଣ ନିରାଶ ହୋଇ ନ ଥିଲେ କିମ୍ବା ଦଳ ତାଙ୍କ ଉପରେ ଆତ୍ମବିଶ୍ୱାସ ହରାଇ ନ ଥିଲା। ତେଣୁ ଏଥର ମଧ୍ୟ ତାଙ୍କୁ କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ କରିଥିଲା। ଏହି ଆସନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଲକ୍ଷ୍ମଣଙ୍କ ମନୋବଳ ଦୃଢ଼଼ ରହିଥିଲା। ଦଳର ନେତା, କର୍ମୀ ଏବଂ ସମର୍ଥକମାନେ ତାଙ୍କ ମନୋବଳକୁ ଦୃଢ଼ ରଖିଥିଲେ। ବଲାଙ୍ଗିର ଲୋକ ସଭା ଆସନ ପ୍ରାର୍ଥୀ ସଂଗୀତା ସିଂ ଦେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ମନୋବଳ ବୃଦ୍ଧି କରିଥିଲେ।
ବଲାଙ୍ଗୀରରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ମଣ ବାଗଙ୍କୁ ସିଂହ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏ ହେଉଛି ଆମର ସିଂହ। ସେ ଲକ୍ଷ୍ମଣ ବାଗଙ୍କୁ ଭୋଟ ଦେବା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପରାସ୍ତ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ।
ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ପଟେ କଂଗ୍ରେସର ସାନ୍ତୋଶ ସିଂ ସାଲୁଜା ଥିଲେ। କିନ୍ତୁ ଲକ୍ଷ୍ମଣ ନିଜର ସଠିକ ରଣନୀତି ଏବଂ  ଡୋର ଟୁ ଡୋର କ୍ୟାମ୍ପେନ୍‌ ଯୋଗୁ ସେ ବିଜେତା ହୋଇଥିଲେ। ସେ  ନବୀନ ପଟ୍ଟନାୟକଙ୍କୁ ୧୬,୩୪୪ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କୁ ୯୦,୮୭୬ ଭୋଟ ମିଳିଥିବାବେଳେ ନବୀନ ୭୪,୫୩୨ ଭୋଟ ପାଇଛନ୍ତି।
ତେବେ ଏହି ନିର୍ବାଚନରେ ନବୀନ କଣ୍ଟାବାଞ୍ଜିରେ ସେତେଟା ପ୍ରଚାର କରି ନ ଥିଲେ। ଏଣୁ ଅନେକ ସେ ହିଞ୍ଜିଳି ଆସନରୁ ଜିତିବା ପରେ କଣ୍ଟାବାଞ୍ଜି ଛାଡ଼ି ଦେଇପାରନ୍ତି ବୋଲି ଆଶଙ୍କା କରିଥିଲେ। ଯଦି ସେ କେବଳ ଏଠାରୁ ନିର୍ବାଚନ ଲଢ଼ିଥାନ୍ତେ ଜିତି ଯାଇଥାନ୍ତେ। ଏହା ତାଙ୍କ ପରାଜୟର ବଡ଼ କାରଣ ବୋଲି କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri