Posted inଜାତୀୟ

ଭଜନଲାଲ୍‌ ଶର୍ମା କିଏ? ୨୦୦୮ରେ ସ୍ବାଧୀନ ଭାବେ ଲଢ଼ିଥିଲେ, ପ୍ରଥମ ଥର ନିର୍ବାଚନ ଜିତିବା ସତ୍ତ୍ୱେ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର,୧୨।୧୨: ମଧ୍ୟପ୍ରଦେଶ, ଛତିଶଗଡ଼ ପରେ ଭାଜପା ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚମକାଇଛି। ଦଳ ପ୍ରଥମ ଥର ଲାଗି ବିଧାୟକ ହୋଇଥିବା ଭଜନଲାଲ୍‌ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି। ମଙ୍ଗଳବାର ଜୟପୁରରେ ହୋଇଥିବା ବିଧାୟକ ଦଳର ବୈଠକରେ ତାଙ୍କ ନାମ ଉପରେ ମୋହର ବାଜିଥିଲା।

ଭେଟେରାନ ନେତା ବସୁନ୍ଧରା ରାଜେ, କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘଓ୍ବାଲ, ଗଜେନ୍ଦ୍ର ସିଂ ଶେଖାଓ୍ବତ ଏବଂ ଅଶ୍ୱିନ ବୈଷ୍ଣବଙ୍କ ନାମ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲା। ହେଲେ ଭଜନଲାଲ୍‌ ବାଜି ମାରିଛନ୍ତି। ସେ ରାଜ୍ୟରେ ଭାଜପାର ବ୍ରାହ୍ମଣ ଚେହେରା ପାଲଟିଛନ୍ତି।

ସାଙ୍ଗାନେର ବିଧାୟକ ଭଜନଲାଲ୍‌ ସଂଗଠନରେ ଦବ୍‌ଦବା ରହିଛି। ସେ ୪ ଥର ରାଜସ୍ଥାନରେ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ମଧ୍ୟ ସେ ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ ଅଛନ୍ତି। ୨୦୨୩ରେ ଭାଜପା ପ୍ରଥମ ଥର ଲାଗି ତାଙ୍କୁ ଜୟପୁରର ସାଙ୍ଗାନେର ଭଳି ଏକ ସୁରକ୍ଷିତ ଆସନରୁ ନିର୍ବାଚନକୁ ଓହ୍ଲାଇଥିଲା। ସେ ପ୍ରଥମ ଥର ଲାଗି ବିଧାୟକ ହୋଇଛନ୍ତି। ତେବେ ଏହି ଆସନରେ ଭଜନଲାଲ୍‌ଙ୍କୁ ଛିଡ଼ା କରିବା ଲାଗି ଭାଜପା ପୂର୍ବତନ ବିଧାୟକ ଅଶୋକ ଲାହୋତିଙ୍କ ଟିକେଟ କାଟିଥିଲା।

ଭଜନଲାଲ୍‌ ଦୀର୍ଘଦିନ ଧରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ(ଆର୍‌ଏସ୍‌ଏସ୍‌) ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ସକ୍ରିୟ ଥିଲେ। ସେ ଲଗାତର ଭାବେ ଲାଇମଲାଇଟ୍‌ରୁ ଦୂରରେ ରହି ସଂଗଠନ ଲାଗି କାମ କରିଆସୁଥିଲେ। ୨୦୦୮ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ହେଲେ ଚଳିତ ଥର ଭାଜପା ସାଙ୍ଗାନୋର ଆସନ ଖାଲି କରି ତାଙ୍କୁ ମଇଦାନକୁ ଓହ୍ଲାଇଥିଲା। ସେ ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିବା ପରଠାରୁ ଚର୍ଚ୍ଚାରେ ଥିଲେ।

୫୬ ବର୍ଷୀୟ ଭଜନଲାଲ୍‌ ଭରତପୁରର ବାସିନ୍ଦା। ତାଙ୍କର ବୃତ୍ତି ବ୍ୟବସାୟ ହୋଇଥିବା ବେଳେ ପତ୍ନୀଙ୍କ ଆୟ ଜଣେ ହୋଲସେଲର୍‌ ଭାବେ ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି। ଶିକ୍ଷା ବିଷୟରେ କଥା ହେଲେ ସେ ଜଣେ ପୋଷ୍ଟ ଗ୍ରାଜୁଏଟ୍‌। ସେ ଭରତପୁର ରେଳ କମିଟିର ସଦସ୍ୟ ମଧ୍ୟ ରହିଥିଲେ।

ଭଜନଲାଲ୍‌ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଚଳିତ ବର୍ଷ ଏପ୍ରିଲରେ ହିଁ ଭାଜପା ବିଜୟର ଘୋଷଣା କରିଥିଲେ। ସେ କହିଥିଲେ ଯେ ଭାଜପା କଂଗ୍ରେସ ଭଳି ନିର୍ବାଚନ ବର୍ଷକୁ ଅପେକ୍ଷା କରେ ନାହିଁ। ଭାଜପା ନିଜର କର୍ମକର୍ତ୍ତାମାନଙ୍କ ସହ ଜଡ଼ିତ ହୋଇ ରହିଥାଏ। ଏପରିକି ନିର୍ବାଚନ ପ୍ରସ୍ତୁତିରେ କଂଗ୍ରେସଠାରୁ ଶହେ ପାଦ ଆଗରେ ଭାଜପା ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri