Posted inରାଜ୍ୟ

ସୁପ୍ରିମକୋର୍ଟରେ ପୂର୍ବତନ CJIଙ୍କ ପୁଅ ଲଢ଼ିବେ ୟୁଟ୍ୟୁବର Ranveer Allahbadiaଙ୍କ କେସ୍‌, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୧୪।୨: କମେଡିଆନ ସମୟ ରାଇନାଙ୍କ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ବିବାଦୀୟ ବୟାନ ଦେଇଥିବା ରଣବୀର ଆଲ୍ଲାହାବାଦିଆଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ମହାରାଷ୍ଟ୍ରରୁ ଆସାମ ଯାଏ FIR ରୁଜୁ ହୋଇଛି। ତାଙ୍କ କେସ୍‌ ଓକିଲ ଅଭିନବ ଚନ୍ଦ୍ରଚୂଡ଼ ଲଢ଼ୁଛନ୍ତି, ଯିଏ ଦେଶର ପୂର୍ବତନ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ପୁଅ।
ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ଆଲ୍ଲାହାବାଦିଆଙ୍କ ବିରୋଧରେ ରୁଜୁ କରାଯାଇଥିବା ଏଫ୍‌ଆଇଆର୍‌ ରଦ୍ଦ କରିବାକୁ ଦାବି କରି ତତ୍କାଳ ଶୁଣାଣି ଲାଗି ଅନୁରୋଧ କରିଥିଲେ। ରଣବୀରଙ୍କ ଦାବିକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ଖନ୍ନା ଖାରଜ କରିଦେଇଛନ୍ତି। ଏହାପରେ ଯାଚିକାଗୁଡ଼ିକ ଦୁଇ ତିନି ଦିନ ମଧ୍ୟରେ କୋର୍ଟର ପ୍ରୋସିଡିଂରେ ତାଲିକା କରାଯିବ।

ତେବେ ଅଭିନବ, ୟୁଟ୍ୟୁବର ରଣବୀରଙ୍କ ବିରୋଧରେ ଦାଖଲ କରାଯାଇଥିବା ଭିନ୍ନ ଭିନ୍ନ ରାଜ୍ୟରେ କରାଯାଇଥିବା ମାମଲାରେ ଏକାସହ ଶୁଣାଣୀ କରିବାର ନିର୍ଦ୍ଦେଶ ଦେବାର ଦାବି ନେଇ ଯାଇଥିଲେ। ଏହି ମାମଲାରେ ତତ୍କାଳ ଶୁଣାଣି ଦାବି କରାଯାଇଥିଲା। ହେଲେ କୋର୍ଟ ଏହାକୁ ମନା କରି ଆଗାମୀ ଦୁଇରୁ ତିନି ଦିନରେ ତାହା ଉପରେ ଯାଚିକା ଉପରେ ଶୁଣାଣି ହେବ ବୋଲି କହିଛନ୍ତି।

କହିରଖୁଛୁ, ଅଭିନବ ପୂର୍ବତନ ସିଜେଆଇ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ପୁଅ। ସେ ନିଜର ବାପା ଏବଂ ଜେଜେବାପାଙ୍କ ଭଳି ପେସାରେ ଓକିଲ। ଅଭିନବ ବମ୍ବେ ହାଇକୋର୍ଟରେ ଅଭ୍ୟାସ କରୁଛନ୍ତି। ସେ ନିଜର ପୁସ୍ତକ ଏବଂ ଲେଖାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଅଭିନବ ନିଜ ବାପାଙ୍କ ଭଳି ହାଓ୍ବାର୍ଡ ଲ’ ସ୍କୁଲରୁ LL.M କରିଛନ୍ତି। ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟର ର଼୍ୟାଙ୍କ ହୋଲ୍ଡର ଅଟନ୍ତି। ୨୦୦୩ ରୁ ୨୦୦୮ ମଧ୍ୟରେ ଅଭିନବ ପଢ଼ାରେ ସର୍ବଦା ପ୍ରଥମ ସ୍ଥାନ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri